କଟକ,(ସନ୍ଧାନ ନ୍ୟୁଜ୍) : ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ରେକୀ ମିଶନରେ ଶ୍ରୀଗଣେଶଙ୍କ ଆବାହନ ସହ ପୂଜ୍ୟ ବିଜ୍ଞାନୀ ଗୁରୁ ତଥା ରେକୀ ମିଶନର ପ୍ରତିଷ୍ଠାତା ଶ୍ରିସନ୍ଥଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ଶ୍ରୀ ଗଣେଶଙ୍କ ପୂଜା ଓ ପୂଜ୍ୟ ପରମ୍ପରାର ଦେଖିବାକୁ ମିଳିଥିଲା, ସକାଳେ ୧୦୮ ହନୁମାନ ଚାଳିଶାରୁ ଆରମ୍ଭ ହୋଇ ପରେ ପରେ ୧୦୦୮ ଶ୍ରୀଗଣେଶ ଶାଳ ଗ୍ରାମଙ୍କ ପୂଜା ଓ ଲକ୍ଷ୍ମୀ,ଗଣେଶ,ସରସ୍ଵତୀ ଙ୍କ ପ୍ରତିଷ୍ଠିତ ମୂର୍ତ୍ତୀଙ୍କ ପୂଜା ଓ ଶ୍ରୀଗଣେଶଙ୍କ ଆବାହନ କରାଯାଇଥିଲା । ସନ୍ଧ୍ୟାରେ ପୂଜ୍ୟଗୁରୁ ଶ୍ରୀ ଶ୍ରିସନ୍ଥଙ୍କ ଜନ୍ମ ଦିବସ ପାଳନ କରାଯିବା ସହ ଓଡ଼ିଶାର କୋଣ ଅନୁକୋଣରୁ ସାତ ରୁ ଆଠ ହଜାର ଲୋକ ଗୁରୁଜୀଙ୍କୁ ଦର୍ଶନ କରିଥିଲେ । ଖାଦ୍ୟ ପରଷିବା ପାଇଁ ସ୍ବତନ୍ତ୍ର ଭାବେ ସୁଦୁରରୁ ଦଶ ହଜାର ପଦ୍ମପତ୍ରର ବ୍ୟବସ୍ଥା କରାଯାଇଥିଲା,ପୁରୁଣା ବୋତଲ, ଅନ୍ୟାନ୍ୟ ପୁରୁଣା ସାମଗ୍ରୀରେ ଆଶ୍ରମକୁ ସ୍ବତନ୍ତ୍ର ଭାବେ ସଜା ଯାଇଥିଲା । ଆଶ୍ରମର ଗୋଟିଏ ପଟେ ଗୁରୁଜୀଙ୍କ ଦର୍ଶନ,ଗୋଟେ ପଟେ ଭଜନ ସମାରୋହ ଓ ଗୋଟିଏ ପଟେ ଖାଦ୍ୟର ବ୍ୟବସ୍ଥା ସୁନ୍ଦର ଭାବେ ଆୟୋଜନ କରାଯାଇଥିଲା । ରେକି ମିଶନ ଗୁରୁସେନାର ପ୍ରଣୟ କିଶୋର ବରାଳ (ବାପି), ଆଲୋକ ମହାନ୍ତି,ଆଶିଷ ଠାକୁର,ବିଶ୍ୱଜିତ୍ ବେଉରା ଏହି କାର୍ଯ୍ୟକ୍ରମ ପରିଚାଳନା ଥିବାବେଳେ ବାହାରୁ ଆସିଥିବା ସମସ୍ତ ସାଧୁସନ୍ଥ ଓ ଅତିଥି ଅଭ୍ୟାଗତଙ୍କ ଦାଇତ୍ୱ ରେକୀ ମିଶନ ସକ୍ତିଶେନାର ସୌଭାଗ୍ୟ ମଞ୍ଜରୀ ସାମଲ,ରିନା ସରାଫ, ସ୍ବପ୍ନା ପ୍ରଧାନ ଓ ସଂଯୁକ୍ତା ସାହୁ ତୁଲାଇଥିଲେ । ସାଧୁସନ୍ଥ ଚର୍ଚ୍ଚା ସହ ଲୋକ ସମ୍ପର୍କ ଦାୟିତ୍ଵ ସାମ୍ବାଦିକ ତଥା ମିଶନ ର ଗୁରୁଶେନା ଭାରତ ଭୂଷଣ ରାୟ ଓ ବିନୋଦ ସ୍ୱାଇଁ ସମାପନ କରିଥିଲେ।
ରେକି ମିଶନ ଆଶ୍ରମରେ ଶ୍ରୀ ଗଣେଶଙ୍କ ଆବାହନ ଓ ପୂଜ୍ୟ ପରମ୍ପରାର ପୂଜା
|
September 23, 2023 |
