ରାଉରକେଲାରେ ଅନଲାଇନ କ୍ଲାସ ଆଳରେ ଅଫ ଲାଇନରେ ପଢାଉଛନ୍ତି ଘରୋଇ ଶିକ୍ଷକ!

ରାଉରକେଲା, ୦୨/୦୮/୨୦୨୦ (ସନ୍ଧାନ ନିଉଜ) : ଶିକ୍ଷା ବ୍ୟବସ୍ଥାରେ ଲାଗିଛି କରୋନା ଛାଟ୍ ।  ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସେପଟେ ସ୍କୁଲ, କଲେଜ ବନ୍ଦ ରହିଛି । ଘରୋଇ ଟିଉସନ ଓ ଘରୋଇ କୋଚିଙ୍ଗ ସେଂଟର କେନ୍ଦ୍ରରେ ଝୁଲୁଛି ତାଲା । ମତ୍ର ଦକ୍ଷିଣ ରାଉରକେଲା  ଅର୍ନ୍ତଗତ ସାରନଗରୀରେ ଏହାର ବ୍ୟତିକ୍ରମ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଏଠି ଅନଲାଇନ କ୍ଲାସ ଆଳରେ ଅଫ ଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକି ବୁଦ୍ଧିଜିବୀଙ୍କୁ ବ୍ୟଥିତ କରିଛି ।
କରୋନା କାଳରେ ଅର୍ଥ ଲୋଭରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଉଛନ୍ତି ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ଅଂଚଳର କିଛି ଘରୋଇ ଶିକ୍ଷକ! କରୋନା ଗାଇଡ଼ ଲାଇନକୁ ଖୁଲମଖୁଲା ଭାବେ ଉଲଂଘନ କରି  ଛାତ୍ରଛାତ୍ରୀଙ୍କୁ ମେଳ କରି ପାଠ ପଡ଼ାଉଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ବୟସ ୫ରୁ ୧୫ ବର୍ଷ ମଧ୍ୟରେ ରହୁଥିବା ଯୋଗୁ  ଏହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି । ଯାହାକି ନିହାତି ଭାବେ ବିପଦଜ୍ଜନକ ବୋଲି ଅଭିଭାବକ ମହଲରୁ ଅଭିଯୋଗ ହୋଇଛି । ଗୋଟିଏ ଟିଉସନ ବ୍ୟାଚରେ ୧୦ରୁ ୧୫ ଜଣ ଛାତ୍ରଛାତ୍ରୀ ଏକାଠି ବସି ଶିକ୍ଷା ଆହରଣ କରୁଥିବା ବେଳେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହୁନି ସାମାଜିକ ଦୂରତା! ଯାହାକି କରୋନା ସଂକ୍ରମଣ ପାଇଁ ବାଟ ଫିଟାଇବା ଆଶଙ୍କା ପ୍ରକାଶ ପାଇଛି । ଦକ୍ଷିଣ ରାଉରକେଲାରେ ୨୦ଟି କରୋନା ପଜେଟିଭ ବାହାରି ସାରିଥିବା ବେଳେ କରୋନା କଟକଣା ଏକପ୍ରକାର ଲୋକ ଦେଖାଣିଆ ହୋଇପଡ଼ିଥିବା ସାଧାରଣରେ ଆଲୋଚନା ହେଉଛି । ଗୋଟିଏ ପଟେ କରୋନା ମହମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଦୋହଲି ଯାଇଛି । ସ୍କୁଲ ଓ କଲେଜ ସ୍ତରରେ ଅନଲାଇନରେ ପାଠପଢା ହେଉଛି, ହ୍ୱାଟସଆପ ମାଧ୍ୟମରେ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରୁଛନ୍ତି । ଶିକ୍ଷା ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ଏ ଦିଗରେ ସମସ୍ତ ଅଭିଭାବକମାନେ ସଚେତନ ରହିଥାନ୍ତି । ମାତ୍ର ଏହି ଆବଶ୍ୟକତା ଓ ସଚେତନତା ମଧ୍ୟରେ ଆଇନ କାନୁନକୁ ସମ୍ମାନ ଦେବା ସମସ୍ତ ସଚେତନଶୀଳ ନାଗରିକଙ୍କର କର୍ତବ୍ୟ ଅଟେ ।  ନିୟମଅନୁଯାୟୀ ୫ଜଣ ସର୍ବାଧିକ ଛାତ୍ରଛାତ୍ରୀ କରୋନା ସମୟରେ ସାମାଜିକ ଦୂରତା ରକ୍ଷା କରି ଘରୋଇ ଭାବେ ପାଠପଢି ପାରିବେ! ମାତ୍ର ଦକ୍ଷିଣ ରାଉରକେଲା ଓ ସାରନଗରୀ ଅଂଚଳରେ ଚାଲୁଥିବା ଘରୋଇ ଶିକ୍ଷକଙ୍କ ଘରୋଇ ଟିଉସନ ଲୁଚା ଛପାରେ ପ୍ରଶାସନର ଅଗୋଚରରେ ଚାଲୁଛି । କୋମଳମତି ପିଲାମାନଙ୍କୁ ଶିକ୍ଷାଦରାନ ଆଳରେ କରୋନା ଭଳି ଭୟଙ୍କର ଭୁତାଣୁର ଶିକାର ହେବା ପାଇଁ ଟ୍ୟୁସନ ଆଳରେ ଏଭଳି ଶିକ୍ଷକମାନେ ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ଶିକ୍ଷା ବିଭାଗର ଉଚ୍ଚ କର୍ତୃପକ୍ଷ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ  ଏ ଦିଗରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment