ବାରିପଦା , ୨୯/୦୭/୨୦୨୦ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ମାଟିର ସୁଯୋଗ୍ୟ ସନ୍ତାନ ତଥା ଏକାଧାରାରେ ସାହିତ୍ୟ ପ୍ରାଣ, ବରିଷ୍ଠ ସମ୍ବାଦିକ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କର ସାରସ୍ୱତ ସାଧନା କ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ସୁଖ୍ୟାତି ରହିଛି । ଶ୍ରୀ ପଣ୍ଡା ଜଣେ ସୁବକ୍ତା, ସୁସାହିତ୍ୟିକ, ସାହିତ୍ୟ ପ୍ରାଣ ଭାବେ ବିଭିନ୍ନ ମହଲରେ ବେଶ୍ ପରିଚିତ । ତାଙ୍କ ଦ୍ୱାରା ସଂକଳନ ହୋଇଥିବା ଶ୍ରୀ ଜଗନ୍ନାଥ ସହସ୍ରନାମସ୍ତୋତ୍ରମ୍ଟି ଆଜି କର୍କଟ ୧୪ ଦିନ ଦଶମୀ ଜୁଲାଇ ୨୯ ତାରିଖ ବୁଧବାର ଝୁଲଣା ଯାତ୍ରା ଦିନ ଶ୍ରୀ ଶ୍ରୀ ପିତାମ୍ବର ବାବ ଆଶ୍ରମ, ଶ୍ରୀ କୃଷ୍ଣପୁର , ରେମୁଣା ବାଲେଶ୍ୱର ଠାରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳିପଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସଙ୍ଗେ ସଙ୍ଗେ ତାଙ୍କ କରକମଳରେ ବହିଟିର ଉନ୍ମୋଚନ କରିଛନ୍ତି । ଏଥିରେ ଉକ୍ତ ମଠର ମହନ୍ତ, ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ମିଶ୍ର ମହୋଦୟ, ସାମ୍ବାଦିକ ବନ୍ଧୁ ଶ୍ରୀଯୁକ୍ତ ପୀରବାବୁ, ଶୁକଦେବ ଗିରି, ରଣଜିତ୍ କୁମାର ଦାସ, ବିଶ୍ୱଜିତ ପଣ୍ଡା, ଲିଟୁ କୁମାର ମୁଦୁଲି ଆଦି ଉପସ୍ଥିତ ଥିଲେ । ଏହି ବହିଟି ଉନ୍ମୋଚନ ହେବା ପରେ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତାଜା ଖବର
- ତଳସରା ଉଚ୍ଚ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- କୁଲଡ଼ା କୋଇଲା ଖଣିରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଳକ ମୃତ, ହାଇୱା ଓଲଟିଲା,୧୨ ଘଣ୍ଟା ପରେ ଉଠିଲା ଶବ
- ସୁନ୍ଦରଗଡ଼ରେ ଫ୍ଲାଏଆଶ୍ ଗାଡ଼ିରୁ ଟଙ୍କା ଆଦାୟକୁ ନେଇ ଗୁଳିକାଣ୍ଡ, ଜଣେ ମୃତ
- ଭଦ୍ର କାଳୀ ଓ ଭଦ୍ରକ କାଳୀ ପୂଜା କୁ ଭବ୍ୟ କରିବା ପାଇଁ ନିବେଦନ କଲେ ବିଧାୟକ
- ବାଣ କାରଖାନା, ଗୋଦାମ ଓ ବେଆଇନ ବିକ୍ରୟସ୍ଥଳରେ ଚଢ଼ାଉ ପାଇଁ ଆଇଜି ଡଃ ସତ୍ୟଜିତ ନାୟକଙ୍କ କଡ଼ା ନିର୍ଦ୍ଦେଶ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯାଜପୁର ରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି: ଘରକୁ ଘର ଭୋଟର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ଅତିରିକ୍ତ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକ
- ଭକ୍ତି, କର୍ତ୍ତବ୍ୟ ଓ ଜନସହଯୋଗର ଅନନ୍ୟ ଉଦାହରଣ କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ଭସାଣି; ଜନସାଧାରଣଙ୍କୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ କୃତଜ୍ଞତା
- ଜିଲ୍ଲା ସ୍ତରୀୟ ୩୨ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା -୨୦୨୬ରାଜ୍ୟ ସ୍ତରକୁ ୩ ଜଣ ମନୋନୀତ



