ଶିବରାତ୍ରିରେ ହେବ କୁମ୍ଭ ମେଳାର ପ୍ରଥମ ଶାହି ସ୍ନାନ: ଜାଣନ୍ତୁ କୁମ୍ଭ ସ୍ନାନର ମହତ୍ତ୍ୱ ଓ ଶୁଭ ମୁହୂର୍ତ୍ତ

Spread the love

ବାରିପଦା, ୦୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା) :- କୁମ୍ଭ ମେଳା ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ରହିଛି। ଚଳିତ ବର୍ଷ କୁମ୍ଭ ମେଳା ହରିଦ୍ୱାରରେ ହେବାକୁ ଯାଉଛି। କୁମ୍ଭ ମେଳା ଏଥର ୧୧ ବର୍ଷ ପରେ ପଡୁଛି। ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ମେଳା ଆୟୋଜନ ହୋଇଥାଏ। ୨୦୨୨ରେ ଗୁରୁ କୁମ୍ଭ ରାଶିରେ ରହିବେନି। ସେଥିପାଇଁ ଏଥର ୧୧ ବର୍ଷରେ କୁମ୍ଭ ମେଳା ଆୟୋଜନ ହେଉଛି। ଏଥର ମାର୍ଚ୍ଚ ୧୧ ତାରିଖରେ ଶିବରାତ୍ରି ଅବସରରେ କୁମ୍ଭ ମେଳାର ପ୍ରଥମ ଶାହି ସ୍ନାନ ଆୟୋଜନ ହେବ। କୁମ୍ଭ ମେଳାର ତୃତୀୟ ଶାହି ସ୍ନାନ ଏପ୍ରିଲ ୧୪ ତାରିଖ ମେଷ ସଂକ୍ରାନ୍ତି ଅବସରରେ ହେବ। କୁମ୍ଭ ସ୍ନାନର ମହତ୍ତ୍ୱ ହିନ୍ଦୁ ଧର୍ମରେ କୁମ୍ଭ ସ୍ନାନର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। କୁମ୍ଭ ସ୍ନାନ କଲେ ସବୁ ପ୍ରକାର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। କୁମ୍ଭ ସ୍ନାନ ଦ୍ୱାରା ମୋକ୍ଷ ପ୍ରାପ୍ତି ମଧ୍ୟ ହୋଇଥାଏ। କୁମ୍ଭ ସ୍ନାନ କଲେ ପିତୃ ଶାନ୍ତି ପାଇଥାନ୍ତି ଏବଂ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି।

କୁମ୍ଭ ମେଳାର ଶୁଭ ମୁହୂର୍ତ୍ତ ଏବଂ ତିଥି

ପ୍ରଥମ ଶାହି ସ୍ନାନ ମାର୍ଚ୍ଚ ୧୧ ଶିବରାତ୍ରି

ଦ୍ୱିତୀୟ ଶାହି ସ୍ନାନ ଏପ୍ରିଲ ୧୨ ସୋମବତୀ ଅମାବାସ୍ୟା

ତୃତୀୟ ଶାହି ସ୍ନାନ ଏପ୍ରିଲ ୧୪ ମେଷ ସଂକ୍ରାନ୍ତି

ଚତୁର୍ଥ ଶାହି ସ୍ନାନ ଏପ୍ରିଲ ୨୭ ବୈଶାଖ ପୂର୍ଣ୍ଣିମା

ଜ୍ୟୋତିଷ ଗଣନା ଅନୁସାରେ କୁମ୍ଭ ମେଳା ଆୟୋଜନ ହୋଇଥାଏ। କୁମ୍ଭ ଆୟୋଜନରେ ସୂର୍ଯ୍ୟ ଓ ଦେବଗୁରୁ ବୃହସ୍ପତିଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ରହେ। ଏହି ଦୁଇ ଗ୍ରହଙ୍କ ଗଣନା ଆଧାରରେ କୁମ୍ଭ ଆୟୋଜନ ଧାର୍ଯ୍ୟ ହୋଇଥାଏ। କୁମ୍ଭ ମେଳା ସମୟରେ ୪ଦିନ ଶାହି ସ୍ନାନ ଓ ୬ ଦିନ ପ୍ରମୁଖ ସ୍ନାନ ହେବ। କୁମ୍ଭ ମେଳା ଆସିବା ପାଇଁ ଚଳିତ ପାଇଁ କିଛି ନିୟମ ପାଳନ କରିବାକୁ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କିଛି ନିୟମ ରଖାଯାଇଛି ଯାହାକୁ ପାଳନ କରିବା ଅନିବାର୍ଯ୍ୟ। ଶ୍ରଦ୍ଧାଳୁଙ୍କୁ ନେଇ ଆସିବାକୁ ଥିବା ଟ୍ରେନ ଓ ବସଗୁଡିକୁ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକ ପ୍ରକ୍ରିୟା ମଧ୍ୟ କରାଯିବ।

Related Posts

About The Author

Add Comment