ରାଉରକେଲାରେ ହିନ୍ଦ ମଜଦୁର ସଭାର କ୍ରାନ୍ତି ଦିବସ ପାଳନ

Spread the love

ରାଉରକେଲା,୧୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ହିନ୍ଦ ମଜଦୁର ସଭା ସହବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ଓ ରାଉରକେଲା ମଜଦୁର ସଭାର କାର୍ଯ୍ୟକର୍ତାଙ୍କ ଗହଣରେ ବିଶ୍ର ରୋଡ଼ସ୍ଥିତ ହିନ୍ଦ ମଜୁଦୁର ସଭା ତଥା ରାଉରକେଲା ମଜଦୁର ସଭାର କାର୍ଯ୍ୟାଳୟ ପରିସରରେ ହିନ୍ଦ ମଜଦୁର ସଭା ତରଫରୁ କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ଶ୍ରମିକ ସଭାର ଉପସଭାପତି ଶ୍ରୀଯୁକ୍ତ ମହେଶ୍ୱର ମହାପାତ୍ର ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଗାନ୍ଧିଜୀଙ୍କ ଭାରତ ଛାଡ଼ ଆନେ୍ଦାଳନରେ ସାମିଲ ହୋଇଥିବା ଓଡ଼ିଶାର ତତ୍କାଳୀନ ମାନ୍ୟଗନ୍ୟ ନେତା ସ୍ୱର୍ଗତ ଶ୍ରୀ ସୁରେନ୍ଦ୍ରନାଥ ଦ୍ୱୀବେଦି ଏବଂ ଅନ୍ୟ ନେତାମାନଙ୍କ ମଧ୍ୟରେ ଗାନ୍ଧିଜୀଙ୍କ ପ୍ରେରଣା ଓ ଆହ୍ୱାନକୁ ନେଇ ପାଖାପାଖି ୮୦୦ ଲୋକ ସାରା ଦେଶରେ ସହୀଦ ହୋଇଥିଲେ । ତନ୍ ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ଇରମ୍ ଶହୀଦ ସ୍ମୃତି ପୀଠ ଓ ପୁରୀ ନିମାପଡ଼ା ଏବଂ ସୁନ୍ଦରଗଡ଼ ଆମ୍କୋ ସିମ୍କୋ ରେ ଯେଉଁମାନେ ଶହୀଦ ହୋଇଥିଲେ, ସେମାନଙ୍କର ସ୍ମୃତି ଚାରଣ କରିବା ସହିତ ଆଜି ସ୍ୱାଧୀନ ଭାରତରେ ଆମ୍ଭମାନଙ୍କୁ ଯେଉଁ ବାକ୍ ସ୍ୱାଧୀନତା ମିଳିଛି ଏବଂ ବିଭିନ୍ନ ଆଇନ ପ୍ରଣୟନ କରାଯାଇ ସ୍ୱାଧିନ ଭାରତର ନାଗରିକ ମାନେ ଯେଉଁ ସୁଖ ସୁବିଧା ହାସଲ କରିଛନ୍ତି ତାହା କେବଳ ସେମାନଙ୍କର ବଳିଦାନ କହିଲେ ଅତୁ୍ୟକ୍ତି ହେବନାହଁ । ହିନ୍ଦ ମଜଦୁର ସଭାର ପୁର୍ବଜମାନେ ଏହି ଅଗଷ୍ଟ ୯ କ୍ରାନ୍ତି ବିଳ୍ପବରେ ଝାସ ଦେଇ ଦେଶ ପାଇଁ ଇତିହାସ ରଚିଯାଇଛନ୍ତି । ତନ୍ ମଧ୍ୟରୁ ୰ ରାମ ମନୋହର ଲୋହିୟା, ସୁରେନ୍ଦ୍ରନାଥ ଦ୍ୱୀବେଦି, ଜୟ ପ୍ରକାଶ ନାରାୟଣ ଅନ୍ୟତମ । ଏଣୁ ଆଗାମୀ ଦିନରେ ଶ୍ରମିକ ସମାଜ ପ୍ରତି ଯେଉଁ ବିପଦ ମାଡ଼ିଆସୁଛି ତାକୁ ସାମନା କରିବାପାଇଁ ଶ୍ରମିକ ଭାଇ ଭଉଣୀ ମାନେ ନିରନ୍ତର ତାଙ୍କର ଲଢ଼େଇ ଜାରି ରଖିବା ଦରକାର । ତା’ହେଲେ ଆମର ପୂର୍ବଜ ମାନେ ଯେଉଁ ଦିଶା ଦେଖାଇଛନ୍ତି ପ୍ରକୃତରେ ଆମେ ତାଙ୍କର ଉତ୍ତର ଦାୟଦ ଅଟୁ ବୋଲି ଶେଷରେ ଶ୍ରୀ ମହାନ୍ତି ତାଙ୍କର ଆହ୍ୱାନରେ କହିଥିଲେ “ ଅପନା ହକ୍ ଛିନ୍ କେ ଲୋ, ମାଙ୍ଗ୍ କେ ନେହିଁ ” । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦ ମଜଦୁର ସଭା ସହବନ୍ଧିତ ରାଉରକେଲା ମଜଦୁର ସଭା ତରଫରୁ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ଆଚାର୍ଯ୍ୟ, ବିଶ୍ରାମୁଣ୍ଡା ଶ୍ରମ ମଙ୍ଗଳ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ଗଗନ ବିହାରୀ ସାହୁ, ଛୋଟୁ ଖାଡ଼ିଆ, ମକରା କେର୍କେଟା, ମୋତିଲାଲ ଲାକ୍ରା ଓ ରାଉରକେଲା ଇସ୍ପାତ କାରାଖାନା ଠିକା ଶ୍ରମିକ ବିପିନ କିଶୋର ଚମ୍ପିଆ, ମନୋଜ ପାତ୍ର, ସଗ୍ରାମ ଦଳେଇ, ରଞ୍ଜିତ ସାହୁ, ଶିବ ମୁଖି, ସନ୍ତୋଷ ମହାରଣା ଏବଂ ସଂଗଠନର ସମ୍ପାଦକ ସଞ୍ଜିତ୍ ଲାଲ ମୁଖି ପ୍ରଭୃତି ଉପସ୍ଥିତ ଥିଲେ । ଶେଷରେ ଗଗନ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment