ବଡଚଣା ୯/୯/୨୬ (ସନ୍ଧାନ ନ୍ୟୁଜ) ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତରେ ଚଣ୍ଡିଖୋଲ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ନେତୃତ୍ୱଙ୍କ ସହ ମୁଖ୍ୟ ଅତିଥି ଭାବେ ଦଳର ସଭାପତି ମହମ୍ମଦ ମୋକିମ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ଦୃଢ଼ ନିନ୍ଦା କରିଥିଲେ। ଖଣିଜ ପଦାର୍ଥ, ଜଙ୍ଗଲ,ଜଳ,ପର୍ଯ୍ୟଟନ ଏପରିକି ମାନକ ସମ୍ବଳରେ ପରିପୂର୍ଣ୍ଣ ଧନଧାନ୍ୟ ଭରା ରାଜ୍ୟ ଆମ ଓଡ଼ିଶାସଂସଦରେ ବିନା କୌଣସି ଆଲୋଚନାରେ କେନ୍ଦ୍ର ସରକାରଙ୍କ ଏକ ପାଖିଆ ଭାବେ MMDR ଆକ୍ଟ ବା ଖଣି ଓ ଖଣିଜ ସମ୍ପଦ ବିକାଶ ସଂଶୋଧନ ଅଧିନିୟମ ୨୦୨୬ ପାରିତ ହେବା ଓଡ଼ିଶା ପାଇଁ ଅଭିଶାପ ହୋଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ପ୍ରାପ୍ତ ହେବାକୁ ଥିବା ପ୍ରାୟ ଏକ ଲକ୍ଷ କୋଟିରୁ ଉର୍ଦ୍ଧ ବକେୟା ଟଙ୍କା ରାଜ୍ୟ ହରାଇବା ସହ ବାର୍ଷିକ ହାରାହାରି ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ବ ହରାଇବ ରାଜ୍ୟ। ଅନ୍ୟପଟେ କେନ୍ଦ୍ର ନିୟନ୍ତ୍ରଣରେ ରହିବ ରାଜ୍ୟର ଖଣି ଅଞ୍ଚଳ। କୌଣସି ସେସ, ଟିକସ ଆଦାୟ କରିପାରିବନି ରାଜ୍ୟ । ଖଣିଜ ସମ୍ପଦରୁ ରାଜ୍ୟ ସରକାରଙ୍କୁ କମ୍ ରାଜସ୍ବ ମିଳିବ। ଖଣି ଅଞ୍ଚଳର ଜଙ୍ଗଲ ଉପରେ ଆଦିବାସୀ ମାନଙ୍କର ଓ ରାଜ୍ୟର କିଛି କ୍ଷମତା ଏବଂ ଅଧିକାର ରହିବନି। କେନ୍ଦ୍ର ଓ କର୍ପୋରେଟ ସଂସ୍ଥା ମାନେ ଲାଭବାନ ହେବେ । ମନଇଚ୍ଛା ଖଣି ଖୋଳିବା ଦ୍ବାରା ରାଜ୍ୟର ପ୍ରାକୃତିକ ସମ୍ପଦ ଗଭୀର ଭାବେ ପ୍ରଭାବିତ ହେବ ।। ଆଜିର ଏହି ପ୍ରତିବାଦ ଏକ ଝଲକ ମାତ୍ର, ଯଦି କେନ୍ଦ୍ର ସରକାର ତୁରନ୍ତ ରାଜ୍ୟ ସ୍ବାର୍ଥ ବିରୋଧୀ ଏହି କଡା ଆଇନ ପ୍ରତ୍ୟାହାର ନକରନ୍ତି ତେବେ ଆଗକୁ ଓଜେସି ଜୋରଦାର ପ୍ରତିବାଦ ଏବଂ ଆନ୍ଦୋଳନ ଭଳି ଚରମ ପଦକ୍ଷେପ ନେବ। ଶେଷରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ପ୍ରତିବାଦ କରି ଏକ ଘଣ୍ଟାରୁ ଅଧିକ ସମୟ ଧରି ଗାଡି ଚଳାଚଳ ବନ୍ଦ କରିଥିଲେ।
ସଂଶୋଧିତ MMDR ଅଧିନିୟମ ବିରୁଦ୍ଧରେ ଓଜେସିର ପ୍ରତିବାଦ
|
September 9, 2026 |



