ଆଦିଲ୍ଲୀ, ୧୦/୮ (ସନ୍ଧନ ନିଉଜ) : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଅବସରରେ ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଲେହରେ ଜାତୀୟ ପତାକା ଉତ୍ତୋଳନ କରିବାର ସମ୍ଭାବନା ରହିଛି। ଜୁଲାଇ ୩୦ରେ ଟେରିଟୋରିଆଲ ଆର୍ମିର ୧୦୬ ପାରାଚୁଟ୍ ବାହିନୀରେ ଯୋଗଦେଇଥିବା ଭରତୀୟ ସେନାର ଲେଫ୍ଟନାଣ୍ଟ୍ କର୍ନେଲ ଧୋନି ସଂପ୍ରତି ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାର ଖ୍ରିଉଠାରେ ପାଟ୍ରୋଲିଂ ଦାୟିତ୍ବରେ ଅଛନ୍ତି। ଶନିବାର ସେ ଲେହ ଗସ୍ତ କରିବେ। ସେଠାରେ ସେ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ କେଉଁ ସ୍ଥାନରେ କରିବେ ତାହା ଚୂଡ଼ାନ୍ତ ହୋଇନାହିଁ।
ଲେହରେ ପତାକା ଉତ୍ତୋଳନ କରିବେ ଧୋନି
|
August 10, 2019 |