ଶିକ୍ଷା ଓ ବିଦ୍ୟାଳୟ

Spread the love
  •  
  •  
  •  
  •  
  •  

ଲିଙ୍ଗରାଜ ପଣ୍ଡା

ଶିଶୁମାନେ ନିଜ ନିଜ ମଧ୍ୟରେ କଳହ କଲେ କିମ୍ବା ମାଡପିଟ୍ କଲେ ଟଲଷ୍ଟୟ ସେମାନଙ୍କୁ ସେଥିରୁ ନିବୃତ୍ତ କରୁ ନଥିଲେ; କାରଣ ସେମିତି ପ୍ରବର୍ଭନାରେ ତାଙ୍କର ବିଶ୍ଵାସ ନଥିଲା । ଏପରି କଳହ ପ୍ରବୃତ୍ତ ବାଳକବାଳିକାମାନଙ୍କ ମଧ୍ୟ ମଧ୍ୟରେ ଶିକ୍ଷକ ଶାସନକର୍ତ୍ତା ରୂପେ ଆବିର୍ଭୁତ ହୁଅନ୍ତୁ । ଶିକ୍ଷକଙ୍କ ଉପସ୍ଥିତିରେ ମଧ୍ୟ ଉଭୟ ପକ୍ଷର ଶୋଧ ପ୍ରଶମିତ ହୁଏ ନାହିଁ, ବରଂ ତାହାର ବୃଦ୍ଧି ହୁଏ । ଟଲଷ୍ଟୟ ଏପରି ବହୁବାର ନିଜ ପୁଅଝିଅଙ୍କ ଉପରେ ବିରକ୍ତ ହୋଇଥିବେ । ସେମାନେ ମାନେ ଆଖିପିଛୁଳାକେ ପିଟାପିଟି ହୁଅନ୍ତି, ପୁଣି ଆଖିପିଛୁଳାକେ ନିଜ ନିଜ ମଧ୍ୟରେ ମିଳିମିଶି ଯାଆନ୍ତି । ମାଡପିଟ୍ କରିବାକୁ ସମୟ ଲାଗେ ନାହିଁ କି ବନ୍ଧୁତା କରିବାରେ ଆଦୌ ହେଳା ନଥାଏ ।

ଟଲଷ୍ଟୟଙ୍କ ମତରେ ସମୟେ ସମୟ ବାହାରେ ଏହି ପ୍ରକାର ବିଶୃଙ୍ଖଳା ଓ ଅସ୍ଥିରତା ଦରକାର । ସମୟରେ ଏହା ସାହାଯ୍ୟ କରେ । ଶିକ୍ଷକଙ୍କୁ ଏହା ବିରକ୍ତିକର ଲାଗିପାରେ, କିମ୍ବା ଏହା ଅସ୍ବାଭାବିକ ବୋଲି ତାଙ୍କର ହୃଦବୋଧ ହୋଇପାରେ । ପ୍ରଥମ କଥା, ଏ ପ୍ରକାର ବିଶୃଙ୍ଖଳା ଅର୍ଥାତ୍ ଶିଶୁମାନଙ୍କର ନିଭୀକ ସ୍ଵଛନ୍ଦ ଆଚରଣ ଆମ୍ଭମାନଙ୍କ ସଦୃଶ ବୟସ୍କଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଆମ୍ଭମାନଙ୍କୁ ଏହା ଭୟଙ୍କର ବୋଲି ଜଣାପଡେ । ଦ୍ବିତୀୟରେ ବଳର ପ୍ରୟୋଗ ମଣିଷ ପ୍ରକୃତିର ବିବେଚନାଶୂନ୍ୟ, ଗ୍ଲାନିକର, ବିଶ୍ଳେଷଣ ଉପରେ ଆଧାରିତ । ଏହି ପ୍ରକାର ବିଶୃଙ୍ଖଳା ପ୍ରଥମରୁ ଜଣାପଡେ ମୁହୁର୍ଭକୁ ମୁହୁର୍ଭ ଯେପରି ବୃଦ୍ଧି ପାଉଛି, କିନ୍ତୁ ଯେବେ ଧୈର୍ଯ୍ୟ ସହ ଅପେକ୍ଷା କରାଯାଏ, ତାହାହେଲେ ଏହି ବିଶୃଙ୍ଖଳା ଅଗ୍ନି ସଦୃଶ ପ୍ରଜ୍ୱଳିତ ହୋଇ ଛାଏଁ-ଛାଏଁ ଲୀନ ହୋଇଯାଏ ।

ଏହାର ପରିଣାମରେ ଅଧିକ ଶୃଙ୍ଖଳା ପ୍ରତିଷ୍ଠିତ ହୁଏ, ଯାହାକି ଆମ୍ଭମାନଙ୍କ ଚେଷ୍ଟାରେ କେବେ ସମ୍ଭବ ହୋଇ ନଥାନ୍ତି । ଟଲଷ୍ଟୟ ଯୁକ୍ତି କରୁଥିଲେ ଯେ ଶିଶୁମାନଙ୍କୁ ସର୍ବଦା ଯୁକ୍ତିବାଦୀ ଏବଂ ଯୁକ୍ତିଶୀଳ ଶକ୍ତି ବୋଲି ବିଚାର କରିବାକୁ ହେବ । ସେମାନେ ପରସ୍ପର ମଧ୍ୟରେ ଶୃଙ୍ଖଳାର ଆବଶ୍ୟକତା କ୍ରମେ ଉପଲବ୍ଧ କରନ୍ତି ଏବଂ ସେଥିପାଇଁ ଅନ୍ୟମାନଙ୍କର ବାରଣ ଓ ବାଧାକୁ ବରାବର ପ୍ରତ୍ୟାଖ୍ୟାନ କରନ୍ତି । ଗୋଟିଏ ସୁସ୍ଥ ଶିଶୁ ପୂର୍ଣ୍ଣଭାବରେ ସତ୍ୟ, ଶିବ ଏବଂ ସୁନ୍ଦର ସହିତ ସମନ୍ବୟ ପ୍ରତିଷ୍ଠା କରିପାରେ ।

ସେ ସୃଷ୍ଟିର ବିଭିନ୍ନ ସମ୍ଭାର; ଯଥା ଉଭିଦ ଓ ଜୀବଜନ୍ତୁଙ୍କ ସହିତ ସଂପର୍କ ସ୍ଥାପନ କରିପାରେ । ସେ ପ୍ରକୃତି ସହିତ ସଂପର୍କ ସ୍ଥାପନ କରିପାରେ; ଅର୍ଥାତ୍ ଯାହା ସତ୍ୟ, ଶିବ, ସୁନ୍ଦର, ତାହା ସହିତ ତାହାର ଅପୂର୍ବ ସଂଯୋଗ । ସେହି ସତ୍ୟ, ଶିବ, ସୁନ୍ଦର ପାଇଁ ଆମ୍ଭେମାନେ ବରାବର ବ୍ୟାକୁଳ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ଏହି ସଂଯୋଗ ଓ ସମୟ ଛିନ୍ନ ହୁଏ । ସେ ଯେତେବେଳେ ଜନ୍ମ ହୋଇଥିଲେ ସେତେବେଳେ ତାହା ଜୀବନରେ ଥିଲା ସ୍ମିଗଧତେ ଓ ସମନ୍ବୟ । ସିଂମେ ଏହି ସମୟ ଛିନ୍ନ ହେବାକୁ ବସେ । ଶିକ୍ଷା ଶିଶୁକୁ ତେଣୁ ଭ୍ରଷ୍ଟ କରାଏ । ଏହା ତାହାକୁ ସଂସ୍କୃତ ଓ ସଂଶୋଧନ କରି ନପାରେ । ସେ ଯେତିକି ଯେତିକି ଭ୍ରଷ୍ଟ ହୁଏ ଆମ୍ଭେମାନେ ତାକୁ ସେତିକି କମ୍ ଶିକ୍ଷାଦେବା ଉଚିତ୍ ଏବଂ ତାହାର ସ୍ୱାଧୀନତାର ବିଶେଷ ପୟୋଜନ ହୁଏ । ବିଦ୍ୟାଳୟ ଅର୍ଥାତ୍ ଶିକ୍ଷାନୁଷ୍ଠାନକୁ ପରୀକ୍ଷା-ନିରୀକ୍ଷାର ଗବେଷଣାଗାର ତାଙ୍କର ଅଭ୍ୟାସ ଥିଲା ଚିନ୍ତା ଓ ପରମ୍ପରା କ୍ଷେତ୍ରରେ ପ୍ରତ୍ୟେକ ଜିନିଷର ମୂଳ ଖୋଜି ବାହାର କରିବା । ବାସ୍ତବ-ଜଗତରେ ଯେଉଁଠାରେ ଯୁକ୍ତି କ୍ରାନ୍ତି ବୋଲି ବିବେଚିତ, ସେଠାରେ ନରନାରୀ କର୍ତ୍ତବ୍ୟ ଓ ଦଣ୍ଡ ଦେବାର ଅଧିକାର ନିଜ ନିଜ ମଧ୍ୟରେ ସାବ୍ୟସ୍ତ କରନ୍ତି; କିନ୍ତୁ ଶିଶୁ ସମାଜ, ଯେଉଁମାନେ କି ସରଳ, ସ୍ପଷ୍ଟବାଦୀ ଓ ମୁକ୍ତପ୍ରାଣ, ସେମାନଙ୍କୁ ମିଥ୍ୟ ପ୍ରତାରଣା ତଥା ସଂଶୋଧନର ଦୋଷାବହ ବିଶ୍ବାସଠାରୁ ଦୂରେଇ ରଖିବାକୁ ହେବ । ପ୍ରତିଶୋଧ ଅର୍ଥାତ ଦଣ୍ଡ ଓ ଶାସ୍ତି ବିଧାନ, ଏହି ପ୍ରକାର ସ୍ଥିତିରୁ ସେମାନଙ୍କୁ ସ୍ଵତନ୍ତ୍ର ରଖିବାକୁ ହେବ ।

ସ୍କୁଲ କିମ୍ବା ବିଦ୍ୟାଳୟରେ ଗୋଟାଏ କିଛି ଶକ୍ତି କାର୍ଯ୍ୟ କରୁଥାଏ, ଯାହାକି ଶିକ୍ଷକର ଆୟତ୍ତାଧୀନ ନୁହେଁ । ଏହା ହେଉଛି ବିଦ୍ୟାଳୟର ସାର୍ବଜନୀନ ଭାବ । ବିଦ୍ୟାଳୟରେ ଶିକ୍ଷକର ଯେଉଁ ପ୍ରଭାବ ତାହା ଶକ୍ତିଶୂନ୍ୟ; କାରଣ ତାକୁ କେତେଗୁଡାଏ ଜିନିଷଠାରୁ ଅଲଗା ରହିବାକୁ ପଡେ ।
 ବିଦ୍ୟାଳୟରେ ଏପରି ଗୋଟାଏ ଶକ୍ତି ଓ ଭାବ କାର୍ଯ୍ୟ କରେ ଯାହାକି ଶିକ୍ଷକଙ୍କର ନିୟନ୍ତ୍ରଣର ବହିର୍ଭୁତ । ତାହା ପୁଣି ଅଧାପନା ପଦ୍ଧତିଠାରୁ ସଂପୂର୍ଣ୍ଣ ସ୍ଵତନ୍ତ୍ର ଏବଂ ତାହା ହେଉଛି ଶିକ୍ଷାଦାନର ମୂଳଭିତ୍ତି । ଏପରି ଶକ୍ତି ଓ ଭାବ ହେଉଛି ବିଦ୍ୟାଳୟର ପ୍ରାଣସ୍ପନ୍ଦନ । ବିଚରା ଶିକ୍ଷକର ଏହା ଉପରେ କିଛି କର୍ତ୍ତୁତ ନଥାଏ; କାରଣ ସେ ନିଜକୁ କେତେକ ଧରାବନ୍ଧା କାର୍ଯ୍ୟରୁ ନକଲେ ଏହି ପ୍ରାଣସ୍ପନ୍ଦନକୁ ଧ୍ବଂସ କରି ଦେଇପାରେ । ଏହି ପ୍ରାଣ ସ୍ପନ୍ଦନକୁ ସ କରି ଦେଇପାରେ । ଏହି ପ୍ରାଣସ୍ପନ୍ଦନ କ୍ରମିକ ଅନୁପାତରେ ବୃଦ୍ଧି ପାଇବାକୁ ଲାଗେ । ଶିକ୍ଷକ କେତେବେଳେ ଛାତ୍ରମାନଙ୍କୁ ନିଜ ନିଜ ପାଇଁ ଚିନ୍ତା କରିବାକୁ ପ୍ରଶ୍ରୟ ଦେଇଥାନ୍ତି, ପୁନଶ୍ଚ ଯେତେବେଳେ ବିଦ୍ୟାଳୟର ପାଠପଢା ଓ ପାଠପଢ଼ାର ସମୟ ବୃଦ୍ଧି ପାଏ, ଏହି ପ୍ରାଣସ୍ପନ୍ଦନ ସେତିକି ହ୍ରାସ ପାଇଥାଏ । ଏହା ଶିଶୁ ଶିଶୁଙ୍କ ମଧ୍ୟରେ, ଶିଶୁ ଓ ଶିକ୍ଷକଙ୍କ ମଧ୍ୟରେ ପ୍ରସାର ଲାଭ କରିଥାଏ । ଶିଶୁମାନଙ୍କର କଣ୍ଠସ୍ଵର, ଚାହାଣି, ଖେଳ, ପ୍ରତିଯୋଗିତା, କଳହ ମଧ୍ୟରେ
ପ୍ରାଣସ୍ପନ୍ଦନ ପ୍ରତିଫଳିତ ହୁଏ । ଏହା ଉପଭୋଗ୍ୟ, ଆବଶ୍ୟକୀୟ ଏବଂ ପ୍ରତ୍ୟେକ ଶିକ୍ଷକ ପକ୍ଷରେ ଏହା ଅନୁଧାନେଯାଗ୍ୟ । ଖାଦ୍ୟ ଜୀର୍ଣ୍ଣ ହେବା ପାଇଁ ଲାଳ ଯେପରି ଦରକାର, ଏହି ପ୍ରାଣସ୍ପନ୍ଦନ ବୌଦ୍ଧିକ ପରିପୃଷ୍ଟି ପାଇଁ ସେହିପରି ଆବଶ୍ୟକ । ଏହା କୃତ୍ରିମ ଭାବରେ ପ୍ରସ୍ତୁତ ହୋଇ ନ ପାରେ; କାରଣ ଏହା ଜୀବନର ସମଗ୍ର ସଭାରୁ ସୃଷ୍ଟି ହୋଇଥାଏ । ସେଥିପାଇଁ ଶିଶୁର ତୃଷା ନିବାରଣ ପାଇଁ ଚେଷ୍ଟା ନକରି ଏହି ପ୍ରାଣସ୍ପନ୍ଦନକୁ ଖୋରାକ ଯୋଗାଇବା ପାଇଁ ଶିକ୍ଷକ କେତେକ ଦରକାରୀ ଉପାଦାନ ସନ୍ଧାନ କରିଦେବା ଉଚିତ । ମଣିଷ ଯେତିକି ଅଗ୍ରଗତି କରେ, ପ୍ରକୃତ ଶିକ୍ଷା ସେହି ପରିମାଣରେ ବହିର୍ଭାଗରେ ବାସ୍ତବ ଜୀବନର ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରୁ ବିଦାୟ ନେଇଥାଏ । ଶିଶୁ ତାହାର ପରିବାର ମଧ୍ୟରେ ଚଳପ୍ରଚଳ ହୁଏ । ଏହି ପରିବାର ଓ ପଡୋଶୀଙ୍କ ପୃଷ୍ଠଭୂମିରେ ହିଁ ସେ ବାସ୍ତବ ଜୀବନର ସମ୍ମୁଖୀନ ହୋଇଥାଏ । ତେଣୁ ଯେଉଁ ବିଦ୍ୟାଳୟ ଏତାଦୃଶ ଅଗ୍ରଗତି ସହିତ ନିଜକୁ ସାମିଲ କରିବାକୁ ଚାହେଁ, ସେ ଶିଶୁର ପ୍ରଶ୍ନଗୁଡ଼ିକର ଉତ୍ତର ଦେବାପାଇଁ ପ୍ରସ୍ତୁତ ହେବା ଉଚିତ । ଏହି ପ୍ରଶ୍ନ ପରିବାରସ୍ତରରୁ ଉଙ ଟଲଷ୍ଟୟ ପ୍ରଚଳିତ ଶିକ୍ଷାକୁ ନୈତିକ ଅତ୍ୟାଚାର ବୋଲି ବର୍ଣ୍ଣନା କରିଥିଲେ । ତାଙ୍କ ମତରେ ଏତାଦୃଶ କାର୍ଯ୍ୟ ହେଉଛି ଜଣେ ବ୍ୟକ୍ତିର ଅନ୍ୟ ବ୍ୟକ୍ତିର ଅନ୍ୟ ବ୍ୟକ୍ତିକୁ ଠିକ୍ ତାହାରି ଛାଞ୍ଚରେ ଗଢିବାର ଗୋଟାଏ ସଂକଳ୍ପ; ଅର୍ଥାତ୍ ବ୍ୟକ୍ତିଗତ ଅଧିକାର ଉପରେ ଏହା ହେଉଛି ଅଯଥାର୍ଥ ଆକ୍ରମଣ । ଏପରି କରିବା ପାଇଁ ଆମ୍ଭମାନଙ୍କର କୌଣସି ନୈତିକ ଅଧିକାର ନାହିଁ । ବାଳକବାଳିକାମାନେ ଯେତେବେଳେ ସେମାନେ ସ୍ୱଇଚ୍ଛାରେ ବିଦ୍ୟାଳୟକୁ ପାଠପଢ଼ିବା ପାଇଁ ଯିବା ଉଚିତ । ଏହା ଯେକୌଣସି ସାର୍ଥକ, ଫଳପ୍ରଦ ଓ ଉପେଯାଗୀ ଶିକ୍ଷାର ପ୍ରଥମ ସତ୍ତ୍ ହେବା ଉଚିତ ।

ଏହି କଥାଟି ଗୋଟିଏ ଉଦାହରଣ ସାହାଯ୍ୟରେ ବୁଝାଇ ଦିଆଯାଇପାରେ । ଯେଉଁ ଲୋକକୁ ଖାଇବାକୁ ଦିଆଯିବ, ସେ ଲୋକ କ୍ଷଧ୍ରତ ହୋଇଥିବା ଦରକାର । ଶିକ୍ଷାର ମୌଳିକ ଭିତ୍ତି ହେଉଛି ସ୍ବାଧୀନତା କାହାର ? ଏ ସ୍ଵାଧିନତା ହେଉଛି ଲୋକମାନଙ୍କର । ସେମାନେ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ସେମାନଙ୍କର ସ୍ଵାଧୀନତା ରହିବା ଦରକାର । ଠିକ୍ ସେହିପରି ଯେଉଁମାନେ ଶିକ୍ଷାର୍ଥୀ ସେମାନେ କଟଣ ପଢିବେ ଏବଂ କିପରି ପଢିବେ, ଏହି ବିଷୟରେ ସେମାନଙ୍କର ପୂର୍ଣ୍ଣ ସ୍ଵାଧୀନତା ଥିବା ଦରକାର । ଶିକ୍ଷକ ଏବଂ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସ୍ଵାଭାବିକ ଯୋଗାଯୋଗ ନିର୍ଦ୍ଦେଶ କରି ଅଭିଜ୍ଞତା ହିଁ ଶ୍ରେଷ୍ଟ ପନ୍ଥାଟି ସ୍ଥିର କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଏହି ସ୍ଵାଧୀନତାର ପରିମାଣ ଓ ସୀମା ଶିକ୍ଷକର ପ୍ରତିଭା ଓ ସହାନୁଭୂତି ଉପରେ ନିର୍ଭର କରିବ; କିନ୍ତୁ ଏତାଦୃଶ କଟକଣା ଯେତେ କମ୍, ବିଦ୍ୟାଳୟ ପକ୍ଷରେ ଏହା ସେତିକି ହିତକାରକ । ପିଲାମାନଙ୍କୁ ଯେତିକି ଶିକ୍ଷା ଦିଆଯିବା ଉଚିତ୍ । କାରଣ ଶିକ୍ଷାର ଅଭାବ ଅପେକ୍ଷା ଶିକ୍ଷାର ଆଧକ୍ୟ, ଅଜୀର୍ଣ୍ଣତା ଓ ଶିକ୍ଷାପ୍ରତି ଘୃଣା ଆହୁରି ମାରାତ୍ମକ । ଯେବେ ସରଳ ଶିଶୁମାନଙ୍କୁ ସ୍ଵାଭାବିକ ମାର୍ଗରେ ଲାଳନ-ପାଳନ କରାଯାଏ ତାହାହେଲା ସେମାନେ ଆପେ ଆପେ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ଏବଂ ନିୟମିତ ହେବା ପାଇଁ ସେମାନଙ୍କର ଆଗ୍ରହ ବୃଦ୍ଧି ପାଇବ । ଏପରି କଲେ ସେମାନେ ଠିକ୍ ଆଜି ଯେତେବେଳେ ପାଠ ପଢି ଥିଲେ, ଠିକ ସେତିକିବେଳେ ପଢିବା ପାଇଁ ପ୍ରସ୍ତୁତ ହେବେ । ଶିଶୁମାନେ ଯେଉଁସବୁ ପାଠ୍ୟ ପୁସ୍ତକ ପଢନ୍ତି ସେ ସବୁର ମଧ୍ୟ ଅନୁଶୀଳନ ହେବା ଦରକାର । ସାଧାରଣତଃ ସେମାନଙ୍କର ପାଠ୍ୟ, ବ୍ୟାକରଣ, ଇତିହାସ, ଜ୍ୟାମିତି, ଗଣିତ ଏହିପରି ବିଷୟ ମାନଙ୍କରେ ଆରମ୍ଭ ହୁଏ ।

ଇତିହାସର ଯୁଗ ବିଭାଗ କୋମଳମତି ବାଳକ ବାଳିକାମାନଙ୍କୁ ଘୋଷିବାକୁ ପଡେ । ଏହି ସବୁ ଜଟିଳ ବିଷୟ ସେମାନଙ୍କ ପକ୍ଷରେ ଦୁର୍ବୋଧ ନୁହେଁ କି ? ପ୍ରକୃତପକ୍ଷରେ କହିବାକୁ ଗଲେ ବାଳକ ବାଳିକାମାନଙ୍କର ପାଠ୍ୟ ବିଷୟ ସେମାନଙ୍କ ସାଧାରଣ ଅନୁଭୂତି ଓ ଅଭିଜ୍ଞତାରୁ ଆରମ୍ଭ ହେବା ଉଚିତ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଓ ପ୍ରକୃତ ପାଠପଢା ଦୁଇଗୋଟି ସ୍ଵତନ୍ତ୍ର ବିଷୟ । ଏକର ଅନ୍ୟ ସହିତ ସଂପର୍କ ନାହିଁ । ବିଶେଷତଃ ଯେଉଁଠାରେ ପରୀକ୍ଷା ଶିକ୍ଷାର ଅଙ୍ଗ, ସେଠାରେ ପରୀକ୍ଷା ହିଁ ଏକମାତ୍ର ଉଦ୍ଦେଶ୍ୟ ହୋଇଯାଏ ଓ ଛାତ୍ର ସେତେବେଳେ ଗଣିତ, ସାହିତ୍ୟ, ଇତିହାସ ପ୍ରକୃତ ଜ୍ଞାନ ଅର୍ଜନ ପାଇଁ ଅଧୟନ ନକରି ପରୀକ୍ଷା ପାଇଁ ସବୁ ଅଧ୍ୟୟନ କରିଥାଏ । ପରୀକ୍ଷା ପ୍ରଶ୍ନର କିପରି ଉତ୍ତର ଦେବାକୁ ହେବ ସେ ସେଥିପାଇଁ ବ୍ୟସ୍ତ ରହେ ଏବଂ ପରୀକ୍ଷାରେ ଉତ୍ତର ଦେବାର କୌଶଳ ଶିକ୍ଷା କରିବା ପାଇଁ ସେ ବ୍ୟସ୍ତ ହୁଏ । ଉଦାହରଣ ସ୍ଵରୂପ, ଇତିହାସ କଥା ବିଚାର କରାଯାଉ । ବାଳକବାଳିକାମାନେ ଇତିହାସ ପଢିବାକୁ ଭଲପାଆନ୍ତ; କିନ୍ତୁ ସେ ଇତିହାସ କି ପ୍ରକାର ତାହା ଜାଣିରଖିବା ଉଚିତ୍ । ଅସଲକଥା ହେଉଛି ପିଲାମାନେ ଇତିହାସକୁ ଜୀବନ୍ତକରି ପଢିବାପାଇଁ ଚାହାନ୍ତି । ଇତିହାସ ଛବିଦ୍ବାରା ଅର୍ଥାତ୍ ଅଙ୍କନ ଦ୍ଵାରା ଅଧୀତ ହେଲେ ଶିଶୁର ଇତିହାସ ଶିକ୍ଷାପ୍ରତି ଆଗ୍ରହ ବୃଦ୍ଧି ପାଇଥାଏ । ଏହାହିଁ ହେଉଛି ପରୀକ୍ଷାପାଇଁ ପଢିବା ଓ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ପଢିବା ମଧ୍ୟରେ ତଫାତ୍ ।

ଚିତ୍ରବିଦ୍ୟା ଓ ସଙ୍ଗୀତ ପ୍ରଭୃତି ବିଷୟ ଅଧ୍ୟୟନ କରିବାରେ ଗୋଟିଏ ନୀତି ଅନୁଷ୍ଠିତ ହେବା ଉଚିତ । ସମସ୍ତଙ୍କୁ ସଙ୍ଗୀତ ଶିଖାଇବା ଯାହା, ଧରି ବାନ୍ଧ ପାଠ ପଢାଇବା ବ୍ୟବସ୍ଥା ମଧ୍ୟ ସେହିପରି ।  ଚିତ୍ରବିଦ୍ୟା ଶିକ୍ଷା କରିବାରେ ଶିଶୁ ନିକଟବର୍ତ୍ତୀ ଉପକରଣ ପ୍ରଥମେ ବ୍ୟବହାର କରିବା ଉଚିତ; ଯଥା- ଚକଖଡି, ପେନ୍ସିଲ କିମ୍ବା ଚାର କୁଲ୍ ସାହାଯ୍ୟରେ ସେ ପ୍ରଥମେ ଗାର ଟାଣିବା ଉଚିତ୍ । ସଙ୍ଗୀତ ଶିକ୍ଷା କରିବାକୁ ଗଲେ ଶିଶୁ ନିଜର ଚାରିପାଖରେ ଯାହା ଦେଖେ କିମ୍ବା ଶୁଣେ ତାହାରି ପ୍ରତିକ୍ରିୟା ସେ ନିଜ କଣ୍ଠ ମାଧ୍ୟମରେ ପ୍ରକାଶ କରିବା ଉଚିତ । ଜ୍ଞାନଲାଭ, ଉନ୍ମତି ବିକାଶର ଅର୍ଥ ହେଉଛି ବ୍ୟକ୍ତିଗତ ସ୍ଵାର୍ଥସାଧନ, ପରିବାର ଓ ପଡୋଶୀମାନଙ୍କର ସ୍ଵାର୍ଥସାଧନ । ଲୁଗା ସଫାକରିବା, ରୋଷେଇ କରିବା ଓ ଜାଳେଣି କାଠ ସଂଗ୍ରହ କରିବା ପ୍ରଭୃତି କାର୍ଯ୍ୟ ଏହାରି ଭିତରେ ଅନ୍ତର୍ଗତ । ବାକି ଅଧେ ସମୟ ଶିକ୍ଷାଦାନ କାର୍ଯ୍ୟରେ ବ୍ୟସ୍ତ ରହିବା କଥା । ସମୁଦାୟ ସାତଗୋଟି ବିଷୟ ମଧ୍ୟରୁ ଗୋଟିଏ ନିଜ ଇଚ୍ଛାନୁସାରେ ଛାତ୍ର ବାଛିବା ଉଚିତ୍ । ଏଥିପାଇଁ ତାକୁ ସୁବିଧା ଦିଆଯିବା ଦରକାର ।

ଭାଷାଶିକ୍ଷା ପ୍ରସଙ୍ଗରେ ଯେତେ ଅଧିକ ଭାଷାଶିକ୍ଷା ଦିଆଯିବ ସେତେ ଭଲ । ଜଣେ ଶିକ୍ଷକ ଛାତ୍ରକୁ ଆକୃଷ୍ଟ କରାଇ ପଢାଇବା ଉଚିତ୍ ।ଛାତ୍ର ଯେଉଁ ଭାଷା ଜାଣିଥିବ, ସେହି ସ୍ଥାନୀୟ ଭାଷାରେ ସେ ପ୍ରଥମେ ପଢିବା ଉଚିତ୍ । ତାହାହେଲେ ସେ ବିଭିନ୍ନ ଶବ୍ଦର ବ୍ୟବହାର, ବାକ୍ୟର ଶୃଙ୍ଖଳା ଜାଣିପାରିବ । ମୋ ଛୋଟ ଭାଇମାନେ ଯେ ଅତ୍ୟାଚାର କରିପାରନ୍ତି, ଏଥିରେ ମୋର ଆଦୌ ବିଶ୍ୱାସ ନାହିଁ । ତେଣୁ ମୁଁ ସେମାନଙ୍କୁ ଦଣ୍ଡଦେବାପାଇଁ ଦାୟିତ୍ବ ଗ୍ରହଣ କରିନପାରେ । ଯେଉଁ ଲୋକ ପାପଶୂନ୍ୟ ତାହାଠାରୁ ଏହା ଆରମ୍ଭ କରାଯାଉ । ନିଷ୍ପତ୍ତି କିମ୍ବା ଆଦେଶ ଦେବାପାଇଁ ମୁଁ କିଏ ? ବିଚାରପତିର ଆସନରେ ବସିବାପାଇଁ ମୋର କି ଅଧୁକାର ଅଛି ? ଲୋକମାନେ କ୍ରମେ କ୍ରମେ ମୋର ମତକୁ ଯେତେବେଳେ ଗ୍ରହଣ କରିବେ ସେତେବେଳେ ଏହି ସବୁ କାର୍ଯ୍ୟ; ଯଥା- ଜେଲ ର କିୟା ଔର୍ଡର ହେବାପାଇଁ ଖୁବ୍ କମ୍ ଲୋକ ସମ୍ମତି ଜଣାଇବେ । ଶେଷରେ ଏପରି ଜୀବକାର ଅବସାନ ଘଟିବ । ଶିକ୍ଷାବିତ୍‌ମାନେ ଜ୍ଞାନୀ ଲୋକକୁ ଶିକ୍ଷାର ଏକ ଅଙ୍ଗ ବୋଲି ବିଚାର କରିଥାନ୍ତି । ମନୁଷ୍ୟ ମନୁଷ୍ୟ ମଧ୍ୟରେ ଶତୃତାର ବିନାଶ ହିଁ ପ୍ରକୃତ ଧର୍ମର ଭିତି। ଆଭ୍ୟନ୍ତରୀଣ ଶାନ୍ତି ଅର୍ଥାତ୍ ମାନସିକ ଶାନ୍ତି ହିଁ ପ୍ରତ୍ୟେକ ଧର୍ମର ପ୍ରେରଣା ।

ମୋ ମତରେ, ପରସ୍ପର ସହିତ ଶାନ୍ତିରେ ବାସ କର ଏବଂ କାହାକୁ ନିର୍ବୋଧ କିମ୍ବା ଅଯୋଗ୍ୟ ବୋଲି ବିଚାର କର ନାହିଁ । ଏହି ଶାନ୍ତି ଯଦି ଭ୍ରଷ୍ଟ ହୁଏ ତାହାହେଲେ ସେହି ଶାନ୍ତି ପ୍ରତିଷ୍ଟାପାଇଁ ସାଧନା କରିବାକୁ ହେବ ।

ଆମକୁ ମାନିନେବାକୁ ପଡିବ ଯେ, ଆମ୍ଭେମାନେ ଶାନ୍ତି କଥାଟି ଯେପରି ଭୁଲି ନ ଯାଉଁ । ସାଂସାରିକ ଅନିଷ୍ଟ ଓ ପ୍ରବୃତି ହିଁ ଶାନ୍ତିକୁ ପ୍ରତିହତ କରେ । ଯୌନ ଆକର୍ଷଣ ହିଁ ଶାନ୍ତି ପ୍ରତି ପ୍ରଥମ ବିପଦ । ଆମର ଦେହ ଯେକୌଣସି ପରିସ୍ଥିତିରେ ଭୋଗ ଓ ତୃଷାର ଶରବ୍ୟ ହେବା ଉଚିତ ନୁହେଁ । ପ୍ରତ୍ୟେକ ପୁରୁଷର ଗୋଟିଏ ସ୍ତ୍ରୀ ଏବଂ ପ୍ରତ୍ୟେକ ସ୍ତ୍ରୀର ଗୋଟିଏ ସ୍ବାମୀ ରହିବା ଦରକାର । ଜଣେ ଜଣକୁ କୌଣସି କାରଣରୁ ହେଉ ପଛକେ ପରିତ୍ୟାଗ କରିବା ଅନୁଚିତ । ପୁରୁଷ ଯେଉଁ ପ୍ରଥମ ନାରୀ ସହିତ ଅବିଚ୍ଛିନ୍ନ ଭାବରେ ମିଳିତ ହୁଏ, ସେହି ମିଳନକୁ ଅତି ପବିତ୍ର ଓ ଏକାନ୍ତ । ଶାନ୍ତି ପ୍ରତି ଦ୍ବିତୀୟ ବିପଦ ହେଉଛି ଶପଥ ଗ୍ରହଣ କରିବା । ଏହି ଶପଥ ପାପ ଏବଂ ଅନ୍ୟାୟର ଘର ଭିତରକୁ ମଣିଷକୁ ଟାଣିନିଏ । ମୋ ବିଚାରରେ ଆମେ କୌଣସି ଶପଥ କରିବା ଅନୁଚିତ । ଶାନ୍ତି ପ୍ରତି ତୃତୀୟ ବିପଦ ହେଉଛି- ପ୍ରତିଶୋଧ ପ୍ରବୃତ୍ତି ।ଏହି ପ୍ରବୃତ୍ତି । ଏହି ପ୍ରବୃତ୍ତି ଅନେକ ସମୟରେ ମାନବିକ ନ୍ୟାୟ ନାମରେ ଅଭିହିତ । ସପକ୍ଷରେ ନୁହେଁ । ଆମ୍ଭେମାନେ ଅପମାନ ଓ ତିରସ୍କାର ସହ୍ୟ କରିବା ଉଚିତ । ଯେଷାକୁ ତେଷା ଆମର ନୀତି ହେବା ଉଚିତ ନୁହେଁ । ଚତୁର୍ଥ ବିପଦ ହେଉଛି – ଜାତିଗତ ପ୍ରଭେଦ, ଜାତି ଜାତି, ଦେଶ-ଦେଶ, ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଶତ୍ରୁତା । ଆମର ସ୍ମରଣ କରିବା ଉଚିତ ଯେ, ସବୁ ମଣିଷ ଭାଇ ଭାଇ । ସେମାନେ ସମସ୍ତେ ସେହି ଏକ ଈଶ୍ଵରଙ୍କର ସନ୍ତାନ । ତେଣୁ ଜାତି ଓ ଦେଶ ମଧ୍ୟରେ ବ୍ୟବଧାନ ଯେପରି ଶାନ୍ତିର ପନ୍ଥା ଧ୍ଵଂସ ନ କରେ, ସମସ୍ତେ ସେଥିପ୍ରତି ବରାବର ସତର୍କ ଦୃଷ୍ଟିଦେବା ଆବଶ୍ୟକ । ବସ୍ତୁତଃ ପ୍ରକୃତିର ନିର୍ଦ୍ଦେଶ କଣ ? ଏହା କଣ ଜାଣିବା କଥା ଯେ ମୋର ଏବଂ ମୋର ପରିବାରର ନିରାପତ୍ତା, ମୋର ଆମୋଦ-ପ୍ରମୋଦ, ଫାଶୀଦଣ୍ଡର ଭୟ, କାରାଗାରର ପ୍ରାଚୀର ତଳେ ହଜାର ହଜାରଙ୍କର ଦୁର୍ଯ୍ୟୋଗ, ସଭ୍ୟତାର ପ୍ରହରୀର ଏବଂ ସୈନିକମାନଙ୍କର ଭୟ ପ୍ରଦର୍ଶନଦ୍ଵାରା ଅନ୍ୟମାନଙ୍କର ନିର୍ଯ୍ୟାତନା, ଦୁଃଖ, ଅନାହାର ବଦଳରେ କିଣାଯାଇଥାଏ ।

କ୍ଷଧାତ୍ତମାନଙ୍କର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସୈନ୍ୟମାନଙ୍କର ବନ୍ଧୁକ ସାହାଯ୍ୟରେ କଣ ଆମ୍ଭମାନଙ୍କର ଆମୋଦ-ପ୍ରମୋଦର ସୁରକ୍ଷା କରାଯିବ ? ମୋର ଖାଦ୍ୟ ରୁଟି ଏବଂ ମୋର ସନ୍ତାନମାନଙ୍କର ରୁଟିର ସୁବିଧା କରିବା ପାଇଁ, ମୋର ପ୍ରାଚୁର୍ଯ୍ୟର ବୃଦ୍ଧି ପାଇଁ କଣ ଅଗଣିତ ସର୍ବହରାମାନଙ୍କୁ ବଞ୍ଚିତ କରିବାକୁ ପଡିବ; ନା, ମୋର ଜାଣିବା ଦରକାର ଯେ, ମୁଁ ଯେଉଁ ରୁଟି ଖଣ୍ଡିକ ଖାଏ, ତାହା ମୋର ଏବଂ ମୁଁ ଖାଇବାବେଳେ ଅନ୍ୟ ଯେପରି ଭୋକ- ଉପାସରେ ନ ରହନ୍ତି ।

ମୋ ମତରେ ହିଂସାଦ୍ଵାରା ଅନ୍ୟାୟର ପ୍ରତିରୋଧ, ଯାହାକି ସମାଜର ଭିର୍ତ୍ତି ହୋଇପାରିଛି, ତାହା ଭ୍ରମାତ୍ମକ ଓ ମାନବ-ପ୍ରକୃତିର ବିରୋଧୀ । ଅନ୍ୟାୟର ପ୍ରତିରୋଧ କରି ନାହିଁ । ଯେଉଁ ନିୟମ ଅନ୍ୟାୟର ପ୍ରତିରୋଧ ପାଇଁ ହିଂସାର ଆଶ୍ରୟ ନିଏ, ତାହା ପ୍ରକୃତରେ ନ୍ୟାୟର ପ୍ରତିରୋଧ କରିପାରେ ନାହିଁ । ହଜାର ହଜାର ବର୍ଷ ଧରି ଅନ୍ୟାୟଦ୍ୱାରା ଅନ୍ୟାୟର ମୂଳୋତ୍ପାଟନ ପାଇଁ ଚେଷ୍ଟାକରାଯାଇଛି; ମାତ୍ର ଏହି ପନ୍ଥାରେ ଅନ୍ୟାୟର ଧ୍ବଂସ ହୋଇପାରିନାହିଁ । ତୁମେ କେବଳ ତାହାର ମାତ୍ରା ବୃଦ୍ଧି କରିପାରିଛି । ତେଣୁ ମୁଁ ଯାହା କହୁଛି ତୁମ୍ଭେ ସେହିପରି କର, ତାହେଲେ ତୁମେ ଜାଣିବ ମୋର ନୀତି ହିଁ ସତ୍ୟ ।

ହିଂସା ଓ ଅତ୍ୟାଚାର ମାନବ-ପ୍ରକୃତିର ବିରୋଧୀ । ଯେଉଁ ବିଚାରପତି ଅପରାଧୀକୁ ମୃତ୍ୟୁଦଣ୍ଡ ଆଦେଶ କରିଥାଏ, ସେ ନିଜ ହାତରେ ଆସାମୀକୁ ଫାଶୀ ଦେବାପାଇଁ ପ୍ରସ୍ତୁତ ନୁହେଁ । ଠିକ୍ ସେହିପରି ଶୃଙ୍ଖଳା ଓ ଆଇନ୍ ଦ୍ଵାରା କିମ୍ ଶାସନର ବ୍ୟବସ୍ଥା ଦ୍ୱାରା କୌଣସି
କର୍ମଚାରୀ କିମ୍ବା କୌଣସି ସୈନ୍ୟ ବାଧ ନ ହେଲେ କୌଣସି ବ୍ୟକ୍ତିକୁ ହତ୍ୟା କରିବା ସହଜ ନୁହେଁ । ସରକାରୀ ଶାସନ ବଳରେ ଏପରି କୁକର୍ମ ପାଇଁ ଦାୟିତ୍ବ ବାଣ୍ଟି ଦିଆଯାଇଛି, ଯାହା ଫଳରେ ସଂପୃକ୍ତ କର୍ମଚାରୀମାନ ପ୍ରକୃତିର ଅସଲ ସ୍ଵରୂପ ବୁଝିବା ପାଇଁ ଅକ୍ଷମ ହୋଇଥାଏ । ଠିକ୍ ସେହିପରି ଜଣେ କିରାଣି ଅଭିଯୋଗରେ ଦଣ୍ଡିତ ଜଣେ ଚାଷୀକୁ ତାହାର ପରିବାରଠାରୁ ଛଡାଇ ନେଇ ଜେକ୍ରେ ଭର୍ତ୍ତି କରିପାରିବ ନାହିଁ । ଏପରି ସବୁ ରାଜଦଣ୍ଡ କେବଳ ଜବରଦସ୍ତି ଓ ଗୃଙ୍ଖଳା ଆଇଦ୍ୱାରା ହିଁ ସମ୍ଭବ ହୋଇଥାଏ । ସତ୍ୟ ନୀତି ମଣିଷକୁ ସାହାଯ୍ୟ କରିବାପାଇଁ ଉଦ୍ଦିଷ୍ଟ । ଏତଦ୍ବାରା ସମାଜ ଉପକୃତ ହୋଇଥାଏ |

ସଂସାରର ନୀତି ଓ ନିୟମ, ଅନ୍ୟ ଦିଗରେ ପ୍ରଚାରିତ ସତ୍ୟରୁ ଧର୍ମ-ଯଦି ପ୍ରଥମ ଟି ସାଧ୍, ସହଜ ଓ ନିରାପଦ ହୋଇଥାନ୍ତା, ତା ହେଲେ ଯୀଶୁଙ୍କର ପ୍ରଚାରିତ ନୀତି ଓ ନିୟମ ପାଳିବା କଷ୍ଟକର ହୋଇଥାନ୍ତା । କିନ୍ତୁ ସଂସାରର ନୀତି ଓ ନିୟମ ସବୁଠାରୁ ବିପଜ୍ଜନକ ଓ କ୍ଲେଶଦାୟକ । ଯେଉଁମାନେ ସଂସାରର ସାଧାରଣ ନିୟମ, ଆଇନକାନୁନ୍ ମାନି ଚଳିବା ପାଇଁ ପ୍ରସ୍ତୁତ ନୁହନ୍ତି ସେମାନେ ସତ୍ୟ ଓ ନୀତିର ବାଣୀ କିପରି ପାଳନ କରିବେ ? ଏପରି ଅବସ୍ତାରେ ସଂସାରର ଆଇନୁନ୍ ଭାଇଁ ପ୍ରତି ମୂହୁର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକମାନଙ୍କର ସଂଖ୍ୟା ଖୁବ୍ ଅଧୁକଣେ ଲୋକ ଦଳେ ଅତ୍ୟାଚାରୀ, ହିଂସ୍ର ଓ ଦୃଷ୍ଟ ଲୋକଙ୍କ ଗହଣାରେ ରହିଯାଇପାରେ; ଏପରି ସ୍ଥଳେ ଅତ୍ୟାଚାରୀ ଦୁଷ୍ଟ ଲୋକମାନେ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟରେ ଶେଷରେ ନିଶ୍ଚୟ ପରାଜିତ ହେବେ ।

ସତ୍ୟ ପ୍ରତି ଲୋକର ଆସ୍ଥା ଓ ଭକ୍ତି ନଥିଲେ ସେ ଯଥେଛାଚାରୀ ହୋଇପାରେ । ପୃଥିବୀରେ ଯେତେ ହିଂସା, ବିପଦ, ରକ୍ତପାତ ଷଟିଅଛି, ତାହାସବୁ କଣ ଲୋକମାନଙ୍କର ଅଜ୍ଞତସାରରେ ଘଟୁଛି ? ନାଁ, ତାହା କଦାପି ନୁହେଁ । ବରଂ ଯେଉଁମାନେ ପଥଭ୍ରଷ୍ଟ, ସେହିମାନଙ୍କର ଦ୍ଵାରା ଏହିସବୁ ହିଂସାକାଣ୍ଡ ଘଟୁଛି । ସେମାନେ ଯେତିକି ଯେତିକି ହିଂସା ଓ ଅତ୍ୟାଚାର ଭିଆଇବସନ୍ତି, ସେତିକି ସେମାନେ ସତ୍ୟ ପ୍ରତି ଆଖି ବୁଜି ଦେଇଥାଆନ୍ତି । ସେମାନେ ସେତିକି ଅସୁଖୀ ହୁଅନ୍ତି ଓ ଅତୃପ୍ତ ହୁଅନ୍ତି । ତେଣୁ ସେମାନେ ସତ୍ୟର ସନ୍ଧାନ କରିବା ଜରୁରୀ ହୋଇପଡେ । ଜଣେ ଲୋକ ଅସତ୍ୟ ପଥରୁ ଦୂରେଇ ନ ରହିଲେ, ସତ୍ୟର ମହିମା ଉପଲବଧ କରିବା ସହଜ ନୁହେଁ । ଜଣେ ଲୋକ ଏପରି କାର୍ଯ୍ୟ କରିବ ନାହିଁ ଯଦ୍ବାରା ସମଗ୍ର ମାନବ-ସମାଜ ନିକଟରେ ସେ ଅପରାଧୀ ବୋଲି ବିବେଚିତ ହେବ ।

ସତ୍ୟ ଏବଂ ସାଧୁତା ଅପେକ୍ଷା କୌଣସି ଉଚ୍ଚତର ଧର୍ମ ଆଉ ନାହିଁ । ବାସ୍ତବ ଧର୍ମ ଏବଂ ବାସ୍ତବ ନୈତିକତା ପରସ୍ପର ସହିତ ଜଡିତ । ବୀଜ ଏବଂ ଜଳର ଯେଉଁ ସଂପର୍କ ଗୋଟିଏ ବୃକ୍ଷର ଅନେକ ଶାଖା, ଅନେକ ପତ୍ର; ମାତ୍ର ତାର ମୂଳ ଏକ ଆଉ ଅଭିନ୍ନ । ଠିକ୍ ସେହିପରି ମଣିଷ ମଣିଷର ଅନୈଜ୍ୟ ମଧ୍ୟରେ ଧର୍ମ ଏକ ଆଉ ଅଭିନ୍ନ । ତାଙ୍କ ଦୃଷ୍ଟିରେ ହିନ୍ଦୁ ଧର୍ମ ଏକ ବର୍ଦ୍ଧିଷ୍ଣୁ ସଙ୍ଗଠନ, ଯାହା ଉଭୟ ବୃଦ୍ଧି ଓ କ୍ଷୟର ଅଧୀନ । ଏହା ଗଙ୍ଗାନଦୀ ସଦୃଶ ପବିତ୍ର । ଏହା ଗତିଶୀଳ । ଧର୍ମର ସମୀକ୍ଷାରେ ସେ ବ୍ୟକ୍ତିଗତ ଜୀବନର ନିଷ୍ଠା ଓ ଶୁଦ୍ଧତାକୁ ଉଚ୍ଚସ୍ଥାନ ଦେଇଥିଲେ । କହିଥିଲେ; ତାଙ୍କର ସେହି ଘୋଷଣା ହେନେରି ଜଜ୍ ଙ୍କ ସୂଚିତ ଅର୍ଥନୀତି ଉପରେ ଆଧାରିତ ହୋଇଥିଲା । ଏହି ସମସ୍ତ ଅଧିକାର ଓ ଘୋଷଣାର ଏକମାତ୍ର ଉଦ୍ଦେଶ୍ୟ ଥିଲା ମନୁଷ୍ୟର ଭୌତିକ କଲ୍ୟାଣ । ଟଲଷ୍ଟୟଙ୍କ ଜୀବନ ଓ ଚିନ୍ତା ବରାବର ପ୍ରଗତିମୁଖୀ ଥିଲା ।

ତାହା ଈଶ୍ବରଙ୍କ ବିଧାନ ଉପରେ ଆଧାରିତ । ଏହା ଅସ୍ୱୀକାର୍ଯ୍ୟ ଓ ଏକକ । ଏହାକୁ ଯେ ଲଙ୍ଘନ କରେ ସେ ଅପରାଧରେ ଅଭିଯୁକ୍ତ ହେବା କଥା । ଭୁସଂପତ୍ତି ଉପରେ ସମସ୍ତଙ୍କର ଅଧୁକାର ବିବେଚିତ ହେବା ଉଚିତ । କାରଣ ଭୂସମ୍ପତ୍ତି ଉପରେ ସମସ୍ତଙ୍କର ସମାନ ବପରିମାଣରେ ଦାବି ଅଛି । ଭୂସମ୍ପରି ମଣିଷଦ୍ଵାରା ସୃଷ୍ଟି ନୁହେଁ । ଏହା ଈଶ୍ବରଙ୍କ ଦ୍ଵାରା ସୃଷ୍ଟ । ଏହା ମଣିଷଜାତିର ଯୁଗାନୁକ୍ରମିକ ବଂଶଧରମାନଙ୍କର ବାସସ୍ଥଳୀରୂପେ ବ୍ୟବହୃତ ହୁଏ । ତେଣୁ ଏହା ଉପରେ କାହାର ସାର୍ବଭୌମ ଅଧିକାର ରହିନପାରେ । ଅନ୍ୟ ପକ୍ଷରେ ଜଣେ ଦୈନିକ ଶ୍ରମିକର କଥା ବିଚାର କରାଯାଉ । ଯେ ଗଛଟିଏ ଲଗାଏ, ଘରଟିଏ ତିଆରି କରେ, କଳକାରଖାନାରେ କାମ କରେ, ଯନ୍ତ୍ରପାତି ତିଆରି କରେ, ପୋଖରୀରୁ ମାଛ ଧରେ କିମ୍ବା ଯେଉଁ ଚିତ୍ରକର ଚିତ୍ର ଅଙ୍କନ କରେ, ସେ ନିଜ ନିଜ ପରିଶ୍ରମଲବଧ ଫଳର ଅଧୁକାରୀ ହୋଇବସନ୍ତି । ତାହା ଉପରେ ତାହାର ଅଖଣ୍ଡ ଅଧିକାର । ସେ ତାହାକୁ ଅନ୍ୟକୁ ଦାନ କରିଦେଇପାରେ, ବିକ୍ରୟ କରିପାରେ, ନିଜ ଉତ୍ତରାକାରୀମାନଙ୍କୁ ମଧ୍ୟ ତାହା ହସ୍ତାନ୍ତର କରିଦେଇପାରେ । କାରଣ ତାହା ହେଉଛି ତାର ଅର୍ଜିତ ସମ୍ପତ୍ତି ।

ଜମି, ଭୂସମ୍ପତ୍ତି ଅଧୁକାର କରିବା କ୍ଷମତା ଅନ୍ୟମାନଙ୍କର ତାଦୃଶ ଅଧିକାର ଦ୍ୱାରା ସୀମାବଦ୍ଧ । ସେଥିପାଇଁ ଜମିର ଅସ୍ଥାୟୀ ମାଲିକକୁ ସମାଜକୁ କିଛି ରାଜସ୍ବ ଦେବାକୁ ପଡେ । ସେ ରାଜସ୍ବର କାରଣ ହେଉଛି ତାହାର ଦଖଲରେ ଥିବା ଭୂସମ୍ପତ୍ତି । ଏଥିରୁ ଭୂରାଜସ୍ଵ ଓ ଅନ୍ୟାନ୍ୟ ସମ୍ପରି, ଟିକସ ମଧ୍ୟରେ ମୌଳିକ ତଫାତ୍ ଦେଖାଦିଏ ।  ଘରବାଡି, ଖେତ ଖମାର କିମ୍ବା ସମ୍ପତ୍ତି ଉପରେ ଯେତେବେଳେ ଟିକସ ବସେ, ସେତେବେଳେ ସମାଜର ସଭ୍ୟମାନଙ୍କଠାରୁ ଯେଉଁ ଟିକସ ଅସୁଲ କରାଯାଏ, ତଦ୍ୱାରା ସେମାନଙ୍କର ନ୍ୟାଯ୍ୟ ଦାବିରୁ ବଞ୍ଚିତ କରାଯାଏ । ଆଇନ୍ତ ଦ୍ବାହି ଦେଇ ଏହା କଣ ଚୌର୍ଯ୍ୟ ନୁହେଁ କି ? ଠାକ୍ ସେହିପରି ଭୂସମ୍ପତ୍ତି ଉପରେ ଯେତେବେଳେ ଟିକସ ବସେ, ସେତେବେଳେ ନ୍ୟାୟଗତ ଆଇନ୍ମ ଖିଲାପ କରାଯାଏ । ଯଦି ବ୍ୟକକ୍ତିର ପରିଶ୍ରମ ଅଚ୍ଛିତ ସମ୍ପଭି ଉପରେ ଟିକସ ଲାଗେ, ତାହାହେଲେ ଭୂସମ୍ପତ୍ତି ଉପରେ ଟିକସ ନ ଲାଗିବ କାହିଁକି ?

ଉଭୟ କ୍ଷେତ୍ରରେ ଆମ୍ଭମାନଙ୍କୁ କେତେକ ନିୟମର ବ୍ୟତିକ୍ରମ ସହ୍ୟ କରିବାକୁ ପଡ଼ିବ । ଏହିସବୁ ଦୃଷ୍ଟିରୁ ସବୁ ଟିକସ ବନ୍ଦ କରାଯାଇ କେବଳ ଗୋଟିଏ ଟିକସ ରଖାଯାଇପାରେ । ସେ ଟିକସ ହେଉଛି ଭୂ-ସମ୍ପତ୍ତି ଉପରେ ଟିକସ । ଏହି ଟିକସ ପ୍ରବର୍ତ୍ତିତ ହେଲେ ସରକାରଙ୍କୁ ବହୁତ ବ୍ୟୟରୁ ଓ ଅଯଥା ଖର୍ଚ୍ଚରୁ ରକ୍ଷା ମିଳିବ । ଦୁର୍ନୀତି, ଅସାଧୁତା ଓ ଅନ୍ୟାୟରୁ ମଧ୍ୟ ରକ୍ଷା ମିଳିବ । ସରକାରଙ୍କୁ ବିଭିନ୍ନ ଟିକସ ଆଦାୟ ପାଇଁ ଅଯଥା କର୍ମଚାରୀସଂଖ୍ୟା ବୃଦ୍ଧି କରିବାକୁ ପଡିବ ନାହିଁ । ପୁନଶ୍ଚ ଜମି-ଟିକସ ହିସାବ କରିବା, ଅନ୍ୟାନ୍ୟ ଟିକସ ଅପେକ୍ଷା ସହଜ । ସମସ୍ତ ପ୍ରକାରର ଜମି ଦୃଶ୍ୟମାନ ସମ୍ପତ୍ତି । ଏହି ଏକକ ଟିକସ ଫଳରେ ଜନସାଧାରଣଙ୍କ ପ୍ରତି ଥିବା ବିପଦ ମଧ୍ୟ ହ୍ରାସ ପାଇବ । ଦ୍ବିତୀୟ ଫଳ ହେଉଛି ଉତ୍ପାଦନ ବୃଦ୍ଧି । ଏତଦ୍ବାରା ଅନ୍ୟାନ୍ୟ ଟିକସ ପ୍ରତି ଆକର୍ଷଣ ରହିବ ନାହିଁ । ଜମି ପ୍ରକୃତ ଚାଷୀ ହାତରେ ପଡିବ । କାରଣ ଯେଉଁ ଧନୀ ବ୍ୟକ୍ତି ଜମିର ମାଲିକ, ସେ କଦାପି ଜମିକୁ ଚାଷ କରି ପାରିନଥାନ୍ତି । ଶ୍ରମ ଉପରେ ଟିକସ ବସାଇବା ଅର୍ଥ ଏକ ଦିଗରେ ଧନିକଶ୍ରେଣୀର ବୃଦ୍ଧି ଓ ଅନ୍ୟ ଦିଗରେ ଦାରିଦ୍ର୍ୟ ବୃଦ୍ଧି । ଏହାର ଅର୍ଥ ପୁଞ୍ଜିପତି ମାନଙ୍କ ହାତରେ ଧନ ପରିମାଣ ବଢିଚାଲିବ; ଗରିବମାନେ ଦିନକୁ ଦିନ ଅଧିକ ଗରିବ ହେବେ ।

ସମ୍ପତ୍ତ୍ରିର ଅନ୍ୟାୟ ଓ ଅସମବଣ୍ଟନ ସମାଜରେ ଶ୍ରେଣୀ ସୃଷ୍ଟି କରିଅଛି । ଗୋଟିଏ ହେଉଛି ଗରିବଶ୍ରେଣୀ ଓ ଅନ୍ୟଟି ହେଉଛି ଗରିବଶ୍ରେଣୀ । ଧନିକ ସଂପ୍ରଦାୟ ଆଳସ୍ୟ ପରାୟଣ ଓ ଦୁର୍ନୀତିଗ୍ରସ୍ତ । ସେମାନେ ଶାରୀରିକ ଶ୍ରମ ପାଇଁ ଅନୁପଯୁକ୍ତ । ଏତଦ୍ବାରା ସଂପଭି ଉତ୍ପାଦନ ବାଧାପ୍ରାପ୍ତ ହୁଏ । ଏହି ଅନ୍ୟାୟ ବଣ୍ଟନରୁ ଆହୁରି ଏକ କୁପରିଣାମ ଅଛି । ଏକ ଦିଗରେ ସୃଷ୍ଟିମେୟ କୋଟିପତିଙ୍କର ଆବିର୍ଭାବ, ଅନ୍ୟ ଦିଗରେ କୋଟି କୋଟି ଭିକ୍ଷୁକ, ଚୋର, ଠକ ଓ ସମାଜ-ଗଳଗ୍ରହଙ୍କର ସଂଖ୍ୟାବୃଦ୍ଧି । ଫଳରେ ସେମାକର ଗତିବିଧ ନିୟନ୍ତ୍ରଣ କରିବା ପାଇଁ ଶାସନକଳରେ ପୋଲିସ, ଜଜ ଓ ଅନ୍ୟାନ୍ୟ କର୍ମଚାରୀ ଆବଶ୍ୟକ ହୁଅନ୍ତି । ସମାଜ ନିଜକୁ ଏହି ଗଳଗ୍ରହମାନଙ୍କ ଦାଉରୁ ରକ୍ଷାକରିବା ପାଇଁ ନାନାଭାବରେ ବ୍ୟୟ କରିବାକୁ ବାଧ ହୁଏ । ଏହି ଏକକ ଟିକସ ସମାଜର ଅନେକ ଦୁର୍ନୀତି ବିରୋଧରେ ଦୃଢ ପ୍ରତିକାର । ଏହାଦ୍ୱାରା ମନୁଷ୍ୟ ପ୍ରକୃତି ଯେ ପରିବର୍ତ୍ତିତ ହୋଇଯିବ, ତାହା ନୁହେଁ କିନ୍ତୁ ଅନେକ ପରିମାଣରେ ମନୁଷ୍ୟ ପ୍ରକୃତିର ସଂସ୍କାର ଘଟିପାରେ ଏବଂ ଏତଦ୍ବାରା ଏପରି ଅବସ୍ଥା ସୃଷ୍ଟି ହେବ, ଯାହା ଯୋଗୁଁ ମନୁଷ୍ୟ ପ୍ରକୃତି ଖରାପ ନ ହୋଇ ଭଲ ବାଟକୁ ଯାଇପାରିବ । ଏତଦ୍ୱାରା ଧନସଂପତ୍ତି କଳ୍ପନାତୀତ ଭାବେ ବୃଦ୍ଧି ପାଇବ; ଦାରିଦ୍ର୍ୟ ଲୋପପାଇବ । ବଞ୍ଚିରହିବା ପାଇଁ ଯେଉଁ କରୁଣ ସଂଗ୍ରାମ, ତାହାର ମାତ୍ରା ମଧ୍ୟ କମିଯିବ । ମଣିଷ ନ୍ୟାୟପରାୟଣ, ସାଧୁ ଓ ନିଷ୍ଠାବାନ ହୋଇପାରିବ । ଆଗାମୀ ନ୍ୟାୟ ଓ ସତ୍ୟର ଯୁଗ ପାଇଁ ଏହା ବାଟ ଫିଟାଇବ । ପ୍ରାଚୁର୍ଯ୍ୟ, ଶାନ୍ତି, ସୁଖ ଓ ସମୃଦ୍ଧିର ସମ୍ଭାବନା ଦେଖାଯିବ ।

ସମସ୍ତେ ଜମିକୁ ସମାନ ପରିମାଣରେ ସମାଜର ଅବାସୀମାନଙ୍କ ମଧ୍ୟରେ ବାଣ୍ଟିବା ସମ୍ଭବ ନୁହେଁ । କାରଣ ଏହା ଅବାସ୍ତବ । ଯେଉଁମାନେ ଅଳସୁଆ ଓ ଗରିବ ଶ୍ରେଣୀର ଲୋକ ସେମାନେ ନିଜର ଜମିକୁ ପୁଣି ଧନୀଲୋକଙ୍କୁ ସମର୍ପଣ କରିଦେବେ । ତଦ୍ୱାରା ସେମାନେ ସାମୟିକ ଅର୍ଥଲାଭ ମଧ୍ୟ କରିବେ । ଫଳରେ ଜମି ପୁଣି ସେହି ମୁଷ୍ଟିମେୟ ଲୋକଙ୍କ ହାତରେ ପଡିବ । ଧରାଯାଉ, ଗୋଟିଏ ସ୍ଥାନରେ ସମସ୍ତ ଭୂ-ସମ୍ପରି ଦୁଇ ଶ୍ରେଣୀର ମାଲିକଙ୍କ ଦଖଲରେ ଅଛି । ସେଥିରୁ ଗୋଟିଏ ଶ୍ରେଣୀ ହେଉଛି ଗରିବ । ସେମାନେ ଷରେ ରହନ୍ତି । ଏହା ବ୍ୟତୀତ ଶହେଜଣ ଛୋଟ ଛୋଟ ଚାଷୀ, ଯେଉଁମାନଙ୍କର ଖୁବ କମ ଜମି ଅଛି । ସେମାନଙ୍କ ବ୍ୟତୀତ ଆଉ ଯେଉଁମାନେ ଅଛନ୍ତି, ସେମାନଙ୍କର ଜମି ନାହିଁ । ସେମାନେ ହେଉଛନ୍ତି ଶିଳ୍ପପତି, ବ୍ୟବସାୟୀ ଓ କର୍ମଚାରୀ ।

ଏହିପରି ଲୋକମାନେ ଅନୁଭବ କଲେ ଯେ ଜମି ହେଉଛି ସର୍ବସାଧାରଣ ସମ୍ପତ୍ତ୍ରୀ ଏବଂ ସେମାନେ ନିଜ ନିଜ ମଧ୍ୟରେ ଜମି ବଣ୍ଟନ କରିବା ପାଇଁ ଇଚ୍ଛା ପ୍ରକାଶ କଲେ । ଏପରି ସ୍ଥଳେ ସେମାନଙ୍କର କର୍ତ୍ତବ୍ୟ କଣ ? ଯଦି ଜମିବାଲାଙ୍କଠାରୁ ଜମି କାଢିନିଆଯାଇ, ଜମି ନଥିବା ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ, ତାହାହେଲେ କିଏ କେଉଁ ଜମିଟି ପାଇବ ସେଥିପାଇଁ ମଧ୍ୟରେ ଆଗ୍ରହ ଦେଖାଯାଇପାରେ । ତଦ୍ୱାରା ବିବାଦ ବୃଦ୍ଧି ପାଇବ । ଏକ ସମାଜ
ଗଠନ କରି କୃଷିକାର୍ଯ୍ୟ କରିବା ମଧ୍ୟ ସମ୍ଭବ ନୁହେଁ; କାରଣ ସମାଜରେ ସମସ୍ତଙ୍କର ସମାନ ସୁବିଧା ନାହିଁ । କାହାର ଘୋଡାଗାଡି, ଶଗଡ, ବଳଦ ଅଛି ତ ଆଉ କାହାର କିଛି ନାହିଁ । କିଏ କୃଷିବିଦ୍ୟାରେ ଅଜ୍ଞ ତ କିଏ ଶାରୀରିକ ପରିଶ୍ରମ ପାଇଁ ଏକବାର ଅନୁପଯୁକ୍ତ ।

ଏପରି ଅବସ୍ଥାରେ ସେହି ସଂପ୍ରଦାୟର ଲୋକମାନେ ଜମି ଦଖଲ କରି ଜିମା ଛାଡି। ଦେବା ପାଇଁ ଚାହାନ୍ତି ଏବଂ ସେହି ଜମିମାଲିକମାନେ ଜମିର ପରିମାଣ ଓ ମୂଲ୍ୟ ଅନୁଯାୟୀ ଯାହା ଟିକସ ଦେବେ ତାହା ସମସ୍ତଙ୍କ ମଧ୍ୟରେ ବଣ୍ଟାଯିବ । ଏହାପରେ ସେହି ଟିକସ ଟଙ୍କା ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଗୃହୀତ ହେବ; ଯଥା-ସର୍ବସାଧାରଣଙ୍କ ଶିକ୍ଷା, ରାସ୍ତାଘାଟ, ସ୍ଵାସ୍ଥ୍ୟର ଉନ୍ନତି ପାଇଁ ଏହି ଖର୍ଚ୍ଚ ହେବ । ଠିକ୍ ଯେପରି ଜମିର ମାଲିକମାନେ ଖଜଣା ଦିଅନ୍ତି ଏବଂ ତାହା ଜମିଶୂନ୍ୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ, ସେମାନେ ମଧ୍ୟ ସେମାନଙ୍କର ଅଶଂ ନେବାପରେ ଜନସାଧାରଣଙ୍କ କଲ୍ୟାଣ ପାଣ୍ଠି ପାଇଁ ତାହାକୁ ସମର୍ପଣ କରି ଦେଇଥିଲେ । ସେହି ଅଞ୍ଚଳରେ ଏହି ବ୍ୟବସ୍ଥା ପ୍ରବର୍ତ୍ତନ କରି ସେହି ଦୁଇ ବଡ ଜମିମାଲିକଙ୍କ ଉପରେ ଟିକସ ଧାର୍ଯ୍ୟ କରାଗଲା । ଛୋଟ ଛୋଟ ଚାଷୀମାନେ ମଧ୍ୟ ଏହି ଟିକସ ବାବଦ ସେମାନଙ୍କ ଦେୟ ଦେଇଥିଲେ । କିନ୍ତୁ ମନେ ରଖିବାର କଥା ଯେ, ଯାହାଙ୍କର ଜମି ନ ଥିଲା, ତାହାଙ୍କ ଉପରେ ଟିକସ ବସି ନଥିଲା । ଏହା ଫଳରେ ଯାହା ଘଟିଲା, ତାହା ଦେଖିବାର କଥା । ଦୂରରେ ରହୁଥିବା ଜମିବାଲା ଟିକସ ଭୟରେ ସେହି ଜମି ଛାଡିବା ପାଇଁ ବାଧ୍ୟ ହେଲା; କାରଣ ସେ ଜମି ଆବାଦ କରିପାରୁ ନ ଥିଲା । ଅନ୍ୟ ମାଲିକଜଣକ ଟିକସ ଦେବାପାଇଁ ଯେତିକି ଉତ୍ପାଦନ ଦରକାର ସେତିକି ମାତ୍ର ଜମି ରଖି ବାକି ଜମି ତ୍ୟାଗ କରି ଦେଇଥିଲେ । ଯେଉଁ ଛୋଟ ଛୋଟ ଚାଷୀମାନେ ଅଳ୍ପ ଜମି ପାଇଥିଲେ, ସେମାନେ ବର୍ତ୍ତମାନ ସେହିସବୁ ଜମି ଚାଷ କରିବାକୁ ଲାଗିଲେ ।

ସେମାନଙ୍କର ସଂଖ୍ୟା ଅଧୁକ ଥିଲେ । ସେମାନେ ପରିଶ୍ରମୀ ଥିଲେ ଏବଂ ଜମିର ସଦବ୍ୟବହାର କରିଥିଲେ । ଏହା ଫଳରେ ଜମି ଇଚ୍ଚୁକ ଚାଷୀମାନଙ୍କ ହାତରେ ରହିଲା । ଉତ୍ପାଦନ ବୃଦ୍ଧି ପାଇଥିଲା । ସାଧାରଣ ସମ୍ପଦ ବୃଦ୍ଧି ପାଇଥିଲା । ବ୍ୟୟ ଅପେକ୍ଷା ଆୟର ପରିମାଣ ଅଧୁକ ବୃଦ୍ଧି ପାଇଥିଲା । ଜମିର ମାଲିକାନା ସ୍ୱତ୍ ପରିବର୍ତ୍ତନ ହେବା ଫଳରେ ସମାଜର ସୁଖ-ସମୃଦ୍ଧି ବୃଦ୍ଧି ପାଇଥିଲା । କିନ୍ତୁ ଏହି ସଂସ୍କାର ରକ୍ତପାତ ଓ ବିପ୍ଳବ ଦ୍ବାରା ସମ୍ଭବ ହୋଇ ନ ଥିଲା । ହୃଦୟର ପରିବର୍ତ୍ତନ ଦ୍ୱାରା ହିଁ ସମ୍ଭବ ହୋଇଥିଲା । ବିଚାର ଆଲୋଚନା ଦ୍ବାରା ସମାଜର ବହୁତ କିଛି ପରିବର୍ତ୍ତନ ଘଟିପାରେ ।

Related Posts

About The Author

Add Comment