ଶୋକାକୁଳ ପରିବେଶରେ ଦୁଇ ଭାଈଙ୍କ ଶବକୁ କବର ଦିଆଗଲା

Spread the love

ଯାଜପୁର ସଦର,୨୨ା୦୭: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ କୋଠିଡିହ ଗ୍ରାମର ବ୍ରାହ୍ମଣୀ ନଦୀରେ ବୁଡ଼ି ପ୍ରାଣ ହରାଇଥିବା ଦୁଇଭାଈଙ୍କ ଶବକୁ କବର ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ହାପିକ ଅବଦୁଲାଙ୍କର ଦୁଇପୁଅ ସେକ୍ ସାହିଲ ଓ ସେକ୍ ସାହିଦ ବ୍ରାହ୍ମଣୀ ନଦୀରେ ବିଡ଼ିଯାଇ ପ୍ରାଣ ହରାଇଥିଲେ । ଏନେଇ ପରିବାର ପକ୍ଷରୁ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଦେହକୁ ଜବତ କରିଥିଲେ । ପୋଲିସ ଶବକୁ ଜବତ କରି ଏକ ମାମଲା ରୁଜୁ କରି ପୋଷ୍ଟ ବଟମ ପାଇଁ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ମଙ୍ଗଳପୁର ପଂଚାୟତ ସରପଂଚ ପ୍ରମୋଦ ଜେନା ମୃତ ପରିବାରଙ୍କ ପାଖରେ ପହଁଞ୍ôଚ ଦୁଃଖ ପ୍ରକାଶ କରିବା ସହିତ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ଜେନା ସାନ୍ତୋନା ଦେଇଥିଲେ । Report G Das Sandhan News

Related Posts

About The Author

Add Comment