ସୁନ୍ଦରଗଡ଼ ତା:୧୮.୦୫.୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ନିଜନିଜ ଜାତି ସମାଜ କୁ ଆଗେଇ ନେବା ଦିଗରେ ସବୁ ସମାଜ ଆଗେଇ ଆସୁଛନ୍ତି l ସମାଜ କୁ କିପରି ଉନ୍ନତି ଦିଗରେ ନେବା, ସମାଜ ର ପୁଅ ଝିଅ ମାନେ କେମିତି ଶିକ୍ଷିତ ହେବେ, ମହିଳା ମାନଙ୍କର କିପରି ସଶକ୍ତି କରଣ ହୋଇ ପାରିବ ସେ ଦିଗ ରେ ଅଧିକ ଯତ୍ନବାନ ହେଉଛନ୍ତି ସମସ୍ତଙ୍କ ସମାଜ l ଆଜି ବାଲିଶଙ୍କରା ବ୍ଲକ ବନ୍ଧବାହାଲ କଲ୍ୟାଣ ମଣ୍ଡପ ଠାରେ ବାଲିଶଙ୍କରା ବ୍ଲକ ଲକ୍ଷେ ଘର ସମାଜ ର ବ୍ଲକ ସଭାପତି ଶ୍ରୀ ଯୁକ୍ତ ଉଦ୍ଧବ ତନ୍ତୀ ଙ୍କ ନେତୃତ୍ୱ ରେ ଏକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା l ଏହି ସମୀକ୍ଷା ବୈଠକ ରେ ଶ୍ରୀ ଯୁକ୍ତ ବୈରାଗୀ ତନ୍ତୀ ଉପସ୍ଥିତ ଥିଲେ l ବାଲିଶଙ୍କରା ବ୍ଲକ ସଭାପତି, ସମ୍ପାଦକ, କୋଷାଧକ୍ଷ, ମହିଳା ସଭାନେତ୍ରୀ ଓ ଉପଦେଷ୍ଟା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ l ବାଲିଶଙ୍କରା ବ୍ଲକ ର ସମସ୍ତ ଗ୍ରାମ ପଂଚାୟତ ର ସମାଜ ସେବି ମାନେ ମଧ୍ୟ ଉପସ୍ଥିତ ଥିଲେ l ନିଜ ନିଜ ପଂଚାୟତ କୁ ନିର୍ମଳ ପଂଚାୟତ କେମିତି କରିବା l ଲକ୍ଷେ ଘର ସମାଜ ପୁରୁଖା ଦିନର ପ୍ରଚାଳିତ କରି ଚାଲି ଆସିଥିବା ତନ୍ତ ପ୍ରୋଜେକ୍ଟ କୁ ନିଜ ବ୍ଲକ ରେ ଆଉଥରେ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଜାଣିବାକୁ ମିଳିଲା l ଗରିବ ରୁ ଅତିଗରିବ ପରିବାର କୁ କିପରି ଆତ୍ମନିର୍ଭରସିଳ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ I
ଲକ୍ଷେ ଘର ସମାଜ ର ସମୀକ୍ଷା ବୈଠକ
|
May 18, 2025 |
