ବଡଚଣା,୨୪ ।୭(ସନ୍ଧାନ ନିୟୁଜ୍): ଦିନକୁ ଦିନ ଜାତୀୟ ରାପଥ କଡରେ ବିଭିନ୍ନ ଛୋଟବଡ କଳକାରଖାନା ମାନ ଗଢ଼ିଉଠିବାରେ ଲାଗିଛି । ଯାହ କଳକାରଖାନା ମାଲିକ ମାନେ ବର୍ଷ ପାଣି ଯିବା ପାଇଁ କୌଣସି ଡ୍ରେନ୍ କରନଥିବାରୁ ବେଳେ ଜନୀୟ ରାଜପଥ କଡରେ ଥିବା ଡ୍ରେନ ଗୁଡିକୁ ବିଭିନ୍ନ ବର୍ଜବସ୍ତୁ ପକାଇ ପୋତିବାରେ ଲାଗିପଡୁଛନ୍ତି । ବଡଚଣା ବ୍ଲକ ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଉଭୟ ପାଶ୍ୱରେ ଗଢ଼ିଉଠିଥିବା ବିଭିନ୍ନ କଳକାରଖାନା ଯୋଗୁଁ ବର୍ଷା ପାଣି ନିସ୍କାଷନ ହୋଇନପାରି ନିକଟସ୍ଥ ଗାଁଗଣ୍ଡାରେ ପଶି ବ୍ୟାପକ କ୍ଷତି ଘଯୁଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ଛତିଆ ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଗଢ଼ିଉଠିଛି ଅନେକ ଛୋଟବଡ କଳକାରଖାନା । କେତେକ କଳକାରଖାନା ଚାଷଜମିକୁ ପରିବର୍ତ୍ତନ କରି ଘରବାଡିରେ ପରିଣତ କରିଥିବା ବେଳେ ଅନେକ ମାଲିକ କିଷମ ପରିବର୍ତ୍ତନ ନକରି ମନଇଛା ଘରବାଡି ନିର୍ମାଣ କରି ସରକାରୀ ରାଜସ୍ୱ ଫାଙ୍କି ଚାଲିଛନ୍ତି । ସେହିପରି ଭାବେ ଏସମସ୍ତ ମାଲିକମାନେ ନିଜସ୍ୱ ଜମିରେ କୋଠାଘର କରି କଳକାରଖାନା ପ୍ରତିଷ୍ଠା କରିଥିବା ବେଳେ ସମ୍ମୁଖ ଭାଗ ସରକାରୀ ଜମିରେ ରାସ୍ତା ନିର୍ମାଣ କରିଦେଇଛନ୍ତି । ଯାହାଫଳରେ ବର୍ଷା ଦିନେ ବର୍ଷା ପାଣି ନିସ୍କାଷନ ହେବାରେ ସମସ୍ୟା ଦେଖାଦେଉଛି । ବର୍ଷା ପାଣି ନିଷ୍କାସନ ହୋଇନପାରି ଦିର୍ଘ ଦିନ ଧରି ଜମିରେ ଜମି ରହୁଥିବାରୁ ଧାନ ଫସଲ କ୍ଷତିଗ୍ରସ୍ତ ହେଉଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ବିଶେଷ କରି ବଡଚଣା ଠାରୁ ବନ୍ଦା ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବହୁ ଘରୋଇ କଳକାରଖାନା ପ୍ରତିଷ୍ଠା ହୋଇଛି ଏବଂ କେତେକ ମାଲିକମାନେ ନିଜ କଳକାରଖାନା ସମ୍ମୁଖରେ ସରକାରୀ ଜମିରେ ରାସ୍ତା ନିର୍ମାଣ କରିଛନ୍ତି । ବେଆଇନ ଭାବେ ଏହି ରାସ୍ତା ନିର୍ମାଣ କରିଥିବାରୁ ବର୍ଷା ଦିନେ ଖଏରା, କଡାଇ, ନୂଅଶାସନ, ଡଗରପଡା, ଦେଉଳକୂଳ ଆଦି ଗାଁତଳିଆ ଜମିରେ ବର୍ଷା ପାଣି ଜମିରହିଛି । ଫଳରେ ଧାନ ଫସଲ ନଷ୍ଟହେବାର ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଖଏରା ସରପଞ୍ଚ ହରପ୍ରିୟା ବରାଳ ଦର୍ପଣ ତହସିଲଦାରଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ ମାଧ୍ୟମରେ ତୁରନ୍ତ ସରକାରୀ ଜମିରେ ରାସ୍ତା ନିର୍ମାଣ କରିଥିବା ମାଲିକମାନେ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ।
ରାଜପଥ କଡର କଳକାରଖାନା ଯୋଗୁ ନିଷ୍କାସନ ହୋଇପାରୁନି ବର୍ଷା ପାଣି
|
July 24, 2018 |
