ଯୋଡା୧୫/୧ (ପିଏନଏସ) କେନ୍ଦୁଝର ଜିଲ୍ଲା ଯୋଡ଼ା ସତସଙ୍ଗ ବିହାର ପକ୍ଷରୁ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ପବିତ୍ର ବନମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଶ୍ରୀ ଶ୍ରୀ ଠାକୁରଙ୍କ କନ୍ୟା ସାଧନା ଦେବୀଙ୍କ ନିବେଦନ କ୍ରମେ ପରମ ଦୟାଲଙ୍କ ଆଶୀର୍ବାଦରୁ ପ୍ରଥମେ ଦେଓଘର ସ୍ଥିତ ମାଣିକପୁର ଠାରେ ପବିତ୍ର ବନମହୋତ୍ସବ ଆୟୋଜନ ଶୁଭାରମ୍ଭ ହୋଇଥିଲା । ଏହି ସ୍ମୃତିକୁ ବହନକରି ପ୍ରତିବର୍ଷ ଜାନୁଆରୀ ମାସରେ ସମସ୍ତ କେନ୍ଦ୍ର ବିହାର ମାନଙ୍କରେ ଥିବା ଭାଇ ଓ ମା ମାନେ ଏହି ଉତ୍ସବ ପାଳିତ କରିଥାନ୍ତି । ଏହି କ୍ରମରେ ରବିବାର ଯୋଡା ସତସଙ୍ଗ ବିହାରର ଇନଚାର୍ଯ ମଦନ ମୋହନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଯୋଡା ଶ୍ରୀ ମନ୍ଦିର ପଛ ପାର୍ଶ୍ବରେ ଚଳିତ ବର୍ଷ ୨୦୨୩ର ପବିତ୍ର ବନମହୋତ୍ସବ ଆୟୋଜନ ହୋଇଥିବା ବେଳେ ଏଥିରେ ଯୋଡା ପୌର ଉପଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଦିବସ ବ୍ୟାପି କାର୍ଯ୍ୟକ୍ରମ ମଧ୍ୟରେ ପୂର୍ବାହ୍ନ ୧୦ଟାରେ ସଙ୍ଗୀତାଞ୍ଜଳୀ, ୧୧.୩୦ରେ ନାମ ସଂକୀର୍ତ୍ତନ ସତସଙ୍ଗ ମଧ୍ୟରେ ପ୍ରାର୍ଥନା,ସଦଗ୍ରନ୍ଥ ପାଠ ସହିତ ଭଜନ କୀର୍ତ୍ତନ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା ।ଏକ ପ୍ରତିଷ୍ଠିତ ମନ୍ଦିରକୁ କେନ୍ଦ୍ର କରି ଶ୍ରଦ୍ଧା ଭକ୍ତି ଅନୁରାଗ ସହ ଶ୍ରୀ ଶ୍ରୀ ଠାକୁରଙ୍କ ନିର୍ଦ୍ଦେଶିତ ପଥରେ ଅନୁପ୍ରାଣିତ ହେଲେ ଆମ୍ଭ ମାନଙ୍କ ମଧ୍ୟରେ ସ୍ନେହ ଭଲପାଇବା ସୁଦୃଢ ହେବ ବୋଲି ଉପାଧ୍ୟକ୍ଷା ତାଙ୍କ ବକ୍ତବ୍ଯରେ କହିଥିବାବେଳେ ଏହି ବନମହୋତ୍ସବରେ ୬୦ରୁ ଉର୍ଦ୍ଧ ପରିବାର ସମେତ ଆଖପାଖ ଅଞ୍ଚଳର ପ୍ରାୟ ୫୦୦ରୁ ଉର୍ଦ୍ଧ ଭକ୍ତ ଓ ଅନୁରାଗୀ ଯୋଗ ଦେଇଥିଲେ । ଏହା ସହିତ ଛୋଟ ଛୋଟ ପିଲାମାନଙ୍କ ମନୋରଞ୍ଜନ ସକାସେ ବିଭିନ୍ନ ଖେଳ ଓ ମାଇଣ୍ଡ ଗେମ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା ଏଥିରେ ସେମାନେ ଅଂଶଗ୍ରହଣ କରି ଖୁବ୍ ଆନନ୍ଦ ନେଇଥିଲେ । ଏହି ଉତ୍ସବକୁ ଅଧିକ ସାକାର ମଣ୍ଡିତ କରିବା ପାଇଁ ଅନ୍ୟମାନଙ୍କ ମଧ୍ୟରେ ସହ ପ୍ରତି ରିତିକ ଅଶୋକ କୁମାର ପାଣିଗ୍ରାହୀ, ଯାଜକ ହୃଷୀକେଶ ବେହେରା ,ମନୋଜ କୁମାର ମହାରଣା,ଚିନ୍ମୟ ପଟ୍ଟନାୟକ,ପ୍ରତାପ ଚନ୍ଦ୍ର ନାୟକ, ଭଗବାନ ଗିରି,କିଶୋର ନନ୍ଦ, ଖରାରୀ ମୋହନ ମଣ୍ଡଳ,କିଶୋର ପାତ୍ର, ମନ୍ଦିର ପୂଜକ ବାଇଧର ଦାଶ ପ୍ରଭୃତି ପ୍ରତ୍ୟେକ୍ଷ ଭାବେ ସହଯୋଗ କରିଥିବା ଦେଖାଯାଇଥିଲା ।
ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ବନମହୋତ୍ସବ ପାଳିତ
|
January 15, 2023 |
