ଲଭ୍-ସେକ୍ସ-ଡ୍ରାମା: ଦିଅରକୁ ପ୍ରେମ କରି ପରେ ପୁଣି ନାଟକ, ଅଭିଯୋଗକାରିଣୀଙ୍କ ଲାଗି ପୁଲିସ ହେଲା ହଟ୍ଟହଟ୍ଟା

Spread the love
  •  
  •  
  •  
  •  
  •  

ବଲାଙ୍ଗିର,୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ହ୍ୟାଲୋ, ଆଇ ଲଭ ୟୁ ଜାନୁ । ମୁଇଁ ରିସମି ଥ, ଥାନାକେ ପଲାଲି । ତମର ନାଁ ଥ୍ ଏଫ୍ଆଇଆର୍ ଦେଇଦେଲି ।‌ ପୁଲିସ ୫ଘଣ୍ଟା ତକ୍ ମତେ ଧରିକରି ସହର ଯାକ ବୁଲେଇଛେ । ତମେ ମୋର ନାଁ ଫେର ନାଇଁ ଧରି‌ଦେବ ନ  ରାତି, ଦିନ କେତେବେଲେ ଭି ତମର ପା ଯାଇପାରନ । ତମେ ଫେରାର ହେଇ ଦିଅ ଜାନୁ, କେନ ଆଡ଼େ ପଲେଇ ଯା‘!ଏହା ହେଉଛି ପୁଲିସ ପଞ୍ଜାରୁ ଫେରାର ଉଦ୍ୟମକରି ପୁଣି ଧରାପଡ଼ିଥିବା ଅଭିଯୁକ୍ତ ଓ ତାର ପ୍ରେମିକା‌ ମଧ୍ୟରେ ବାର୍ତ୍ତାଳାପର କିଛି ଅଂଶ । ପ୍ରେମିକ ଗିରଫ ହେବା ପରେ ନିଜକୁ ନିର୍ଦ୍ଦାଷ ପ୍ରମାଣିତ କରିବା ପାଇଁ ସହାୟତା ପାଇଁ ଜଣେ ଓକିଲଙ୍କୁ ଏହି ଅଡିଓ ପଠାଇଥିଲେ । ପ୍ର ସାରାଂଶ ଓ ପରେ ଏହି ଘଟଣାର ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁସାରେ, ଦ୍ବିତୀୟ ସ୍ବାମୀଙ୍କ ଅନୁପସ୍ଥିତିରେ ସମ୍ପର୍କୀୟ ଦିଅର ସହିତ ଅଭିଯୋଗକାରିଣୀଙ୍କ ମନ ମିଶିଗଲା । କଥାବାର୍ତ୍ତା ପରେ ସମ୍ପର୍କ ପ୍ରେମର ରୂପ ନେଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ଗଢ଼ିଉଠିଲା । କିନ୍ତୁ କିଛିଦିନ ତଳେ ଭାଉଜ(ଅଭିଯୋଗକାରିଣୀ)ର ବାରଣ ସତ୍ତ୍ୱେ ଦିଅର ଶାରିରୀକ ସମ୍ପର୍କ ରଖିଲା । ପରେ ମହିଳାଜଣକ ରାଗିଯାଇ ସିଧା ବଲାଙ୍ଗିର ଆର୍ଦଶ ଟାଉନ୍ ଥାନାରେ ପହଞ୍ଚିଗଲେ । ମୌଖିକ ଭାବରେ ଅଭିଯୋଗ କଲେ ଏବଂ ପୁଲିସ ବାବୁ ଶୁଣିନଥିବା କହି ଏଙ୍କଠାରେ ଫେରାଦ ହେଲେ । ଏଙ୍କ ନିର୍ଦ୍ଦେଶ ପରେ ଟାଉନ ଥାନା ପୁଲିସ ଘଟଣାକୁ ତତ୍ପରତା ସହ ଗ୍ରହଣ କଲା  ସହ ମହିଳା ପୁଲିସ ଅଧିକାରୀଙ୍କ ଅଭିଯୋଗକାରିଣୀଙ୍କୁ ରାତିତମାମ ସହର ଏବଂ ଅଭିଯୁକ୍ତର ଗାଁକୁ ନେଲା । ହେଲେ ଅଭିଯୁକ୍ତର ପତ୍ତା ମିଳିଲାନାହିଁ | ଶେଷରେ ଅଭିଯୋଗକାରିଣୀଙ୍କୁ ପୁଲିସ ଘରେ ଆଣି ଛାଡ଼ିଦେବା ପରେ ନିଜ ଫୋନରୁ ଅଭିଯୁକ୍ତଙ୍କୁ ଫୋନ୍ କରି ତୁରନ୍ତ ଫେରାର ହୋଇଯିବାକୁ ପରାମର୍ଶ ଦେଇଥିଲେ । ପ୍ରଥମେ ଏତଲା ଦେବାକୁ ଯାଇ ଏଙ୍କଠାରେ ଫେରାଦ ହେଲେ ଏବଂ ପରେ ଅଭିଯୋଗ ଗ୍ରହଣହୋଇ ମାମଲା ରୁଜୁ ହେବାରୁ ପ୍ରେମିକ ଅଭିଯୁକ୍ତକୁ ଖସିଯିବାକୁ କହୁଥିବା ଉକ୍ତ ଅଡିଓରୁ ଜଣାପଡୁଛି । ଉକ୍ତ ଅଡ଼ିଓଟି ଭାଇରାଲ ହେବାପରେ ଏବେ ସନ୍ଧାନ  ହାତରେ ଲାଗିଛି । ମାମଲାଟି ବର୍ତ୍ତମାନ କେଉଁ ମୋଡ଼ ନେବ, ତାହା ଦେଖବାକୁ ରହିଲା । ସୂଚନାଯୋଗ୍ୟ, ଗତ ୨ତାରିଖରେ ସହରର ଜଣେ ମହିଳା ଟାଉନ୍‌କୁ ଯାଇ ତାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ କରିଥିଲେ । ଥାନାରେ ତାଙ୍କୁ ଲିଖିତ ଅଭିଯୋଗ ମଗାଯିବା ପରେ ଥାନାର ଜଣେ ଅଧିକାରୀ ତାଙ୍କୁ ଓଲଟପାଲଟ କହି ଫେରାଇ ଦେଇଥିବା ଦର୍ଶାଇ ମହିଳାଜଣକ ସିଧାସଳଖ ବଲାଙ୍ଗିର ଏସପିଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇଥିଲେ । ଟାଉନ୍ ଥାନାରେ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ମହିଳାମାନଙ୍କୁ ଦୁର୍ବବ୍ୟହାର କରୁଥିବା କହିଥିଲେ। ଯାହାକୁ କେନ୍ଦ୍ରକରି ଟାଉନ ଥାନା ପୁଲିସ ବିବାଦକୁ ଆସିଛି । ହେଲେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା । କୋର୍ଟଚାଲାଣ ପୂର୍ବରୁ ଡାକ୍ତରୀ ମାଇନା ସମୟରେ ଗଣମାଧ୍ୟମକୁ ମୁହଁ ଲୁଚାଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ପୁଲିସ ବଡ଼ କଷ୍ଟରେ ତାଙ୍କୁ ପୁଣି କାବୁକରି ଜେଲ୍ ପଠାଇଛି । ଉକ୍ତ ଘଟଣାର ଅଡିଓ ଭାଇରାଲହେବା ପରେ ପ୍ରେମ ଓ ଷଡ଼ଯନ୍ତ୍ର ନୂଆ ଦିଗଟିଏ ସାମନ୍ନାକୁ ଆସିଛି । ଅଭିଯୋଗକାରିଣୀ ନିଜ ବିବାହିତ ସ୍ଵାମୀ ଏବଂ ୩ ସନ୍ତାନଙ୍କୁ ଛାଡ଼ି ଜଣେ ସ୍ତ୍ରୀ ପରିତ୍ୟକ୍ତ ସ୍ବାମୀ ଏବଂ ତାଙ୍କର ଦୁଇଟି ସନ୍ତାନ ସହ ରହୁଥିଲେ । ଦ୍ବିତୀୟ ସ୍ବାମୀ କୌଣସି କାରଣରୁ ଅନୁପସ୍ଥିତ ରହିବା ପରେ ସମ୍ପର୍କିୟ ଦିଅର ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀ ସଂଗ୍ରାମକେଶରୀ ପଟ୍ଟନାୟକଙ୍କୁ ପଚାରିବାରୁ ଏହି ମାମଲାରେ କିଛି କହିବାକୁ ମନା କରିଥିଲେ ।

Related Posts

About The Author

Add Comment