ଷଷ୍ଠ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Spread the love

ପୁରୀ, ୧୪/୦୫ (ସନ୍ଧାନ ନିଉଜ) ମହାରଣା, ରୂପକାର, କମାର ଓ ଭୋଇ ସେବକ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କିଭଳି ହେବ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି। ଆଉ ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଯାତ୍ରା ରହିଛି। ପରମ୍ପରା ଅନୁଯାୟୀ ସେହିଦିନ ୬ଟି ଚକ ସହ ତିନୋଟି ଅଖ ସଂଯୋଗ ପାଇଁ ବିଧି ରହିଛି। ତେବେ ରଥଖଳାରେ ତିନୋଟି ଅଖ ଓ ଚକ ପ୍ରସ୍ତୁତ ହୋଇଥିବା ବେଳେ ଅନ୍ୟ ତିନୋଟି ଚକ ନିର୍ମାଣ ଚାଲିଛି। ଚକରେ ଅର ଏବଂ ପହି ସଂଯୋଗ ହୋଉଛି। ଆସନ୍ତାକାଲି ସୁଦ୍ଧା ଭଉଁରୀ ନିମନ୍ତେ ୬ଟି ଚକ ଓ ୩ଟି ଅଖ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଯିବ ବୋଲି ଆଶା ରହିଛି।

Related Posts

About The Author

Add Comment