ରାଉରକେଲାରେ ଆଳୁର କଳାବଜାରୀ, ପ୍ରଶାସନ ଦୃଷ୍ଟି ପଡୁ?

Spread the love

ରାଉରକେଲା, ୨୪/୦୭/୨୦ (ସନ୍ଧାନ ନିଉଜ) : ଥମୁନି କରେନା ତାତି । ସୁନ୍ଦରଗଡ଼ ଜିଲାରେ କରୋନା ସଂଖ୍ୟା ୯୦୦ ଅତିକ୍ରମ କରି ସାରିଲାଣି । ଦିନକୁ ଦିନ ରାଜ୍ୟ ସମେତ ବିଭିନ୍ନ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଉରକେଲା ସମେତ ଦକ୍ଷିଣ ରାଉରକେଲା କରୋନା ଧିରେ ଧିରେ କାୟାବିସ୍ତାର କରୁଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୫.୦ ଲକଡାଉନ କଟକଣା ଲାଗୁ କରାଯାଇଛି । ଅନ୍ୟପକ୍ଷେ ଏହି ଲକ ଡାଉନର ଆଳ ଦେଖାଇ ଦକ୍ଷିଣ ରାଉରକେଲାର କିଛି ଅସାଧୁ ତେଜରାତି ଦୋକାନୀ ଓ ପରିବା ଦୋକାନୀ ଆଳୁର କଳାବଜାରୀ ଖୁଲମଖୁଲା ଭାବେ କରୁଥିବା ଅଭିଯୋଗ ହୋଇଛି । ସାଧାରଣତଃ ଆଳୁ ଏକ ସାଧାରଣ ପରିବା ହୋଇଥିବା ବେଳେ, ଏହାକୁ ସମସ୍ତ ଗ୍ରାହକ କ୍ରୟ କରିଥାନ୍ତି । ବର୍ତମାନ ଅନ୍ୟ ପରିବା ଦର ଆକାଶଛୁଆଁ ହୋଇପଡ଼ିଛି । ପରିବା ବଜାରରେ ପୋଟଳ କିଲୋ ୬୦, ଭେଣ୍ଡି ୫୦, କଖାରୁ ୨୦, ଟମାଟୋ ୮୦, ସଜନା ଛୁଇଁ ୧୦୦, ଫୁଲକୋବି ୬୦ ଟଙ୍କାରେ ପହଂଚିଥିବା ବେଳେ ଧନିଆ ପତ୍ର, କାକୁଡ଼ି, ଗାଜର, ବିଟ, ଝୁଡଙ୍ଗର ଦର ମଧ୍ୟ ବୃଦ୍ଧି ପାଇଛି । ଏକ୍ଷେତ୍ରରେ ଆଳୁ ଉପରେ କେବଳ ଭରସା କରି ଘରଣୀର ରୋଷେଇ ଶାଳ ଚାଲୁଛି । ଅପରପକ୍ଷରେ ଆଳୁର ଖୁଚୁରା ଦର ପୂର୍ବରୁ କିଲୋପ୍ରତି ୨୫ଟଙ୍କା ଥିବା ବେଳେ, ବର୍ତମାନ ଆଳୁ କିଲୋପ୍ରତି ୩୦ରୁ ୩୨ ଟଙ୍କାରେ ବିକ୍ରି ହେଉଛି । ଯାହାକି ଗରିବ ଓ ମଧ୍ୟବିତ ପରିବାରର ପକେଟକୁ ସିଧାସଳଖ ବାଧୁଛି । ଗ୍ରାହକ ବେପାରୀଙ୍କୁ ଆଳୁ ଦର ସମ୍ପର୍କରେ ପ୍ରଶ୍ନବାଣ କଲେ ଲକଡାଉନ ପ୍ରଭାବରୁ ଏପରି ହେଉଛି ବୋଲି ଦୋକାନୀ ଜଣଙ୍କ ରୋକଠୋକ ଭାବେ ଗ୍ରାହକ ମାନଙ୍କୁ ଉତର ଦେଉଛନ୍ତି । ଫଳରେ ବାଧ୍ୟବାଧ୍ୟକତା ସହ ଗ୍ରାହକ କଳାବଜାରୀରେ ଆଳୁ ଧରି ଘରକୁ ଫେରୁଛି । ଏନେଇ ସାରନଗରୀରେ ଆଳୁ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ କହିଛନ୍ତିଯେ, ପଶ୍ଚିମବଙ୍ଗରୁ ବର୍ତମାନ ଆଳୁ ରାଉରକେଲାକୁ ଏତେ ମାତ୍ରାରେ ରପ୍ତାନୀ ହୋଇ ପାରୁନାହିଁ, ଫଳରେ ଆଳୁ ଦର ବୃଦ୍ଧିର କାରଣ ସାଜିଛି । ପ୍ରକାଶ ଥାଉକି, ପୂର୍ବରୁ ଲକଡାଉନ ସମୟରେ ଯୋଗାଣ ବିଭାଗ ଓ ପ୍ରଶାସନ ପକ୍ଷରୁ ଦକ୍ଷିଣ ରାଉରକେଲାରେ ଆଳୁର କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଚଢଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା । ଏହାପରେ ଆଳୁ ଦର ନିୟନ୍ତ୍ରିତ ହୋଇ ପାରିଥିଲା ବୋଲି ଅଂଚଳର କିଛି ବୁଦ୍ଧିଜିବୀ ମତ ଦେଇଛନ୍ତି । ବତର୍ମାନ ପୁଣିଥରେ ଆଳୁର ଦର କ୍ରମାଗତ ଭାବେ ବୃଦ୍ଧିପାଇ କଳାବଜାରୀ ବିକ୍ରି ଉପରେ ପ୍ରଶାସନ ରୋକ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment