ରାସନ ଦେଉନି ଉତ୍ତରପ୍ରତାପ ଡିଲର, ଲୋକେ ଅସନ୍ତୋଷ

Spread the love

ଧର୍ମଶାଳା, ୨୯/୦୪ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଉତ୍ତରପ୍ରତାପ ଗ୍ରାମ ପଂଚାୟତର ବହୁ ହିତାଧିକାରୀ ନିଜର ରାସନ ଚାଉଳ ସଠିକ ଭାବରେ ପାଉନଥିବା ଅଭିଯୋଗ କରିଛନ୍ତି । ଏହି ଗ୍ରାମର ରାଖିପାଟଣା, ଉତ୍ତରପ୍ରତାପର ଶତାଧିକ ହିତାଧିକାରୀଙ୍କୁ ଡିଲର ମଧୁ ରାଉତ ପ୍ରତ୍ୟକ ମାସରେ ଚାଉଳ ଧାର୍ଯ୍ୟ ପରିମାଣରୁ କାଟିକି ପ୍ରଦାନ କରୁଛି । ଯଦି କୌଣସି ହିତାଧିକାରୀ ଏହାର ପ୍ରତିବାଦ କରେ ତେବେ ବିଭିନ୍ନ ପ୍ରକାରର ଗାଳି ଗୁଲଜ କରିବା ସହିତ କାହାକୁ ପୂରା ପରିମାଣ ଦେଇଦେଇ ମୁହଁ ବନ୍ଦ କରିଦେଉଛି । ଏପରକି ପ୍ରତ୍ୟକ ହିତାଧିକାରୀଙ୍କ କାର୍ଡରୁ ୨୦୦ରୁ ୨କେଜି ପ୍ରର୍ଯ୍ୟନ୍ତ ଚାଉଳ କାଟିକି ଦେଉଥିବା ଅଭିଯୋଗ ହେଉଛି । ଏପରକି ଜୁଲାଇ ୨୦୧୮ରେ ୫କେଜି ଚାଉଳ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରିନଥିବା ବେଳେ ଦେବ ଦେବ କହି ସମୟ ଗଡାଇ ଚାଲିଛି । ସେହିପରି କେତକ ପରିବାରର ରାସନ କାର୍ଡ ଦିଆଯାଇନଥିବା ବେଳେ କେତକ ପରିବାରର କାଟି ଦିଆଯାଇଛି । ଫଳରେ ଏହି ପରିବାର ମାନେ ରାସନ ଚାଉଳ ପାଇବାରୁ ବଂଚିତ ହୋଇଛନ୍ତି । ଏହି ପରିବାରବର୍ଗ ରାସନ ନପାଇଁ ଗ୍ରାମବାସୀ ଦୟାରେ ଚଳୁଥିବା ପ୍ରକାଶ କରିଛନ୍ତି । ଅନ୍ୟପଟରେ ଏହି ଡିଲର ଜଣଙ୍କ ଗ୍ୟାସ କରାଇଦେବ କହି ବହୁ ଲୋକଙ୍କ ଠାରୁ ଟଙ୍କା ନେଇ ଗ୍ୟାସ ଦେଇନାହିଁ । ଅନ୍ୟ କେତକଙ୍କ ଗ୍ୟାସ ବହି ରଖି ସେଥିରେ ଗ୍ୟାସ ଚୋରାରେ ବ୍ୟବସ୍ଥାୟ କରିଥିବା ଅଭିଯୋଗ ହୋଇଛି । ଏହି ବିଷୟରେ ଧର୍ମଶାଳା ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ଚାଉଳ ସଠିକ ଭାବରେ ଡିଲରଙ୍କୁ ଦିଆଯାଇଛି, କଣ ପାଇଁ ସେ ହିତାଧିକାରୀଙ୍କୁ ଦେଉନି ତାହା ସେଠିକି ଯାଇ ମୋତେ ଫୋନ କର ବୋଲି କହୁଛନ୍ତି । ଅନ୍ୟ ପଟରେ ବ୍ଲକ ବିଡିଓଙ୍କ ଗ୍ରାମବାସୀ ଅଭିଯୋଗ କରିବାକୁ ଗଲାବେଳେ ବ୍ଲକରେ କେତକ ମୁଷ୍ଟିମେୟ ଲୋକ ତାଙ୍କୁ ଫେରାଇ ଦେଉଛନ୍ତି । ଏପରକି ଅଭିଯୋଗ କଲାପରେ ମଧ୍ୟ ତାଙ୍କର ଅଭିଯୋଗକୁ ବ୍ଲକ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରି ସମ୍ପୃକ୍ତ ଡିଲର ଏବଂ ଏମ.ଆଇ.ଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ପାଇଁ ଗ୍ରାମର ଚିନି ନାୟକ, ନାରାୟଣ ନାୟକ, ସୁଷମା ବେହେରା, ଦେବେନ୍ଦ୍ର ସାହୁ, ହିରିହର ସାହୁ, ଲକ୍ଷ୍ମୀକାନ୍ତ ସାହୁ, ଦେବୀଦାଶ ପଣ୍ଡା, ଗୋଲାପ ସାହୁ, ଶ୍ୟାମସୁନ୍ଦର ରାଉତ, ସୁପି୍ରୟା ରାୟ, କୁନି ସାହୁ, ବିକାଶ କୁମାର ଭଦ୍ର ସମେତ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି ।

Related Posts

About The Author

Add Comment