ଶୈକ୍ଷିକ ଅଭିବୃଦ୍ଧି ଓ ମୈ|ଳିକ ଅଭିବୃଦ୍ଧି ସ°ଖ୍ୟାଜ୍ଞାନ ସ୍ବାକ୍ଷରତା ଉପରେ ଆଲୋଚନା ଅକ୍ଷର ଓ ଧ୍ୱନି ସମ୍ପର୍କିତ ଜ୍ଞାନ ଭାଷା ଶିକ୍ଷଣର ମୂଳଦୁଆ

Spread the love

ରାଇରଙ୍ଗପୁର, ୧୦/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ତିନୋଟି ବ୍ଳକର ସିଂ.ଆର.ସି.ସ.ମାନଙ୍କୁ ନେଇ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଆଲୋଚନା ଚକ୍ର ବ.ଆର.ସି.ସି.ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବରିଷ୍ଠ) ପ୍ରକାଶ ଚନ୍ଦ୍ର ମହାଳିକ ଙ୍କ ସଭାପତିତ୍ବରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଭାଷାଜ୍ଞାନ ଉପରେ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଗୋରୁମହିଷାଣୀ ବ୍ଳକ ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷଣ ପ୍ରଫୁଲ୍ଲ କୁମାର ଗୋଛାୟତ ଯୋଗଦେଇ ଅକ୍ଷର ଓ ଧ୍ୱନି ସମ୍ପର୍କିତ ଜ୍ଞାନ ଭାଷା ଶିକ୍ଷଣର ଅଦ୍ୱିତୀୟ ମାର୍ଗ ବୋଲି ମତ ରଖିଥିଲେ।ଅନ୍ୟତମ ଅତିଥି ଭାବେ ବା.ଇ.ଟ୍ ର ପ୍ରଶିକ୍ଷକ ବିଶ୍ଵର°ଜନ ନାୟକ,ବି.ଆର.ସି.ସି.ରମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ମତ ଉପସ୍ଥାପନା କରିଥିଲେ।ସି.ଆର.ସି.ସି.ସୁକାନ୍ତ କୁମାର ପରିକ୍ଷା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବହଳଦା ସିଂ.ଆର.ସି.ସି.ହେମନ୍ତ କୁମାର ମହାନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ରାଇରଙ୍ଗପୁର ସମେତ ବହଳଦା ଓ ତିରିଙ୍ଗ ବ୍ଳକର ସମସ୍ତ ବିଦ୍ୟାଳୟରେ ଆସନ୍ତା ୧୧(ଏଗାର) ତାରିଖ ରେ ପି.ଟି.ଏ ମୀଟିଙ୍ଗ ଅନୁଷ୍ଠିତ ହେବ ବୋଲି ବି.ଇ.ଓ ଶ୍ରୀ ମହାଳିକ ପ୍ରକାଶ କରିଥିଲେ।ସି.ଆର.ସି.ସି.ଅଶୋକ କୁମାର ବେହେରା ପ୍ରଭାସ ଚନ୍ଦ୍ର ପାତ୍ର, ମନୋରଞ୍ଜନ ମଣ୍ଡଳ,ଅଜିତ ପାହାଡି,ଦିପ୍ତୀରେଖା ମହାନ୍ତି,ସୁନିତା ମହାପାତ୍ର, ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment