ଶପଥ ନେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love
ନୂଆଦିଲ୍ଲୀ, ୨୫/୦୭/୨୦୨୨ (ସନ୍ଧାନ ନିଉଜ) ଭାରତ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ । ଶପଥ ପାଠ କରାଇଲେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରମନା । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ।

ତେବେ ଏହି ଶପଥ ଗ୍ରହଣ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।

ଏହି ଅବସରରେ ଦ୍ରୌପଦୀ ସମସ୍ତଙ୍କୁ ଜୁହାର କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ ଯେ, ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ଭାବରେ ମୁଁ ନିଜକୁ ସୌଭାଗ୍ୟ ମନେ କରୁଛି ।

Related Posts

About The Author

Add Comment