ଯାଜପୁର( ସନ୍ଧାନ ନିୟୁଜ/ମାନସ ରାଉତ) ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ଓଡିଶା କର୍ମଚାରୀ ମିଳିତ ସଂଘ ପକ୍ଷରୁ ୩୩ଦିନ ଧରି ଆନେ୍ଦାଳନ ଚାଲୁରହିଛି । ଦୀର୍ଘଦିନ ଧରି ବିଧାନସଭା ସମ୍ମୁଖରେ ଗଣଧାରଣ ଦେବା ପରେ ସରାକର ନଶୁଣିବାରୁ ବାଧ୍ୟ ହୋଇ ଏବେ ସଂଘ ପକ୍ଷରୁ ପ୍ରତି ଗ୍ରାମରେ ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ଆଜି ସଂଘ ପକ୍ଷରୁ ବଡଚଣାର ବହୁ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଏବଂ କର୍ମଚାରୀ ମାନେ ମଳିତ ହୋଇ ବଡଚଣାର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ଛତିଆସ୍ଥିତ ମହାପୂରଷ ହାଡିଦାସ ମହାବିଦ୍ୟାଳୟ ପରିସାରୁ ଏକ ପଦଯାତ୍ରା ବାହାରି ଛତିଆ ବଜାର, ବଡଘୁମୁରୀ, ଗୋପିନାଥପୁର, ଜଗନ୍ନାଥପୁର, ବନ୍ଦାଳ ପରିକ୍ରମା କରି ଶେଷରେ ଛଣ୍ଡିଖୋଲରେ ପଂହଚିଥିଲେ । ଚଣ୍ଡିଖୋଲସ୍ଥିତ ବିଜୁ ବାବୁ ପ୍ରତିମୂତ୍ତି ନିକଟରେ ଏକ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଶିକ୍ଷକ ନେତା ଯଚୀନ୍ଦ୍ର ଜେନା ଯୋଗଦେଇ ସରକାର ଯଥା ଶୀଘ୍ର ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ଦାବିକୁ ମାନି ନେବାକୁ କହିଥିଲେ । ସୂଚନା ଥାଉକି ଦୀର୍ଘ ୩୩ଦିନ ଧରି ବିଭିନ୍ନ ସ୍କୁଲକଲେଜରେ ଏହି ଆନେ୍ଦାଳନ ପାଇଁ ପାଠଦାନରେ ବ୍ୟାଘତ ହେବାରେ ଲାଗିଛି । ଏହି ପ୍ରତିବାଦ ସଭାରେ ୪୮୮ଅଧ୍ୟାପକ କର୍ମଚାରୀ ସଂଘର ଅଧ୍ୟାପକ ସଲିଲ ରାଜନନ୍ଦନ ମହାନ୍ତି, ତପନ କୁମାର ଜେନା, ବିଜୟ କେତନ ସାମଲ, ରବିନ୍ଦ୍ର ସାହାଣୀ ସମେତ ବହୁ ଶିକ୍ଷକ ଅଧ୍ୟାପକ ଯୋଗଦେଇଥିଲେ । ଶେଷର ଶିକ୍ଷକ ନେତା ସତ୍ୟାବଦୀ ପଣ୍ଡା ଧନ୍ୟବାଦ ଦେଇଥିଲେ ।
ଶିକ୍ଷକ କର୍ମଚାରୀ ମିଳିତ ସଂଘର ପଦଯାତ୍ରା
|
September 18, 2018 |