ରାଜଗାଙ୍ଗପୁର ଏବଂ ସବଡେଗା ଅବକାରୀ ବିଭାଗ ତରଫରୁ ମିଳିତ ଭାବରେ ଆତର୍କିତ ଚଢ଼ାଉ, ୧୫କିଲୋ ୪୫୦ଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ

Spread the love

ସୁନ୍ଦରଗଡ଼ ତା:୧୮-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ଅବକାରୀ ବିଭାଗ ଅଧିକ୍ଷକ ଶ୍ରୀ ଶୀଧେଶ୍ୱର ବେସ୍ରା ଓ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା ଙ୍କ ନିର୍ଦେଶ କ୍ରମେ ସବଡେଗା ଅବକାରୀ ଅଧିକାରୀ ଆରତୀ ମିଶ୍ର ଓ ରାଜଗାଙ୍ଗପୁର ଅବକାରୀ ବିଭାଗ ମିଳିତ ଭାବରେ ଆଜି ତଲସରା ଥାନା ଅନ୍ତର୍ଗତ ଲୁଲୁକିଡ଼ିହି ଗ୍ରାମରେ ଆତର୍କିତ ଚଢ଼ାଉ କରି ୧୫କିଲୋ ୪୫୦ଗ୍ରାମ ଗଞ୍ଜେଇ ଜବତ ସହିତ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି l ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ପରମାନନ୍ଦ ଓହଦାର (୪୮)l ଆସାମୀ ଅଭିଯୁକ୍ତ ଜଣକ ସକାଳ ୧୦ଟା ସମୟରେ ଅଖାରେ ଭର୍ତ୍ତି ହୋଇ ଥିବା ଗଞ୍ଜେଇ କୁ ଧରି ପଳେଇ ଯିବା ଅବସ୍ଥା ରେ ଥିବା ବେଳେ ଅବକାରୀ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି l

Related Posts

About The Author

Add Comment