ନୂଆଦିଲ୍ଲୀ ୧୭/୦୬ (ସନ୍ଧାନ ନିଉଜ) ଲଦାଖର ଗଲଓ୍ୱାନ ଘାଟିରେ ଚୀନ୍-ଭାରତ ସେନା ମୁହାଁମୁହିଁ ଘଟଣାରେ ଓଡ଼ିଶାର ୨ ଯବାନ୍ ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ଅନ୍ୟଜଣେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଯବାନ ନନ୍ଦୁରାମ ସୋରେନ। ତେବେ ଏନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନଥିବା ବେଳେ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ତାଙ୍କ ମରଶରୀର ଆସି ଗାଁରେ ପହଞ୍ଚିବ ବୋଲି ସୂଚନା ମିଳିଛି।
ଲଦାଖ୍ ସୀମାରେ ସହିଦ୍ ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ
|
June 17, 2020 |
