ରାସ୍ତା ନିର୍ମାଣ ଦାବୀ ନେଇ ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ : ଅଣଦେଖା କଲେ ଭୋଟ ବର୍ଜନର ଚେତାବନୀ

Spread the love
ବାଲିଗୁଡା,୦୮/୧୧/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଲାଗାଡୁ, ଗଡ଼ାପାକାଲି, ପ୍ରାହେଟପଙ୍କା, ବେଡ଼ଗାପାଙ୍ଗା, ଦୁଳିବାଲି ଓ ଗଦା ପାଦେର ଉକ୍ତ ୬ଟି ପଡ଼ା ଗ୍ରାମର ପାଖାପାଖି ପ୍ରାୟ ୪୩୫ ଜନସଂଖ୍ୟା ରୁ ଉର୍ଦ୍ଧ ବସବାସ କରିଆସୁଛନ୍ତି  । ଉକ୍ତ ଜନସାଧାରଣଙ୍କ ଗମନାଗମନର ସୁଵିଧା କରିବା ପାଇଁ ପଞ୍ଚାୟତ ସମିତି ରାସ୍ତା ନିର୍ମାଣ କରାଯାଇଥିଲା ।ହେଲେ ରକ୍ଷଣବେକ୍ଷଣ ଅଭାବରୁ ରାସ୍ତା ସମ୍ପୂର୍ଣ୍ଣ ଖରପ ହୋଇ ଗମନାଗମନ ବିପର୍ଯ୍ୟସ୍ତ ହୋଇ ରହିଛି । ଫଳରେ ଗର୍ଭବତୀ, ପ୍ରସୂତି ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇବାରେ ବିଫଳ ହୋଇଛି । ସେହିପରି ଗ୍ରାମରେ ଥିବା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଉଚ୍ଚ ଶିକ୍ଷା ତଥା ମଧ୍ୟ ଇଂରାଜୀ ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯିବା ଆସିବା କରି ପାଠ ପଢିବାରେ ସମସ୍ୟା ହେବା ଓ କୃଷି କାର୍ଯ୍ୟରେ ଉତ୍ପାଦିତ ଦ୍ରବ୍ୟ ବଜାରକୁ ନେଇ ବିକ୍ରୀ ଭଟା କରିବାରେ ସମସ୍ୟା ହୋଇ ଆର୍ଥିକ କ୍ଷତି ସହିବାକୁ ପଡୁଛି । ଏଣୁ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ବିଡିଓଙ୍କୁ ଲିଖିତ ସ୍ମାରକ ପତ୍ର କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ଏହି ସମସ୍ୟା ଦିଗରେ ଅବହେଳା କଲେ ଆଗକୁ ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ୯ ନମ୍ବର ୱାର୍ଡ ବାସିନ୍ଦା ।ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବାକୁ ଦାବୀ ହେଉଛି l

Related Posts

About The Author

Add Comment