ଶିବ ଶଙ୍କର ଙ୍କୁ ସହାୟତାର ହାତ ବଢ଼େଇଲେ ବ୍ରହ୍ମପୁର ର ପୂର୍ବତନ କର୍ପରେଟର ଉଦ୍ଧବ ବିଷୋୟୀ

Spread the love

ବ୍ରହ୍ମପୁର, ୨୨/୧୧ (ସନ୍ଧାନ ନିଉଜ) : ଅର୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ଧିନ ଅବସ୍ଥାରେ ରହିଥିବା ଶିବ ଶଙ୍କର ଙ୍କୁ ସହାୟତାର ହାତ ବଢ଼େଇଲେ ବ୍ରହ୍ମପୁର ୨ ନମ୍ବର ୱାର୍ଡ ର ପୂର୍ବତନ କର୍ପରେଟର ଉଦ୍ଧବ ବିଷୋୟୀ।ନିଜେ ଏମକେସିଜି ଯାଇ ଶିବଶଙ୍କରଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିବା ସହ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।ଏହା ସହ ସହାୟତାର ହାତ ବଢ଼େଇବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି। ସୂଚନା ଥାଉ କି ଗତ ଜୁଲାଇ ମାସରେ ଜଗପତି ଜିଲ୍ଲାର ପାରଳାଖେମୁଣ୍ଡି ରାଣୀପେଣ୍ଠ ଠାରେ ଏକ ହୋଟେଲ ରେ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ତତଲା ତେଲ କଡେଇରେ ପଡି ଗୁରୁତର ଆହତ ହୋଇଥିଲେ। ପରେ କଟକ ବଡ ମେଡିକାଲ ରେ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ସିଟି ହସ୍ପିଟାଲ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଶିବ ଶଙ୍କର ମିଶ୍ର।

Related Posts

About The Author

Add Comment