ଯାଜପୁର /୨୭/୧୧/ ସନ୍ଧାନ ନିଉଜ୍)ସଡ଼କ ଦୃଘଟଣା ରେ ମୃତ୍ୟୁ ବରଣ କରିଥିବା ଏଣ୍ଡଳବା ପଂଚାୟତ କଲାଣ୍ଡ ଗ୍ରାମ ର ନିମାଇଁ ଚରଣ ଗୁରୁ! ଘରର ଏକ ମାତ୍ର ରୋଜଗାରୀଆ ବ୍ୟକ୍ତି ଥିଲେ ନିମାଇଁ! ସେ ଟ୍ରେସନାରୀ ଫେରି କରି ପରିବାର ପ୍ରତିପୋଷଣ କରୁଥିଲେ! ଗାଁ ଗଣ୍ଡା ଫେରିକରୀ ଯାହା ରୋଜଗାର କରି ସେ ତାଙ୍କର ୩ ପ୍ରାଣୀ କୁଟୁମ୍ବ ଚଳାଇ ଆସୁଥିଲେ !ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି! ଶୁଦ୍ଧି କ୍ରିୟା ପାଇଁ ଅର୍ଥ ବାଧକ ସାଜିଥିବା ଗଣମାଧ୍ୟମ ରେ ଖବର ଶୁଣି ଗୁରୁ ଙ୍କ ବାସ ଭବନ ରେ ପହଂଚି ସାହାଯ୍ୟ ର ହାତ ବଢ଼ାଇବାକୁ ଛୁଟି ଆସିଥିଲେ ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ କଲେଜ ଛକ କଟକ ର କର୍ମ କର୍ତ୍ତା ମାନେ! ଗୁରୁ ଙ୍କ ବିଧବା ପତ୍ନୀ ଙ୍କୁ ଭେଟି ସମବେଦନା ଜଣାଇବା ସହିତ,ସଭାପତି ଦେବାଶିଷ ସାହୁ ଙ୍କ ନେତୃତ୍ୱରେ ଟ୍ରଷ୍ଟ ର ସଂପାଦକ ଗୌରଭ ଗୁପ୍ତା, ଉପସଭାପତି ସରୋଜିନୀ କାହାଳୀ ,ସଦସ୍ୟ ରାହୁଲ ଗୁପ୍ତା, ଅଶୋକ କୁମାର ରାମ, ବିଜୟ ଗୁପ୍ତା, ଦିଲ୍ଲୀପ ସ୍ୱାଇଁ, ଲିଟୁ ମହାନ୍ତି, କେଦାର ଲଷ୍ମୀ ଦାସ, ଅମ୍ବିକା ମଣ୍ଡଳ, ଚନ୍ଦନ ପାତ୍ର, ଚନ୍ଦନ କୁମାର ସାହୁ, ଗୋବିନ୍ଦ ସିହ୍ନା, କାଞ୍ଚନ ଦାସ, ସମ୍ବୁନାଥ କାହାଳୀ, ନିଶିକାନ୍ତ ଦାସ ପ୍ରମୁଖ ନିମାଇଁ ଗୁରୁଙ୍କ ବାସଭବନ ରେ ପହଂଚି ଏକାଦଶାହ କାର୍ଯ୍ୟକୁ ଦାୟିତ୍ୱ ର ସହ ସମ୍ପାଦନ କରିଥିଲେ! ତତ ସହିତ ଏକ ମାସ ପାଇଁ ଗୁରୁଙ୍କ ପରିବାରକୁ ଗ୍ରୋସରୀ ପ୍ରଦାନ କରିଥିବା ଜଣା ଯାଇଛି !ଏହି ମହତ କାର୍ଯ୍ୟ ପାଇଁ ଗ୍ରାମବାସୀ ଏବଂ ପରିବାର ବର୍ଗ ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ କୁ ଧନ୍ୟବାଦ ଜଣାଇଥିଲେ!
ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼ାଇଲା ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ
|
November 26, 2023 |
