ଲଘୁଚାପ ର ଦ୍ବିତୀୟ ଦିବସରେ ବୈଶିଙ୍ଗା – ବଡ଼ସାହି ଯୋଗାଯୋଗ ବିଚ୍ଛିନ୍ନ

Spread the love

ବାରିପଦା, ୨୨/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଲଘୁଚାପ ଜନିତ ବର୍ଷା ଥମି ଯାଇଥିବାବେଳେ ସାଧାରଣ ଜନତାଙ୍କ ବିପଦ ଟଳିନି ବିଭାଗ ରାସ୍ତା ପାଲଟିଛି ପଇରି, ଦ୍ବିତୀୟ ଦିବସରେ ମଧ୍ୟ ବୈଶିଙ୍ଗା-ବଡସାହି ଯୋଗାଯୋଗ ବିଛିନ୍ନ ହୋଇଛି । ଲୋକମାନେ ଏହି ରାସ୍ତାର ଯୋଗାଯୋଗ ବନ୍ଦ ହେବା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏହି ବିଛିନ୍ନ ଇଛୁକତ ବୋଲି ଲୋକଙ୍କ ମଧ୍ୟରେ ଆଲୋଚିତ ହେଉଛି । କାରଣ ପୁତ୍ତବିଭାଗ ଏହି ରାସ୍ତା ଉପରେ ପ୍ରତିମାଦେଇପର ନିକଟରେ ନିର୍ମିତ ହେଉଥିବା ଅନ୍ଧାରୀନାଳ ଉପରେ ଜୁସେତୁନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ରଣଜନତାକୁ ଭୋଗ କରିବାକୁ ଲାବୋଲି ଆଲୋଚିତ ହେଉଛି । ତନଟୀବ୍ଳକର ବୈଶିଙ୍ଗା ଠାରୁ , ପାଇଥିବା ଏହିରାସ୍ତା ମାଣତ୍ରୀ, ଆହ,ଡୁକୁରାଦେଇ ବାରିପଦାକୁ ଗତ କରିଥିବାବେଳେ ଏପଟେ ଲମିଯାଇଥିବା ସଂଯୋଗ କରିଥିବା ମଦଳା, କପ୍ତିପଦା, ଠାକୁରମୁଣ୍ଡା କେନ୍ଦୁଝର ସହିତ ମିଶିଥିବାବେଳେ ଏହି ଏକମାତ୍ର ରାସ୍ତା କେତେ ଗୁରୁତ୍ୱପୁର୍ଣ୍ଣ ତାହା ବିଭାଗୀୟ ଅଧିକାରୀମାନେ ଜାଣି ମଧ୍ୟ ଅଜଣାରହି ଗୁରୁତ୍ବ ନଦେବା ଫଳରେ ସଠିକ ସମୟରେ ଏହି ରାସ୍ତା ଉପରେ । ବିଜୁସେତୁ ନିର୍ମାଣ କାର୍ଯ୍ୟ ସମାପନ । ନହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଲୋଚିତ ହେବାରେ ଲାଗିଛି । ପ୍ରତ୍ୟେକ ବର୍ଷ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିବା ଫଳରେ ବିଶେଷଭାବେ ପ୍ରତିମାଦେଇପୁର ନିକଟଦେଇ ପ୍ରବାହିତ ହୋଇଥିବା ଅନ୍ଧାରୀନାଳ ପ୍ରତିବନ୍ଧକ ସାଜିଥିବା ଯୋଗୁ ଗତ ୨୦୧୮ ମସିହାରେ ଏହି ଅନ୍ଧାରୀନାଳ ଉପରେ ନିର୍ମାଣ ହେଉଥିବା ବିଜୁସେତୁର ଶିଳାନ୍ୟାସ ତତ୍କାଳୀନ ବାଲେଶ୍ଵର ସଂସଦ ରବୀନ୍ଦ୍ର ଜେନା, ବଡ଼ସାହିର ତତ୍କାଳୀନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ଦ୍ୱାରା ହୋଇଥିଲା । ସାଧାରଣ ଲୋକଙ୍କ ଉପରେ ବିଭାଗ ଗୁରୁତ୍ୱ ନଦେବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଛି । ଏହି ସେତୁକାମ ଧିମେଇ ଧିମେଇ ନିର୍ମାଣ ହେବା ଫଳରେ ନିଦ୍ଧାରିତ ସମୟ ଅବଧି ମଧ୍ୟରେ ଶେଷ ନହେବାରୁ ଏହି ନିର୍ମାଣକାରୀ ସଂସ୍ଥାକୁ କଳାତାଲିକାଭୁକ୍ତ ଘୋଷଣା କରିବା ନିମନ୍ତେ ପାଟଳିପୁର ସରପଞ୍ଚ ଚୈତନ୍ୟ ବେସ୍ର ପୁଣିଥରେ ଦାବିକରିଛନ୍ତି । ସାଧାରଣ ଲୋକ ଯେପରି ହଇରାଣ ନହେବେ ସେଥିପାଇ ବେଲାଣପୁରା ସମେତ ଆଖପାଖ ଗ୍ରାମବାସୀ ବେଲାଣପୁରା ଠାରେ ଆଗକୁ ବିପଦଅଛି ବୋଲି ଲୋକଙ୍କୁ ସୁଚାଇବା ନିମନ୍ତେ ରାସ୍ତାକୁ ବନ୍ଦ କରିଦେଇଛନ୍ତି ଲୋକଙ୍କ ସ୍ବାର୍ଥକୁ ଉପେକ୍ଷା କରିବା ସହିତି ୫୦ହଜାରରୁ ଉଦ୍ଧ ସାଧାରଣ ଜନତାଙ୍କୁ ସମ୍ପୂକ୍ତ ବିଭାଗ ମଧ୍ୟ ଅବହେଳା ପ୍ରଦର୍ଶନ । କରିଛି ବୋଲି ବିକାଶମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ ପ୍ରକାଶ କରିଛନ୍ତି । ଉକ୍ତ ଅନ୍ଧାରୀନାଳ ଉପରେ ଯଥାଶିଘ୍ର ସେତୁ ନିର୍ମାଣ ପାଇଁ ବଡ଼ସାହି ନିର୍ବାଚନ ମଣ୍ଡଳୀର । ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବିକରିଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇମଧ୍ୟ ସେତୁକାମ ସମ୍ପୁର୍ଣ୍ଣ ନକରିବାରୁ ପୁର୍ଭବିଭାଗର ଏହା ଚରମ ଅବହେଳାର ନିଦର୍ଶନ ବୋଲି କହିବା ସହିତ ବିଭାଗୀୟ ଅଧ୍ୟାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଥିବାବେଳେ ସମ୍ପୃକ୍ତ – ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଦାବି କରିଛନ୍ତି ।

Related Posts

About The Author

Add Comment