ରାଧାଦେଇପୁର ପଞ୍ଚାୟତରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

Spread the love

ଯାଜପୁର,୧୦.୬(ସଂନ୍ଧାନ ନିଉଜ୍/ମାନସ ରାଉତ):ବଡଚଣା ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ବାଙ୍ଗରଗୁଣ୍ଠା ଗ୍ରାମରେ ବଡଚଣା ବିଜେପି ପକ୍ଷରୁ ପଞ୍ଚାୟତ ସ୍ତରୀୟ କାର୍ଯ୍ୟାଳୟ ରବିବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉସôବରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ନେତା ଅମର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକକଲ୍ୟାଣ ଯୋଜନାକୁ ଲୋକାଭିମୁଖି କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମହିଳା ସଭାନେତ୍ରୀ ଦେବଜାନୀ ପ୍ରଧାନ,ପାଣ୍ଡବ ଧଳ,ପୂର୍ବତନ ସରପଞ୍ଚ ଜ୍ଞାନରଂଜନ ସାହୁ,ସମିତିସଭ୍ୟ ପ୍ରୀତମ ନାୟକ,ଅଭୟ ତରାଇ,ଭୋଳାନାଥ ପରିଡା,କେଶବ ନାୟକ,ଧୁଳେଶ୍ୱର ଦାସ,ନିର୍ମଳ ରାଉଳ,ପବିତ୍ର ସାମଲ,ଅଜିତ ସାମଲ,ନରେନ୍ଦ୍ର ପରିଡା,ଜଗଦିଶ ବଳ,ସୂର୍ଯ୍ୟକାନ୍ତ ବଳ,ଦୋଳଗୋବିନ୍ଦ ନାୟକ,ବିଜୟ ମଲିକ,ଶିଶିର ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ ।

Related Posts

About The Author

Add Comment