ଶ୍ମଶାନ ସ୍ଥାନାନ୍ତର ଦାବିରେ ରାସ୍ତାରୋକ

Spread the love

ବାରିପଦା, ୨୯/୯ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା)-ବାରିପଦା ପୌରାଞ୍ଚଳ ୨୨ ନମ୍ବର ୱାର୍ଡର ମଇଳାଖାଦାନ ମଧ୍ୟରେ କରୋନ ଆକ୍ରାନ୍ତ ମୃତକଙ୍କ ଶବଦାହ ବନ୍ଦ କରାଯିବା ଦାବିରେ ସଂପୃକ୍ତ ୱାର୍ଡର ରଘୁନାଥପୁର ବାସିନ୍ଦା ଏବଂ ଲକ୍ଷ୍ମୀପୋଷି ଅଂଚାୟତ ବାସିନ୍ଦାଙ୍କ ପକ୍ଷରୁ ଗତ ୨୩ ତାରିଖରେ ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ରାଜଶିବନାରାୟଣ କିସ୍ତୁ ଏବଂ ଫଚାୟତର ମୁଖୁଆ ଫକୀର ସିଂ ପ୍ରମୁଖଙ୍କ ନେତୃତ୍ବରେ ଦୀର୍ଘ ଚାରି ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା । ବିକଳ୍ପ ବ୍ୟବସ୍ଥା ନ ହେବା ପର୍ୟ୍ୟନ୍ତ ସେଠାରେ ଆଉ ଶବଦାହ କରାଯିବ ନାହିଁ ବୋଲି ସେତେବେଳେ ପ୍ରତିଶ୍ରତି ଦିଆଯାଇଥିଲା ବୋଲି ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ କିସ୍କୁଙ୍କଠାରୁ ପ୍ରକାଶ । କିନ୍ତୁ ଠିକ୍ ୪ ଦିନ ପରେ ଆଜି ପୂର୍ବାହ୍ନରେ ପୁଣି କରୋନା ଆକ୍ରାନ୍ତ ୩ଟି ମୃତଦେହ ଉକ୍ତ ମଇଳାଖାଦାନରେ ଦାହ ପାଇଁ ଅଣାଯାଇଥିବା ଖବର ପାଇ ଉକ୍ତ ୱାର୍ଡର ବାସିନ୍ଦା ଏବଂ ଲକ୍ଷ୍ମୀପୋଷି ଅଂଚଳର ହଦହଦି, ଶାଗୁଆନ ଓ ଇନ୍ଦୁପାହି ଆଦି ଗ୍ରାମର ଶତାଧୂକ ଜନସାଧାରଣଙ୍କ ପକ୍ଷରୁ ଘୋର ବିରୋଧ କରାଯିବା ସହ ମଇଳାଖାଦାନ ନିକଟ ବାରିପଦା ପୌରାଂଚଳ ଓ ଲକ୍ଷ୍ମୀପୋଷି ଫଚାୟତର ସୀମାନ୍ତ ମଧ୍ୟବର୍ତ୍ତୀ ସ୍ଥାନ ଇନ୍ଦୁପାହି ଛକଠାରେ ରାସ୍ତାରୋକ କରାଯାଇଥିଲା । ଏଥିରେ ୨୬ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଲକ୍ଷ୍ମୀଧର ହାବୋଡା, ପୂର୍ବତନ ନଗରପାଳ ଶ୍ରୀକିସ୍କ, ଲକ୍ଷ୍ମୀପୋଷି ସରପଞ୍ଚ ସୁବର୍ଣ୍ଣା ସିଂ, ମାନସିଂ ହାଁସଦା, ଗୋଲକବିହାରୀ ସିଂ, ମାନସ ବାରିକ, ସୁଶୀଲ ହାଁସଦା, ଫକୀର ସିଂ, ଲିଙ୍ଗରାଜ ବେହେରା, ରସିକାନନ୍ଦ ମିଶ୍ର, ଗୋପାଳ ଚନ୍ଦ୍ର ସାହୁ, ଇନ୍ଦୁଭୂଷଣ ଜେନା ପ୍ରମୁଖଙ୍କ ସମେତ ଠେଙ୍ଗାଧାରୀ ମହିଳାମାନେ ଶତାଧୂକ ସଂଖ୍ୟାରେ ଦୀର୍ଘ ୬ ଘଣ୍ଟା ଧରି ରାସ୍ତାରୋକ କରିଥିଲେ।
ବାରିପଦା ର ରଘୁନାଥପୁର ୨୨ ନ ୱାର୍ଡ ମଇଳା ଖାଦାନ ରେ ଏବେ କୋରନା ରେ ମୃତ୍ବବରଣ କରିଥିବା ଲୋକ ମାନଙ୍କୁ ସେଠାରେ ଦାହ କରାଯାଉଅଛି କିନ୍ତୁ କୋରନା ର ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବହୁ ମାତ୍ର ରେ ବୃଦ୍ଧି ହେବାକୁ ଲାଗିଛି ଯଉଁଥି ପାଇଁ ସେଠାରେ ଜୁଇଁ ନିଆ ଥମିବାର ନାମ ନେଉନାହି ସ୍ଥାନୀୟ ଲୋକଙ୍କ କହିବ ଅନୁସରେପ୍ରାୟ ୧୦ ଋ ଉଦ୍ଧ ସବ ସେଠାରେ କରାଯାଉ ଥିଲାବେଳ ଉକ୍ତ ଶବ କୁ ସାମ୍ନାନ ର ସହ ଦାହନ କରିବା ତ ତ ଦୂରରେ କଥା ତାଙ୍କୁ ଠିକ ଭାବେ ରେ ଜଳା ମଧ୍ୟ ଯାଉ ନାହି ଏପରି ପ୍ରଶାସନର ବ୍ୟପାରୁଆ ମନ ଭାବ ଯୋଗୁଁ ଅଦ୍ଦଦଘନ୍ୟ ହେଉଥିବା ଶବ କୁ କୁକୁର ଟାଣି ଗାଁ ଗାଁ ୱାର୍ଡ ୱାର୍ଡ ବୁଲୁଛି ଯେଉଁଥିପାଇଁ ସେଠିକାର ବାସିନ୍ଦା ଙ୍କ ମଧ୍ୟରେ ଏକ ଭୟର ବାତା ବରଣ ଉଙ୍କି ମାରିଛି ଯେହେତୁ ସ୍ଥାନ ଟି ବାରିପଦା ର ମୁନିସିପାଲିଟି ଏବଂ କଇଁଫୁଲିଆ ପଞ୍ଚାୟତ ମଧ୍ୟ ରେ ଅବସ୍ଥିତ ତେଣୁ ଉଭୟ ଗ୍ରାମ ଏବଂ ସହରବାସି ମିଶି ମହିଳା ଖଦାନ ରେ ୨୭/୯/୨୦ ଦିନ ସେଠାକୁ ଶବ ଆସିବାକୁ ଦେଇନଥିଲେ ଯଉଁଥିପାଇଁ କି ସେଠାରେ ପ୍ରଶାସନ ଏବଂ ମଧ୍ୟରେ କଳହର ବାତାବରଣ ହୋଇଥିଲା ସେଠାକାର ସ୍ଥାନୟ ବାସିନ୍ଦାମାନେ ଠେଙ୍ଗା ବାଡି ଧରି ଆଜି ରାସ୍ତା କୁ ଅବରୋଧ କରିବା ସହ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ କାଜ୍ୟାଳୟ ସମୁଖରେ ବିରୋଧ ପ୍ରଦଶନ କରିବ ସହ କାଜ୍ୟାଳୟ ଭିତରକୁପଶିବା ପାଇଁ ଚେଷ୍ଟା କରିଥିଲେ ପୁଲିସ ଏବଂ ସ୍ଥାନୀୟ ମହିଳା ମଧ୍ୟରେ ଧସ୍ୟତା ଧସ୍ୟତି ହୋଇଥିଲା ”ତୁଳସୀ ମରଣ୍ଡୀ” ନାମକ ଏକ ମହିଳା ର ଗୋଡ କାଟିଯାଇ ଥିବାରୁ ସ୍ଥାନୀୟ ଡକରା ଖାନ କୁ ଚିକିସୟ ପାଇଁ ପଠାଯାଇଥିଲା
ଅଞ୍ଚଳ ୱାର୍ଡ ମେମ୍ବର “ଶିବ କିସକୁ” ଏବଂ ମାନସ ବାରିକ ଜିଲ୍ଲାପାଳ ଙ୍କ ଆଲୋଚନା ପରେ ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି କ୍ରମେ ପ୍ରଥମେ ସେଠାରେ  ପାଚେରୀ କରାଯିବ ସହ ଚିମିନୀ ଲଗାଯାଇ ଶବ ଦ୍ବାହନ କରାଯିବ।

Related Posts

About The Author

Add Comment