ରାଉରକେଲାରୁ ଖୁବଶୀଘ୍ର ଆରମ୍ଭ ହେବ ବିମାନସେବା !

ରାଉରକେଲା,  ୧୮/୨/୨୦ (ସନ୍ଧାନ ନିଉଜ) : ସହରରେ ବିମାନସେବା ଆରମ୍ଭ ହେବା ନେଇ ଆଶଙ୍କା ଦେଖାଯାଇଛି । ରାଉରକେଲାକୁ ଉଡ୍ଡାନ ଯୋଜନାରେ ସାମିଲ କରାଯାଇଥିବା ବେଳେ ବିମାନସେବା ଆରମ୍ଭ ପାଇଁ ଭିତ୍ତିଭୂମି ବିକାଶ କରାଯାଇ ପାରିନାହିଁ । ଆଗକୁ ହକି ବିଶ୍ବକପ ରହିଥିବା ବେଳେ ତା ପୂର୍ବରୁ କାର୍ଯ୍ୟ ଶେଷହେବ ଜିଲ୍ଲାପାଳ ଆଶା କରିଛନ୍ତି । ଇସ୍ପାତ କାରଖାନା ପ୍ରଶାସନ ତାର ଏୟାର ଷ୍ଟ୍ରିପକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦେବାକୁ ପ୍ରସ୍ତୁତ ରହିଛନ୍ତି । ହେଲେ ବିମାନବନ୍ଦରର ପରିଚାଳନା, ସୁରକ୍ଷା ତଥା ଅନ୍ୟ ଦିଗ ଉପରେ ରାଜ୍ୟ ସରକାର, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିବା କୁହାଯାଉଛି ।

Related Posts

About The Author

Add Comment