ଶାରଳା ମନ୍ଦିର ସେବାୟତଙ୍କୁ ଆକ୍ରମଣ

Spread the love

ତିର୍ତ୍ତୋଲ, ୧୯/୦୧/୨୦ (ସନ୍ଧାନ ନିଉଜ) : ଜଗତିସଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କନକପୁର ଶାରଳା ମନ୍ଦିର ପରିସରରେ ଦେଖିବାକୁ ମିଳିଛି ରକ୍ତର ଛିଟା। ସେବାୟତଙ୍କ ମଧ୍ୟରେ ବହୁବାର ବାଦବିବାଦ ଘଟି ରକ୍ତାକ୍ତ ଆକ୍ରମଣ ଭଳି ପରିସ୍ଥିତ ଉପୁଜୁଛି। ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁମାନେ ଶାରଳା ମନ୍ଦିରକୁ ଆସିବାକୁ ନିରାପଦ ମଣୁନାହାନ୍ତି। ପୂର୍ବରୁ ଅନେକବାର ସେବାୟତଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଘଟିଯାଇଥିବାବେଳେ ଆଜି ଅପରାହ୍ନରେ ତ୍ରିଲୋଚନ ରାଉଳ(ଗୁଲା ନନା) ନାମକ ଜଣେ ସେବକ ଆଜି ଶାରଳା ମନ୍ଦିରକୁ ଯାଉଥିବାବେଳେ ଆଉକେତେଜଣ ସେବୟେତଙ୍କ ଆକ୍ରମଣର ଶିକାର ହୋଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସିତ ହେବାକୁ ଆସିଥିବା ଦେଖିବାକୁ ମିଳିଥିଲା।

ଗତ ୧୩ ତାରିଖ ଦିନ କିଛି ସେବାୟତ ଓ ଅନ୍ୟ କେତେକ ବ୍ୟକ୍ତି କନକପୁର ଅଞ୍ଚଳରେ ଜୁଆ ଖେଳୁଥିବା ପୋଲିସ ଦ୍ୱାରା ଧରାପଡ଼ିଥିଲେ। ସେମାନେ କୋର୍ଟରୁ ବେଲେ୍‌ରେ ଆସିଥିବାବେଳେ ଆଜିର ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଆହତ ତ୍ରିଲୋଚନ ରାଉଳ କହିଛନ୍ତି। ଅପରପକ୍ଷରେ ତ୍ରିଲୋଚନଙ୍କ ମୁଣ୍ଡରେ ଗଭିର ଆଘାତ ଲାଗି ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କନକପୁର ଫାଣ୍ଡି ଅଧିକାରୀ ଶ୍ରୀଚରଣ ରାଉତ ମେଡ଼ିକାଲ ପରିସରରେ ଆହତଙ୍କ ନିକଟରେ ଉପସ୍ଥିତ ରହି ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କିମ୍ବା ଫାଣ୍ଡିରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Related Posts

About The Author

Add Comment