ଶିକ୍ଷଣ ସମୃଦ୍ଧିକରଣ ର ସଚେତନତା ରାଲି

Spread the love
ବୈପାରିଗୁଡା,୨୯/ ୬ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତ ରେ ରହିଥିବା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସମୃଦ୍ଧିକରଣ ର ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ରେ ଅଧ୍ୟାୟନ କରୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ବୈପାରିଗୁଡା ସହର ପରିକ୍ରମା କରିବା ସହିତ ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିରେଖା ଖିଲାଡ଼ି ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ ଲକ୍ଷ୍ମୀନାରାୟଣ ଖାଡଙ୍ଗା, ଶିକ୍ଷୟିତ୍ରୀ ସଂଘମିତ୍ରା ଭୋଇ,ସୁଜାତା ପଣ୍ଡା, ମାଲେଶ୍ବରୀ ପଣ୍ଡା,ଜ୍ୟୋତି ମିଶ୍ର, ସୌଭାଗ୍ୟବତୀ ମିଶ୍ର,ସଂଗୀତା ପାଣିଗ୍ରାହୀ, ତାଇମତି ନନ୍ଦିବାଲି,ସୁଭଦ୍ରା ସ୍ୱାଇଁ, ଶୁଭଶ୍ରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା

Related Posts

About The Author

Add Comment