ଶ୍ୟାମାପ୍ରସାଦ ମୁଖାର୍ଜୀ କିଏ ?? ଜାଣନ୍ତୁ

Spread the love
  • 9
    Shares

ସ୍ୱାଧୀନ ଭାରତରେ ସ୍ୱରାଜ,ସ୍ୱଦେଶୀ ଓ ସ୍ୱ-ତନ୍ତ୍ରର ପ୍ରତିଷ୍ଠା ପାଇଁ ଯେଉଁଁ କେତେଜଣ ମହାମନିଷୀ ଆଜୀବନ ଅଭିଯାନ ଚଳାଇଥିଲେ ସେମାନଙ୍କ ଭିତରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଅନ୍ୟତମ। ୧୯୦୧ ମସିହା ଜୁଲାଇ ୬ ତାରିଖରେ ତାଙ୍କର ଜନ୍ମ, ଏବଂ ୧୯୫୩ ମସିହା ଜୁନ୍‍ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ୫୨ ବର୍ଷର ସ୍ୱଳ୍ପକାଳୀନ ଆୟୁ ଭିତରେ ଡ. ଶ୍ୟାମାପ୍ର୍‍ସାଦ ସାରା ଦେଶପାଇଁ ଯେଉଁ ଦୁଃସାହାସିକ ପଥ ପ୍ରଦର୍ଶନ କରିଯାଇଛନ୍ତି ତାହା ଦେଶର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧହୋଇ ରହିଥିବ।

ଡ ଶ୍ୟାମାପ୍ରସାଦଙ୍କ ପିତା ଥିଲେ ଆଉ ଜଣେ ସୁନାମଧନ୍ୟ ବ୍ୟକ୍ତି ଡ. ଆଶୁତୋଷ ମୁଖାର୍ଜୀ ଓ ମାତା ଥିଲେ ଜଣେ ମହିୟସୀ ମହିଳା ଶ୍ରୀମତୀ ଯୋଗମାୟା ଦେବୀ। ତାଙ୍କର ପିତା ଜଣେ ନାମଜାଦା ଆଇନ୍‍ଜିବୀ ଥିଲେ ଏବଂ ପରବର୍ତ୍ତୀ ସମୟରେ ଜଣେ ପ୍ରସିଦ୍ଧ ବିଚାରପତି ଏବଂ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ବିଦ୍ୟାଅଧ୍ୟୟନ ସମୟରେ ଜଣେ ମେଧାବୀ ଛାତ୍ରଭାବେ ପରିଚିତ ଡ. ଶ୍ୟାମାପ୍ରସାଦ ଇଂରାଜୀ ସହିତ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ସହିତ ଡିଗ୍ରୀ ହାସଲ କରିଥିଲେ ଏବଂ ଏମ.ଏ କରିଥିଲେ ବଂଙ୍ଗଳା ସାହିତ୍ୟରେ। ଲଣ୍ଡନରେ ଆଇନ୍‍ ଶିକ୍ଷା ସମାପ୍ତ କରି ସେ ଅଳ୍ପ ଦିନ ପାଇଁ ଓକିଲାତି ପେଶାରେ ଯୋଗ ଦେଇଥିଲେ। ଶିକ୍ଷା କ୍ଷେତ୍ରର ଉଚ୍ଚତର ଉପାଧି ଡିଲିଟ୍‍ ଏବଂ ଏଲ ଏଲ. ଡି ଡିଗ୍ରୀ ସେ ବନାରସ ବିଶ୍ୱବିଦ୍ୟାଳୟରୁ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ପିତାଙ୍କ ପରି ଡ. ଶ୍ୟାମାପ୍ରସାଦ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ପଦ ଅଳଂକୃତ କରିଥିଲେ। ଡ.ଶ୍ୟାମାପ୍ରସାଦ ପେଶା ଓ ପରିବାର ମଧ୍ୟରେ ଆବଦ୍ଧ ନ ରହି ସମାଜ ସେବା କାମରେ ରାଜରାସ୍ତାକୁ ଓହ୍ଲାଇ ପଡିଥିଲେ।
ଜୀବନର ଆଦ୍ୟ କାଳରେ ଡ ଶ୍ୟାମାପ୍ରସାଦ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରିଥିଲେ। କଲିକତା ବିଶ୍ୱବିଦ୍ୟାଳୟରେ ସେ ପ୍ରଥମେ ଫେଲୋ ଭାବେ ଯୋଗ ଦେଇଥିଲେ ଏବଂ ପିତାଙ୍କ ମୃତ୍ୟୁ ପରେ ଏହାର ସିଣ୍ଡକେଟ୍‍ର ସଭ୍ୟ ହୋଇଥିଲେ। ସେ ବିଶ୍ୱବିଦ୍ୟାଳୟର ଆର୍ଟସ ବିଭାଗରେ ଡିନ୍‍ ଭାବେ ଦାୟିତ୍ୱ ବହନ କରିଥିଲେ ଏବଂ ପରିବର୍ତ୍ତୀ ସମୟରେ ବିଶ୍ୱ ବିଦ୍ୟାଳୟରେ କୁଳପତି ଭାର ତାଙ୍କ ଉପରେ ନ୍ୟସ୍ତ ହୋଇଥିଲା। ଏହି ପଦରେ ସେ ଦୁଇଟି ଟର୍ମ ରହିଥିଲେ ଏବଂ ଏହି ସମୟରେ ଇଣ୍ଟର ୟୁନିଭରିସିଟି ବୋର୍ଡର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ତାଙ୍କର କୁଳପତି କାର୍ଯ୍ୟକାଳ ସମୟରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ସେ ଅନେକ ନୂତନ ପଦକ୍ଷେପ ନେଇଥିଲେ।
ସେ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ କୃଷି ଡିପ୍ଲୋମା, ଶିକ୍ଷକ ଟ୍ରେନିଂ, ଚାଇନା ଓ ତିବ୍‍ତ ଭାଷାଶିକ୍ଷା,ପୂରାତତ୍ତ୍ୱ ଗବେଷଣା, ହିନ୍ଦୀ ଶିକ୍ଷା, ପ୍ଲବିକ୍‍ ସର୍ଭିସ ପାଇଁ ଟ୍ରେନିଂ, ମାଟ୍ରିକ ପରୀକ୍ଷା ପାଇଁ ନୂଆ ନିୟମ, କମ୍ପାର୍ଟମେଣ୍ଟାଲ ପରୀକ୍ଷାର ପ୍ରାରମ୍ଭ, ମିଲିଟାରୀ ଶିକ୍ଷା, ଖେଳକୂଦର ବିକାଶ, କେମେଷ୍ଟ୍ରି ବିଭାଗରୁ ବଜାର ଜିନିଷ ପ୍ରସ୍ତୁତି ଆଦିର ପ୍ରଚଳନ ଆରମ୍ଭ କରିଥିଲେ। ତାଙ୍କରି ସମୟରେ ସେଣ୍ଟ୍ରାଲ ଲାଇବ୍ରେରୀ ଓ ଆଶୁତୋଷ ମ୍ୟୁଜିୟମ୍‍ ପ୍ରତିଷ୍ଠା ହୋଇଥିଲା ଏବଂ ସେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନର ପ୍ରାରମ୍ଭ କରିଥିଲେ। ସେ କବିଗୁରୁ ରବୀନ୍ଦ୍ରନାଥଙ୍କୁ ବିଶ୍ୱବିଦ୍ୟାଳୟକୁ ନିମନ୍ତ୍ରଣ କରିଥିଲେ। ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରି ଡ. ଶ୍ୟାମାପ୍ରସାଦ ଭାରତର ବିଭିନ୍ନ ସହରରେ ସମ୍ମାନିତ ହୋଇଥିଲେ। ସେ ବାଙ୍ଗଲୋରର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ସାଇନ୍‍ସର ସଭ୍ୟ ହୋଇଥିଲେ ଏବଂ ବମ୍ୱେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବାର ସମ୍ମାନ ପାଇଥିଲେ।


ଡ. ଶ୍ୟାମାପ୍ରସାଦ ଦେଶର ରାଜନୈତିକ କାର୍ଯ୍ୟକଳାପ ବିଷୟରେ ମଧ୍ୟ ନଜର ରଖୁଥିଲେ। ସେ ସମୟର ରାଜନୈତିକ ନେତୃବୃନ୍ଦ ଦେଶର ସ୍ୱାର୍ଥରକ୍ଷା ପ୍ରତି ଅବହେଳା କରୁଥିବା, ଦେଶର ବୁନିଆଦି ବିଚାରଧାରାର ଅସମ୍ମାନ କରୁଥିବା ଘଟଣା ତାଙ୍କୁ ଅଥୟ କରୁଥିଲା। ଏହି ପ୍ରରିପ୍ରେକ୍ଷୀରେ ଡ. ଶ୍ୟାମାପ୍ରସାଦ ଶିକ୍ଷା କ୍ଷେତ୍ରରୁ ବିଦାୟ ;ନେଇ ରାଜନୀତି କ୍ଷେତ୍ରରେ ପୂର୍ଣ୍ଣ ସମୟ ଦେଇ କାମ କରିବା ଆରମ୍ଭ କରିଥିଲେ।
୧୯୨୯ ମସିହାରେ ଡ.ଶ୍ୟାମାପ୍ରସାଦ ପ୍ରଥମଥର ପାଇଁ ବଙ୍ଗପ୍ରଦେଶର ଆସେମ୍ଲିର ସଭ୍ୟ ଭାବେ ଯୋଗ ଦେଇଥିଲେ ଏବଂ ସେ ଥର ସେ କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇଥିଲେ। ପରବର୍ତ୍ତୀ ବର୍ଷ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ସ୍ୱାଧାନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ନିର୍ବାଚିତ ହୋଇଥିଲେ। ଭାରତର ଐତିହ୍ୟ ଓ ସଂସ୍କୃତିକୁ ଅନ୍ତରର ସହ ଭଲ ପାଉଥିବା ଶ୍ୟାମାପ୍ରସାଦ କଂଗ୍ରେସ ଦଳର ନୀତି ଆଦର୍ଶରେ ଆଦୌସନ୍ତୁଷ୍ଠ ନଥିଲେ। ସେ ସର୍ବଦା ମ୍ଭୋଳିକ ବିଚାରଧାରାର ସନ୍ଧାନରେ ଥିଲେ ଏବଂ ଅନେକ ବିଚାର ବିମର୍ଷ ପରେ ଦେଶର ସମୁହ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ହିନ୍ଦୁ ମହାସଭା ଦଳରେ ଯୋଗଦାନ କରିଥିଲେ। ଏହି ଦଳରେ ସକ୍ରିୟଭାବେ କାର୍ଯ୍ୟ କରି ପରିଶେଷରେ ଦଳର ସର୍ବଭାରତୀୟ ସଭାପତି ପଦରେ ଅଧିଷ୍ଠିତ ହୋଇଥିଲେ। ପ୍ରାକ୍‍ ସ୍ୱାଧୀନ କାଳର ରାଜନୀତି କ୍ଷେତ୍ରରେ ମୁସଲିମ୍‍ ଲିଗ୍‍ ଦଳର ଦେଶ ସ୍ୱାର୍ଥ ବିରୋଧୀ ଦାବି ଗୁଡିକୁ କଂଗ୍ରେସ ବରଦାସ୍ତ କରି ନେଉଥିବା ବେଳେ ଡ. ଶ୍ୟାମାପ୍ରସାଦଙ୍କ ନେତୃତ୍ୱରେ ହିନ୍ଦୁ ମହାସଭା ଦଳ ଏହାର ତୀବ୍ର ବିରୋଧ କରୁଥିଲା। ହିନ୍ଦୁ ମହାସଭାର ବାର୍ଷିକ ଅଧିବେଶନ ପାଇଁ ସରକାରୀ ଅନୁମତି ନ ମିଳିବାରୁ ଏହାର ପ୍ରତିବାଦ କରି ବିହାରର ଭାଗଲପୁର ଠାରେ ୧୯୪୨ ମସିହାରେ ଡ ଶ୍ୟାମାପ୍ରସାଦ ପ୍ରଥମ ଥର ପାଇଁ ଜେଲ ବରଣ କରିଥିଲେ।
ଡ. ଶ୍ୟାମାପ୍ରସାଦ ବଙ୍ଗପ୍ରଦେଶର ରାଜନୀତିରେ ଫଜଲୁଲ ହକ୍‍ଙ୍କ କୃଷକ-ପ୍ରଜା ପାର୍ଟି ସହିତ ମିଶି ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ଏଥିରେ ସେ ଅର୍ଥମନ୍ତ୍ରୀ ପଦରେ ଅଧିିଷ୍ଠିତ ହୋଇଥିଲେ। ସେହି ବର୍ଷ ହିନ୍ଦୁ ମୁସଲିମ୍‍ ଦଙ୍ଗା ସମୟରେ ସରକାରଙ୍କ ଅପାରଗତାକୁ ବିରୋଧ କରି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ସମୟରେ ଇଣ୍ଡୋ ବ୍ରିଟିଶ ସେଟଲମେଣ୍ଟ ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଥିଲା ଏବଂ ଏହି ପ୍ରଚେଷ୍ଠାରେ ଆଗୁଆ ଥିବା ମହାତ୍ମା ଗାନ୍ଧୀଙ୍କୁ ଡ. ଶ୍ୟାମାପ୍ରସାଦ ଜେଲ ଭିତରେ ଭେଟିବାକୁ ଯାଇଥିଲେ। ମାତ୍ର ମହାତ୍ମାଗାନ୍ଧୀ ତାଙ୍କୁ ଭେଟିବାକୁ ମନା କରିଦେଇଥିଲେ। ଡ. ଶ୍ୟାମାପ୍ରସାଦ ମହମ୍ମଦ ଜିନ୍ନାଙ୍କୁ ଭେଟି ତାଙ୍କର ଦେଶ ବିଭାଜନ ପରିକଳ୍ପନାରୁ ହଟି ଯିବାପାଇଁ ଅନୁରୋଧ କରି ବିଫଳ ହୋଇଥିଲେ। ଏହି ସମୟରେ ଦେଶରେ ଜନ ଜାଗରଣ ବୃଦ୍ଧି କରିବା ପାଇଁ ସେ ନ୍ୟସନ୍ୟାଲିଷ୍ଟ୍‍ ନାମକ ଏକ ଇଂରାଜୀ ଦୈନିକ ସମ୍ୱାଦ ପତ୍ର ଆରମ୍ଭ କରିଥିଲେ।
୧୯୪୩ ମସିହାରେ ବେଙ୍ଗଲରେ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା ଏବଂ ୫୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେ ସମୟରେ ଡ. ଶ୍ୟାମପ୍ରସାଦ ଅକ୍ଲାନ୍ତ ପରିଶ୍ରମ କରି ଲୋକମାନଙ୍କ ସେବାରେ ନିଜକୁ ପୂର୍ଣ୍ଣଭାବେ ନିୟୋଜିତ କରିଥିଲେ। ୧୯୪୬ ମସିହାରେ ଡ. ଶ୍ୟାମାପ୍ରସାଦ ସମ୍ୱିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେହି ବର୍ଷ ସୁରାବର୍ଦ୍ଦି ଏବଂ ଜିନ୍ନାଙ୍କ ପ୍ରଚ୍ଛନ୍ନ ସମର୍ଥନରେ କଲିକତାରେ ଏବଂ ନୂଆଖାଲିରେ ଯେଉଁ ଭୀଷଣ ଦଙ୍ଗା ହେଲା ତା’ର ପ୍ରତିକାର ପାଇଁ ସେ ‘ହିନ୍ଦୁସ୍ଥାନ ନେସନ୍ୟାଲ ଗାର୍ଡ’ନାମକ ଏକ ଦଳ ଗଠନ କରି ଗାଁ କୁ ଗାଁ ବୁଲି ଲୋକମାନଙ୍କର ଧନ ଜୀବନର ସୁରକ୍ଷାରେ ଲାଗିପଡିଥିଲେ। ଦେଶ ସ୍ୱାଧାନ ହେବା ପରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିମନ୍ତ୍ରଣରେ ସେ କେନ୍ଦ୍ର ସରକାରରେ ମନ୍ତ୍ରୀଭାବେ ଯୋଗ ଦେଇଥିଲେ ଏବଂ ଶିଳ୍ପ ଓ ଯୋଗଣ ବିଭାଗର ଦାୟିତ୍ୱ ବହନ କରିଥିଲ

 

ବାଳରାମ ବାରିକ

ଜେନାପୁର

  • 9
    Shares

Related Posts

About The Author

Add Comment