ରେଳ ବିକାଶ କମିଟି ପକ୍ଷରୁ ଡିଆର୍ ଏମଙ୍କୁ ଦାବିପତ୍ର

ଜେନାପୁର, ୧୯/୦୨ (ସନ୍ଧାନ ନିୟୁଜ) ଜେନାପୁର ଧର୍ମଶାଳା ବ୍ଲକ୍ । ଜେନାପୁର ରେଳଷ୍ଟେସନର ବିଭିନ୍ନ ସମସ୍ୟା । ନେଇ ଆଜି ରେଳବିକାଶ କମିଟି ପକ୍ଷରୁ ଖୋର୍ଦ୍ଧା ରୋଡ ଡିଭିଜିନାଲ ମ୍ୟାନେଜରଙ୍କୁ ଦାବିପତ୍ର । ପ୍ରଦାନ କରାଯାଇଛି। ଜେନାପୁର ଷ୍ଟେସନ । ନିକଟରେ ଇଂରେଜ ଅମଳରୁ ଥିବା ଦୁଇଟି ବିରାଟ । ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ରହି ଦୁର୍ଗନ୍ଧ ହେଉଛି। ଷ୍ଟେସନକୁ ଯାଉଥିବା ଯାତ୍ରୀମାନେ ମୁହଁରେ ରୁମାଲ ବାନ୍ଧି ଯାଉଛନ୍ତି। ଅନେକ ସମୟରେ ଉକ୍ତ ପୋଖରୀରେ ଗୋରୁଗାଈ ତଥା । ବିଭିନ୍ନ ଗୃହପାଳିତ ପଶୁପକ୍ଷୀ ପଡି ମୃତ୍ୟୁ ବରଣ କରୁଛନ୍ତି। ଏହି ପୋଖରୀକୁ ପୋତିବା ତଥା । ଜେନାପୁର ଷ୍ଟେସନର ଆଲୋକୀକରଣ, ଶୁଦ୍ଧ । ପାନୀୟ ଜଳ ଯୋଗାଣ, ଯାତ୍ରୀ ବିଶ୍ରାମାଗାର । ସମେତ ବିଭିନ୍ନ ସମସ୍ୟା ନେଇ ଆଜି ଅପରାହ୍ନରେ । ରେଳ ବିକାଶ କମିଟିର ସଭାପତି ଚନ୍ଦ୍ରମଣି ଦାସ । ବରିଷ୍ଠ ସଭ୍ୟ ତ୍ରିଲୋଚନ ବେହେରା, କ୍ଷେତ୍ରବାସୀ ରାଉତ, ଯୋଗେନ୍ଦ୍ର ସାହୁ, ସରୋଜ ପଟ୍ଟନାୟକଙ୍କ ସମେତ ଶତାଧିକ ସଭ୍ୟ ଡିଆରଏମଙ୍କୁ ଦାବିପତ୍ର । ପ୍ରଦାନ କରିଥିଲେ। ଅଭିଯୋଗ ଉପରେ ବିଚାର । କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି । ଡିଆରଏମ୍ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ । Report- Manas Rout

Related Posts

About The Author

Add Comment