ପରୀକ୍ଷା ଫି ଓ ଅତିରିକ୍ତ ଦେୟ ଛାଡ଼ ଦାବି

Spread the love
  •  
  •  
  •  
  •  
  •  

ବାରିପଦା ୨ ୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କରୋନୀ ମହାମାରି ଯୋଗୁ  ଶିକ୍ଷାବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ଛାତ୍ରଛାତ୍ରୀମାନେ ଘୋର ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି । ବିକଳ୍ପ ସାଜିଥିବା ଅନଲାଇନ୍ ଶିକ୍ଷା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଖରେ  ଠିକରେ ପହ ଞ୍ଚୁନି । ସରକାର ସ୍ନାତକୋତ୍ତର ପ୍ରଥମ ବର୍ଷର  ପରୀକ୍ଷା ବାତିଲ କରିଛଛି । ଏବେ ସୁଦ୍ଧା ଶେଷ ବର୍ଷର  ପରୀକ୍ଷାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନି । ଏମିତ ସମୟରେ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ସ୍ନାତକୋତ୍ତର ରେଗୁଲାର ଓ ସେଲ ଫାଇନ୍ସିଂ ପାଠ୍ୟକ୍ରମ ବାବଦ ପରୀକ୍ଷା । ଫି’, ମୂଲ୍ୟାଙ୍କନ ଫି’, ନାମଲେଖା ଫି’ ଆଦି ଅତିରିକ୍ତ ଦେୟ ଛାତ୍ରଛାତ୍ରୀଙ୍କୁ ମାରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅଖିଳ ଭାରାତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ମତ ରଖିଛି । ଆଥିକ ସଂକଟର ସାମ୍ନା କରୁଥିବା ଛାତ୍ରଛାତ୍ରୀ ବଦ୍ଧିତ ଶୁକ୍ତ ହେବା ସମ୍ଭବ ନୁହେଁ । ତେଣୁ ଏହି ବିଷୟକୁ ସରକାର ଓ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ବିଚାର କରି ସମସ୍ତ ଦେୟ  ଛାଡ କରନ୍ତୁ ବୋଲି ଦାବି କରିଛି ଏବିଭିପି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଗଠନର ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

Related Posts

About The Author

Add Comment