ବାରିପଦା,୧୩/୦୭ (ସନ୍ଧାନ ନିଉଜ);- ସମସ୍ତ ଭିତ୍ତିଭୂମି ଓ କଞ୍ଚାମାଲରେ ଭରପୁର ଥିବା ମ୍ୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ରେ ଏକ ସରକାରୀ କାଗଜ କାରଖାନା ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ସତ୍ୱେର୍ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ ନ କରିବା ଅତ୍ୟନ୍ତ ଦୁଃଖ ତଥା ପରିତାପ ବିଷୟ ବୋଲି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ କଳିଙ୍ଗକେଶରୀ ଜେନାଙ୍କ ପକ୍ଷରୁ ଦର୍ଶାଯାଇଥିବା ସହ ଏହି କାଗଜ କଳ ପ୍ରତିଷ୍ଠା କରାଯିବାକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଦୁଷ୍ଟି ଆକର୍ଷଣ କରି ଦାବି ଉପସ୍ଥାପନ କରାଯାଇଛି । ତତ୍ସହିତ ତାଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଯଦି ମୟୁରଭଞ୍ଜ ଜିଲ୍ଲାରେ ସରକାରୀ କାଗଜ କାରଖାନା ପ୍ରତିଷ୍ଠା ହେଉ ତେବେ ସ୍ଥାନୀୟ ଅଂଚଳର ବେରୋଜକାର ରୋଜକାରକ୍ଷମ ହେବା ସହିତ ଶିକ୍ଷିତ ଶିକ୍ଷିତ ଯୁବକଯୁବତୀମାନେ ଚାକିରି ମଧ୍ୟ ପାଇପାରିବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଚାଷୀମାନେ ମଧ୍ୟ ବାଉଁଶ ଚାଷ ପାଇଁ ମଧ୍ୟ ଅଧିକ ଉତ୍ସାହିତ ହେବେ ।
ପ୍ରକାଶ ଯେ ଶୁଳିଆପଦା ବ୍ଲକରେ ଯଥେଷ୍ଟ ପାଣିର ସୁବିଧା ଥିବାରୁ ଏହି ଶିଳ୍ପ ପ୍ରତିଷ୍ଠାନର ଆବଶ୍ୟକ ପୂରଣ କରି ପାରିବ । କାରଣ ଏହି ବ୍ଲକରେ ଜମ୍ଭିରା ନଦୀ ପ୍ରବାହିତ ହେଉଥିବା ବେଳେ ଦେଉଳି ଡ୍ୟାମ ମଧ୍ୟ ହେିଛି । କାଗଜ କଳପ୍ରତିଷ୍ଠା ପାଇଁ ପାଣି ସହିତ ବାଉଁଶ ଓ ସବାଇର ଆବଶ୍ୟକତା ବହୁ ମାତ୍ରାରେ ରହିଥିଲା । ଏହି ବ୍ଲକରେ ବର୍ଷତମାସ ପ୍ରଚୁର ପରିମାଣରେ ବାଉଁଶ ଓ ସବାଇ ଘାସ ଉତ୍ପାଦନ ହୋଇଥାଏ । ଏହାବାଦ୍ ପୋଡଶୀ ମୋରଡା ,ବାରିପଦା,କୁଳିଅଣା , ରାସଗୋବିନ୍ଦପୁର, ସାରସକଣା ଓ ବେତନଟୀ ଆଦି ବ୍ଲକଗୁଡିକରେ ବାଉଁଶ ଓ ସବାଇ ଘାସ ଚାଷ ହୋଇଥାଏ । ଏପରିକି ବ୍ଲକର ଶ୍ରମୀକମାନେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ତୁଳନାରେ ସବୁଠୁ ଅଧିକ ସଂଖ୍ୟାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ମହାମାରୀ କୋରନା ପାଇଁ ହୋଇଥିବା ପଞ୍ଜିକରଣ ସୂତ୍ରରୁ ଜଣାପଡିଛି । ଅଧିକନ୍ତୁ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ଏବେ ଏକ ଶିଳ୍ପ ବିହିନ ଜିଲ୍ଲାରେ ପରିଣତ ହୋଇଛି । କାରଣ ପୂର୍ବରୁ ଯାହା ଛୋଟବଡ ଶିଳ୍ପାନୁଷ୍ଠାନ ଥିବା ତାହା ଆଜି ବନ୍ଦ ହୋଇପଡିଛି । ଫଳରେ ଜିଲ୍ଲାରେ ବେକାରୀ ସହିତ ଦାଦନ ଶ୍ରମୀିକ ସାମସ୍ୟା ଉତ୍କଟ ହେବାରେ ଲାଗିଛି । ଏକଦା ଏହି ଜିଲ୍ଲାର ଗୋରୁମହିଷାଣୀ ଭଳି ଖଣି ଖାଦାନର କଞ୍ଚାମାଲ ଉପରେ ନିର୍ଭରକରି ଟାଟାକମ୍ପାନୀ ଗଢି ଉଠିଥିଲା । ଶାଳପତ୍ର,ସବାଇ ଘାସ,ବାଉଁଶ ଓ ଟସର ଭଳି ଜଙ୍ଗଲ ଓ କୃଷିଜାତ ସାମଗ୍ରୀକୁ ନେଇ ବହୁକ୍ଷୁଦ୍ର ତଥା କୁଟୀର ଶିଳ୍ପ ଜିଲ୍ଲାରେ ଥିଲା । ମାତ୍ର ଆଜି ସେସବୁ ଶିଳ୍ପର ବିଲୋପ ଯୋଗୁ ଜିଲ୍ଲାରେ ବେକାରୀ ସମସ୍ୟ ଜଟିଳ ଆକାର ଧାରଣ କଲାଣି । ତତ୍ସହିତ ବିର୍ତ୍ତମାନ ସମୟରେ ମହାମାରୀ କୋରନା ଯୋଗୁ ଯେଉଁ ଲକ୍ଷାଧିକ ବେକାର ଯୁବକଯୁବତୀ ପୋଡସୀ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ ସେମାନେ ମଧ୍ୟ ଘରମୁହାଁ ଯୋଗୁଁ ଜିଲ୍ଲାର ବେକାରୀ ସମସ୍ୟା ଜଟିଳରୁ ଜଟିଳତର ହେବାକୁ ଳାଗିଲାଣି ।ଏଣୁ ଜିଲ୍ଲାର ଭିତ୍ତିଭୂମି ଓ କଞ୍ଚାମାଲର ଅଭାବନ ଥିଲେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଠାରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରକୁ ଗୁରୁତ୍ୱ ନଦେବା ବିଡମ୍ବନା ବୋଲି ଶ୍ରୀ ଜେନାଙ୍କ ପକ୍ଷରୁ କ୍ଷୋଇର ସହ ପ୍ରକାଶ କରାଯାଇଛି ।
ଶୁଳିଆପଦାରେ ସରକାରୀ କାଗଜ କାରଖାନା ପ୍ରତିଷ୍ଠା ପାଇଁ କଳିଙ୍ଗ ଜେନାଙ୍ଗ ଦାବି
|
July 13, 2020 |