ସୁନ୍ଦରଗଡ ତା:୨୧/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ଆଜି ଲେଫ୍ରିପଡା ବ୍ଲକର ଲେଫ୍ରିପଡା ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଗୁରୁ ସିତାରାମ ମେହେରଙ୍କ ଅଧ୍ୟକ୍ଷତାରେ ଲେଫ୍ରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭ୍ୟାସ କରିବାକୁ ଥିବା ଯୋଗ,ପ୍ରଣଆମ ଓ କରୋନା ଉପଯୋଗୀ ସ୍ୱାସ୍ଥ୍ୟ ବର୍ଧକ ପ୍ରଣଆମ ,ବ୍ୟାୟାମ ଓ ଯୋଗ ଇତ୍ୟାଦି ତାଲିମ ଦିଆଯାଇଥିଲା । ସର୍ବପ୍ରଥମେ ପ୍ରାର୍ଥନା କରାଯାଇ ସୁଖମ ବ୍ୟାୟାମ ଯଥା ଅଣ୍ଟା, ଆଣ୍ଠୁ, ସ୍କନ୍ଦ ଓ ସୂର୍ଯ୍ୟ ନମସ୍କାର ପରେ ତ୍ରିକୋଣସନ, ବଜ୍ରାସନ,ମାଣ୍ଡୁକାଶନ, ସଟଙ୍କାସନ ପଵିତ୍ରସନ ଓ ଅନେକ ଆସନ କଲାପରେ ପ୍ରଣୟାମ କରାଯାଇଥିଲା । ପ୍ରଣୟାମ ରେ ଭଦ୍ରିକା, କପାଳ ଭାରତୀ, ବାହ୍ୟ ପ୍ରଣାୟାମ,ଅଗ୍ନିଶାଲ,ଅନଲୋମ ବିଲୋମ,ଉତଗିତ କରିବାପରେ ପଞ୍ଚଥର ଓଁ ଉଚ୍ଚାରଣ କରିବା ସହ ଶେଷରେ ଶାନ୍ତିପାଠ କରାଯାଇଥିଲା । କରୋନା ମହମାରୀର ସମସ୍ତ ପ୍ରକାର ସତର୍କତାକୁ ଆଖିଆଗରେ ରଖି ଏହି ଆନ୍ତର୍ଜାତୀୟ ଦିବସ ପାଳନ କରାଯାଇଥିଲା । ଏଥିରେ ଯୋଗ ଗୁରୁ ସମସ୍ତଙ୍କୁ ହାତ ସାନିଟାଇଜ କରାଇବା ସହିତ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ । ଏଥିରେ ବ୍ଲକର ସମସ୍ତ ଯୁବବର୍ଗ ସହିତ ଅନେକ ବୟସ୍କ ବ୍ୟକ୍ତି ଯୋଗ ଦେଇଥିଲେ ।
ଲେଫ୍ରିପଡା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
|
June 22, 2021 |
