ଶ୍ରାବଣ ମାସ ପ୍ରଥମ ସୋମବାର ଦେବ ଦେବ ମହାଦେବଙ୍କୁ ଜଳଲାଗି

Spread the love

ସୁନ୍ଦରଗଡ଼ ତା: ୨୨/୭/୨୦୨୪( ସନ୍ଧାନ ନ୍ୟୁଜ୍ / ରାଜୁ ପଟେଲ) ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ।ଦେବ ଦେବ ମହାଦେବଙ୍କୁ ଜଳଲାଗି କଲେ ମାନସିକ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳଲାଗି କରୁଥିବା କାଉଁରିଆ ରୀତିନୀତି ପାଲନ କରିଥାନ୍ତି । ଶ୍ରାବଣ ମାସର ପ୍ରତ୍ୟେକ ଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲି ପାଦରେ ବାହୁଙ୍ଗା ବୋହି ଶୈବପୀଠରେ ନିଷ୍ଠାର ସହ ଜଳ ଭୋଲେ ବାବାଙ୍କୁ ଅର୍ପଣ କରିଥାନ୍ତି । ସେଥିପାଇଁ ବିଭିନ୍ନ ଜଳ ଉଠାଉଥିବା ନଦୀ ମାନଙ୍କରେ ଓ ଶୈବ ପୀଠର ପରିପାର୍ଶ୍ୱରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥାଏ । ଅନ୍ୟ ପକ୍ଷେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ଏହି ଶ୍ରାବଣ ମାସ ସୋମବାରରେ କାଉଁରିଆ ମାନଙ୍କ ସହିତ ଶ୍ରଦ୍ଧାଳୁଙ୍କ ଲମ୍ୱା ଲାଇନ୍ ଦେଖିବାକୁ ମିଳିଥାଏ ।ଏହି ସମୟରେ ଶ୍ରଦ୍ଧାଳୁ ମାନେ ମାଇଲ ମାଇଲ ବାଟ ଅତିକ୍ରମ କରି ନିଷ୍ଠାର ସହିତ ମହାଦେବଙ୍କୁ ଜଳ ଅର୍ପଣ କରିଥାନ୍ତି । କୁହାଯାଏ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହିତ ଜଳ ଲାଗି କଲେ ସମସ୍ତ ଦୁଃଖ ଦୂର ହୁଏ ।

Related Posts

About The Author

Add Comment