ସୁନ୍ଦରଗଡ଼ ତା:୧୨-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ଅପରାହ୍ନ ୨ଟା ୨୦ମିନିଟ ସମୟ ରେ ଛତିଶଗଡ ରାଜ୍ୟ ତପକରା ଥାନା ଅନ୍ତର୍ଗତ ଜୁନିଆନି ବରଡ଼ିହି ଠାରେ ସଡ଼କ ଦୁର୍ଘଟଣା ରେ ଜଣେ ସେନାନିବୃତ୍ତ ଯବାନ ଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ତଲସରା (ପୋଷ୍ଟ ଅଫିସ ପଡା )ଗ୍ରାମ ର ଶିଶିର କୁମାର କୁଜୁର (୪୨)କୌଣସି ପାରିବାରିକ କାମ କୁ ନେଇ ଘରୁ ଛତିଶଗଡ କୁ ଏକ ବାଇକ ନମ୍ବର ଓଡି ୧୬ଏନ ୭୦୬୮ଯୋଗେ ଯାଉଥିଲେ l ରାସ୍ତା ଗାଢ଼ ଢିପ ଥିବା ବେଳେ ସଡ଼କ ରେ ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହୋଇ ରାସ୍ତା କଡ଼ ଖାଲ ତଳ କୁ ଖସି ଏକ ଗଛ ରେ ପିଟି ହୋଇଥିଲେ l ଘଟଣା ସ୍ଥଳ ରେ ହିଁ ତାଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି l ସ୍ଥାନୀୟ ଲୋକ ଙ୍କ ନଜର କୁ ଆସିବା ପରେ ତପକରା ପୋଲିସ କୁ ଖବର ଦେଇଥିଲେ l ପରେ ତାଙ୍କ ଘରକୁ ଖବର କରିଥିଲେ l ଖବର ପାଇ ତପକରା ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l
ରାସ୍ତା ତଳକୁ ଖସିଲା ବାଇକ, ସେନାନିବୃତ୍ତ ଯବାନ ଙ୍କ ମୃତ
|
August 12, 2026 |



