ବାରିପଦା ୨୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଉତ୍ତର – ପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଓ ସକ୍ରିୟ ମୈସୁମି ବାୟୁର ଲଘୁଚାପ ଜନିତ ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି । ଆଗାମୀ କିଛି ଦିନ ଏମିତି ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ଜିଲ୍ଲାରେ ହାରାହାରି ୪୧.୮୫ ମିଲି ବର୍ଷା ହୋଇଛି । ରାସଗୋବିନ୍ଦପୁର ବ୍ଲକରେ ସର୍ବାଧିକ ୧୨୨.୮ ମିଲି ବର୍ଷା ହୋଇଥିବା ବେଳେ ଶୁଳିଆପଦାରେ ୧୧୦ ମିଲି , ବାଙ୍ଗିରିପୋଷି ବ୍ଲକରେ ୧୦୨.୮ ମିଲି ବର୍ଷା ରେକର୍ଡ କରାଯାଇଛି । ତେବେ ବହଳଦା , କରଞ୍ଜିଆ, ଶୁକୃଳି ଓ ରରୁଆଁ ବ୍ଲକ0ରେ ବର୍ଷା ହୋଇନଥିବା ଜଣାପଡିଛି । ସେହିପରି ବାରିପଦାରେ ୩୫, ଶ୍ୟାମାଖୁଣ୍ଟାରେ ୨୫, ବଡ଼ସାହି, ଖୁଣ୍ଟା ଓ ଜବି ନଗରରେ ୨୨, ବେତନଟୀ ରେ ୪୯, ମୋରଡାରେ ୮୦, କୁଳିଅଣା ଓ ସାରସକଣାରେ ୮୪, ଉଦଳାରେ ୨୮.୪, କପ୍ତିପଦା ଓ ଜମଦାରେ ୨୬, ବିଶୋଇ ଓ ବିଜତଳାରେ ୫୭, ରାଇରଙ୍ଗପୁର ୫୫, କୁସୁମୀ ରେ ୬୨ ତିରିଂରେ ୨.୨ ଯଶିପୁରରେ ୩ ଓ ଠାକୁରମୁଣ୍ଡା ରେ ୧୩ ମମି ବର୍ଷା ରେକର୍ଡ କରାଯାଇଛି । ଗତକାଲି ରାତିରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଏବଂ ଆଜି ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ଜିଲ୍ଲାରେ ପ୍ରଭାବିତ ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ଗଙ୍ଗାଧର,ସୋନ ନଦୀ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଉପରୋକ୍ତ ସମସ୍ତ ନଦୀ ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି । ସେହିପରି କାଳ ,ସୁନେଇ, ଖଡଖାଇ, ନେସା ଏବଂ ବାଙ୍କବଳ ଜଳଭଣ୍ଡାର ସ୍ଥିତି ମଧ୍ୟ ଏହାର ଧାରଣା କ୍ଷମତା ଠାରୁ ତଳେ ଅଛି । ତେଣୁ ଅତ୍ୟଧିକ ବର୍ଷା ନହେଲେ ଏ ନେଇ ସେପରି କୈାଣସି ବୀପଦର କାରଣ ନଥିବା ଶ୍ରୀ ପତି କହିଛନ୍ତି । ତେବେ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ସୂଚନା ଜାରି କରାଯାଇଥିବାରୁ ଜିଲ୍ଲାର ସମସ୍ତ ବିଡ଼ିଓ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏ ନେଇ ସତର୍କ ରହିବାକୁ କୁହାଯାଇଛି । ଯେ କୌଣସି ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଶ୍ରୀ ପତି କହିଛନ୍ତି । ଜିଲ୍ଲା ର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ହୋଇଥିଲା ସୂଚନା ମିଳିଛି । ଫଳରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ବାହାରିଥିବା ବୁଢାବଳଙ୍ଗ ,ପଳପାଳ ଆଦି ନଦୀରେ ଜଳପତ୍ତନ ଧୀରେଧୀରେ ବୃଦ୍ଧି ପାଇବା ଆରମ୍ଭ କରିଥିବା ଜଣାପଡିଛି । ବୁଢାବଳଙ୍ଗ ନଦୀର ଜଳପତ୍ତନ ବାରିପଦା ମଧୁବନ ନିକଟରେ ବିପଦ ସଂକେତ ତଳେ ରହିଛି । ତେବେ ଲଗାଣ ବର୍ଷା ଜାରି ରହିଲେ ବୁଢାବଳଙ୍ଗ ନଦୀ ସହିତ ସୋନ, ସଞ୍ଜ , ଗଙ୍ଗାଧର ,ଖଇରୀ ଭଣ୍ଡନ ,ଜମ୍ଭୀରା,ପଳପାଳ ଆଦି ବିଭିନ୍ନ ନଦୀରେ ବନ୍ୟା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଲଘୁଚାପ ଜନିତ ବର୍ଷାରେ ବେହାଲ ମୟୂରଭଞ୍ଜ
|
August 21, 2020 |