ଢେଙ୍କାନାଳ,୧୨/୦୧ /୨୦୧୨ (ସନ୍ଧାନ ନିଉଜ)ମଙ୍ଗଳବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲାର ମହାବିରୋଡ ପରିସରରେ ଜଣେ ମହିଳାଙ୍କୁ ଘରେ ଶୋଇଥିବା ବେଳେ ଦଳି ଦେଇଛି ଦନ୍ତ ହାତୀ । ମହୋନପଶି ଗାଁ କେନ୍ଦୁମୁଣ୍ଡା ସାହିରେ ଘଟିଛି ଏପରି ଦୁଖଃଦ ଘଟଣା । ମୃତକଙ୍କ ନାମ ସୁକାନ୍ତୀ ହେମ୍ବ୍ରମ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ସୁକାନ୍ତୀ ଏବଂ ତାଙ୍କ ସ୍ୱାମୀ ମଧୁ ହେମ୍ବ୍ରମ ସେମାନଙ୍କ ଘରେ ଶୋଇଥିବା ବେଳେ କିଛି ବଣୁଆ ହାତୀ ଗାଁ ଭିତରକୁ ପଶି ସେମାନଙ୍କ ଘରକୁ ନଷ୍ଟ କରିଦେଇଥିବା ବେଳେ ଏହି ଘଟଣା ଘଟିଥିଲା। ପରେ ଏକ ହାତୀ ଦମ୍ପତିଙ୍କ ଉପରେ ଆକ୍ରମଣ କରି ସୁକାନ୍ତିଙ୍କୁ ଘଟଣାସ୍ଥଳରେ ହତ୍ୟା କରିଥିଲା। ତେବେ ତାଙ୍କ ସ୍ୱାମୀ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ।
ସୂଚନା ପାଇବା ପରେ ଜଙ୍ଗଲ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇ ଦେଇଥିଲେ। ଏ ବାବଦରେ ଅଧିକ ତଦନ୍ତ ଚାଲିଛି ବୋଲି ବନ ଅଧିକାରୀ କହିଛନ୍ତି।