ଧର୍ମଶାଳା ପ୍ରେସ କ୍ଲବର ବାର୍ଷିକୋସôବ ସାମ୍ବାଦିକ ଓ ସାମ୍ବାଦିକତା ବଞ୍ଚି ରହିଲେ ସମାଜ ଓ ଗଣତନ୍ତ୍ର ବଞ୍ଚି ରହିବ- ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ସାମ୍ବାଦିକମାନେ ସରକାର ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କର ସେତୁ ସୃଷ୍ଟି କରିଥାନ୍ତି

Spread the love
  •  
  •  
  •  
  •  
  •  

ଯାଜପୁର ସଦର ୧/୨ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ସାମ୍ବାଦିକ ବୃତ୍ତି ନୁହେଁ ବ୍ରତ ।ସାମ୍ବାଦିକମାନେ ସରକାର ଓ ସାଧାରଣ ଜନତା ମଧ୍ୟରେ ସମ୍ପର୍କର ସେତୁ ସୃଷ୍ଟି କରିଥା’ନ୍ତି । ସାମ୍ବାଦିକ ସାଧାରଣ ମଣିଷର କଥା କହିବା ସହିତ ନିଜ ବୃତ୍ତି ପ୍ରତି ସମର୍ପିତ ହେବା ଉଚିତ । ସଙ୍କଟର ସନ୍ଧିକ୍ଷଣରେ ସାମ୍ବାଦିକତା ସମାଜକୁ ଆଲୋକ ଦେଖାଏ ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଧର୍ମଶାଳା ପ୍ରେସ କ୍ଲବର ବାର୍ଷିକୋସôବ ଓ ଦିବଂଗତ ସଭାପତି ନରହରି ମହାନ୍ତିଙ୍କର ୧୧ତମ ପୂଣ୍ୟ ତିଥି ଆଜି ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଇନ୍ଦ୍ରମଣି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବକୁ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିଥିଲେ । ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସବୁବେଳେ ସମ୍ବେଦନଶୀଳ । ସାଧାରଣ ଲୋକଙ୍କ କଥା ପରିପ୍ରକାଶ ପାଇଁ ସାମ୍ବାଦିକ ମାନେ ଚେଷ୍ଟିତ ରୁହନ୍ତୁ ବୋଲି ଶ୍ରୀ ଦାସ କହିଥିଲେ । ମୁଖ୍ୟ ଅତିଥି ଭାବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ ସାଧାରଣ ଲୋକଙ୍କର ସମସ୍ୟା ଦୂର କରିବାକୁ ଗଣମାଧ୍ୟମ ସକରାତ୍ମକ ଦୃଷ୍ଟି ଭଙ୍ଗୀ ନେଇ ସମ୍ବାଦ ପରିବେଷଣ କରୁ । ସାମ୍ବାଦିକତା ଶାସନକୁ ସଞ୍ଜତ କରିବା ସହିତ ଶୃଙ୍ଖଳିତ କରେ । ମୁଖ୍ୟ ବକ୍ତା ଭାବେ ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମକୃଷ୍ଣ ପଣ୍ଡା ଯୋଗଦେଇ ସମସ୍ୟାକୁ ସମାଧାନର ବାଟ ଦେଖାଏ ସାମ୍ବାଦିକତା । ଗଣମାଧ୍ୟମ ତାର ମୌଳିକତାକୁ ବଜାୟ ରଖିଲେ ତାର ସମ୍ମାନ ଅକ୍ଷୁର୍ଣ୍ଣ ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଅକ୍ଷରର ସମ୍ପାଦକ ଅମୀୟ ପାଣ୍ଡବ ଯୋଗ ଦେଇ ସମସ୍ତ ପ୍ରତିକୂଳସତ୍ତ୍ୱେ ସାମ୍ବାଦିକମାନେ ସେମାନଙ୍କର ଦାୟବଦ୍ଧତା ବଜାୟ ରଖିଛନ୍ତି । ପରାଧୀନ ସମୟରେ ବିଦେଶୀମାନଙ୍କୁ ହଟାଇବା ପାଇଁ ସେ ସମୟରେ ସାମ୍ବାଦିକ ଓ ଲେଖକମାନେ ନିଜ ଜୀବନକୁ ବିପନ୍ନ କରି ଲେଖନୀ ଚାଳନା କରିଥିବା ବେଳେ ସମ୍ପ୍ରତି ବିଦେଶୀ ପୁଞ୍ଜିପତିମାନଙ୍କୁ ଗଣମାଧ୍ୟମ ଶିଳ୍ପରେ ପ୍ରବେଶ କରାଇବା ଲାଲ ଗାଲିଚା ପକାଇ ସ୍ୱାଗତ କରିବା କେତେ ଦୂର ଯଥାର୍ଥ ବୋଲି କହିଥିଲେ । ସଦସ୍ୟ ଅଖିଳ କୁମାର ସ୍ୱାଇଁ ଅତିଥି ପରିଚୟ, ଅବିନେଶ୍ୱର ଶତପଥୀ ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବତନ ବିଧାୟକ ରବି ଲାବଣ୍ୟ ଯୋଗଦେଇ ସ୍ୱର୍ଗତ ନରହରି ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦିବଂଗତ ନରହରି ମହାନ୍ତିଙ୍କ ଜୀବନୀ ଉପରେ ଉପଦେଷ୍ଟା ବଟକୃଷ୍ଣ ପରିଡା ଓ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରେସ କ୍ଲବର ସ୍ମରଣିକା ‘ପ୍ରହରୀ’କୁ ଅତିଥିମାନେ ଉନ୍ମୋଚନ କରି ସାମ୍ବାଦିକ ମହେଶ୍ୱର ବଳଙ୍କୁ ନରହରି ମହାନ୍ତି ସ୍ମୁତି ସମ୍ମାନ-୨୦୧୯ ଓ କୈଳାସ ଚନ୍ଦ୍ର ନାୟକଙ୍କୁ ନରହରି ମହାନ୍ତି ସ୍ମୁତି ସମ୍ମାନ-୨୦୨୦ରେ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାସ୍ତରରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ ହୋଇଥିବା ପ୍ରେସ କ୍ଲବ ସଭାପତି ଇନ୍ଦ୍ରମଣି ନାୟକ ଏବଂ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଓ ମାନପତ୍ର ପଠନ କାର୍ଯ୍ୟକୁ ଗୁଲାମ ଗସ୍, ସୀତାକାନ୍ତ ସାମଲ, କ୍ଷୀରୋଦ ମୁଦୁଲି, ଅକ୍ଷୟ ରାଉତ ଓ ପ୍ରଶାନ୍ତ ଗନ୍ତାୟତ ପରିଚାଳନା କରିଥିଲେ । ଶେଷରେ କୋଷାଧ୍ୟକ୍ଷ ମାନସ ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ବୀଣାପାଣୀ କଳାପୀଠର କୁନି କଳାକାରମାନଙ୍କ ଦେଶାତ୍ମକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିବେକାନନ୍ଦ ରାୟ, ସବ୍ୟସାଚି ବେହେରା, ପ୍ରସନ୍ନ ପାଣି, ରଶ୍ମିରଞ୍ଜନ ରାୟ, ବିନୋଦ ସାହୁ, ଅନୀଲ ନାୟକ, କପିଳେନ୍ଦ୍ର ରାଉତ, କିଶୋର ରାଉତ, ପ୍ରଭୁଦତ୍ତ ଜେନା ଓ ବିକ୍ରମ କେଶରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜିବୀ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment