ରାଜ୍ୟ ମହିଳା ଆୟୋଗ ତରପଂରୁ ଆଇନ ସଚେତନତା କାର୍ଯ୍ୟକ୍ରମ

Spread the love
  •  
  •  
  •  
  •  
  •  

ଯାଜପୁର, ତା ୧୭ା୯ : ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ମହିଳା ମାନଙ୍କ ପାଇଁ ଏକ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ଯାଜପୁର ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଳ୍‌ା ପ୍ରଶାସନ ତଥା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଳ୍‌ିକ ଯୋଗଦେଇ କହିଲେ ଯେ, ନାରୀ ସମାଜର ହିତ ସାଧନ ପାଇଁ ସର୍ବଦା ପ୍ରଯତ୍ନ । ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦିଗରେ ସରକାର ସଚେତନ ଅଚ୍ଥନ୍ତି । ୧୯୯୩ ମସିହା ପର ଠାରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ମହିଳା କମିଶନ ଗଠନ ହେବାପରେ ମହିଳା ମାନଙ୍କ ସ୍ଥିତିରେ ଢେର ଊନ୍ନତି ଘଟିଚ୍ଥି । ମହିଳା ମାନେ ଆଜି ସଚେତନ ହେବା ସହ ଯୈାତୁକ ନିର୍ଯ୍ୟାତନା କମିଯାଇଚ୍ଥି । ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଚ୍ଥନ୍ତି । ଆଇନର ଦୂରୁପଯୋଗ ନ କରି, ଚ୍ଥୋଟ ଚ୍ଥୋଟ କଥାରେ ଥାନା, କୋର୍ଟ କଚେରୀ ନ ଯାଇ ଆଇନକୁ ଠିକ ଭାବରେ ବୁଝି ଊଚିତ ମାର୍ଗରେ କାର୍ଯ୍ୟ କରିବା ଏହି ଶିବିରର ଆଭିମୁଖ୍ୟ ବୋଲି ଶ୍ରୀମତୀ ମଲ୍ଳ୍‌ିକ ପ୍ରକାଶ କରିଥଲେ । ମହିଳା ମାନଙ୍କୁ ଆହୁରି ସୁରକ୍ଷିତ ରଖିବା ପାଇଁ ସ୍କୁଲ, କଲେଜର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ନେଇ ଏହିଭଳି ଶିବିରର ଆୟୋଜନ କରିବା ପାଇଁ ମନ୍ତ୍ରୀ ଶ୍ରୀମତୀ ମଲ୍ଳ୍‌ିକ ଆୟୋଗର ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିବିରରେ ଜିଲ୍ଳ୍‌ା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଯେନା କହିଲେ ଯେ, ମହିଳା ମାନଙ୍କୁ କିପରି ନ୍ୟାୟ ମିଳିପାରିବ ସେଥିପାଇଁ ଏ ଶିବିରର ଆୟୋଜନ । ତେଣୁ ଆଇନ ପରିସର ଭିତରେ ରହି ନିଜେ ସଚେତନ ହେବା ସହ ମହିଳା ସୁରକ୍ଷା ଦିଗରେ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ସେ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ୱର୍ଣ୍ଣଲତା ସାମଲ ଆଇନର ଧାରା ଓ ସେମାନଙ୍କର ଅଧିକାର କିପରି ସୁରକ୍ଷିତ ରହିବ ଏବଂ ପ୍ରତ୍ୟେକ ନାରୀ ସମ୍ମାନ ଓ ସୁରକ୍ଷାର ସହ ବଞ୍ଚିବେ ସେ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ସଦସ୍ୟା ଶ୍ରୀମତୀ ସ୍ନେହାଞ୍ଜଳି ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ନାରୀ ପ୍ରଗତି ନାରୀର ସୁରକ୍ଷା । ମହିଳା ମାନଙ୍କୁ ସାମ୍ୱିଧାନିକ ଅଧିକାର ଓ ସୁରକ୍ଷା ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟର ୩୦ ଜିଲ୍ଳ୍‌ାରେ ଏହି ଶିବିର କରାଯାଇଚ୍ଥି । ଘରୋଇ ହିଂସା, କର୍ମ କ୍ଷେତ୍ରରେ ସୁରକ୍ଷା, ଯୈାନ ନିର୍ଯ୍ୟାତନା ଆଦି ଆଇନଗତ ସଚେତନତନା ସୃଷ୍ଟି କରି ସମାଜରେ ଏକ ସୁସ୍ଥ ପରିବେଶ ଆଣିବା ଏହି ଶିବିରର ଆଭିମୁଖ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଊପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ଊପାଧ୍ୟାୟ ମହିଳା ମାନଙ୍କର ଯେ କୈାଣସି ସମସ୍ୟା ପାଇଁ ନିର୍ଭୟରେ ଓ ନିଃସଙ୍କୋଚରେ ଥାନାରେ ଜଣାଇବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ସହକାରୀ ଜିଲ୍ଳ୍‌ାପାଳ ତିଳୋତ୍ତମା ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ କରିବା ସହ ମଂଚ ପରିଚାଳନା କରିଥିଲେ । ଶେଷରେ କୋଭିଡ ମହାମାରୀ ସମୟରେ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଳ୍‌ା ପ୍ରଶାସନ ଏବଂ ମହିଳା କମିଶନ ତରପଂରୁ ଆଶା, ଅଙ୍ଗନୱାଡି, ପୋଲିସ, ମହିଳା ଓକିଲ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଧାର ଗୃହର କର୍ମଚାରୀ ମାନଙ୍କୁ ସମ୍ୱଦ୍ଧିତ କରାଯାଇଥିଲା ।
ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଆୟୋଗର ପରାମର୍ଶଦାତା ଡଃ ଟୁନା ସାହୁ, ସହକାରୀ ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ଆଶା, ଅଙ୍ଗନୱାଡି , ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସ୍ୱେଚ୍ଚ୍ଥାସେବୀ, ସାମାଜିକ କର୍ମୀ , ମହିଳା ସଙ୍ଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Related Posts

About The Author

Add Comment