ରାଇରଙ୍ଗପୁର ବ୍ଲକ କୃଷି କାର୍ଯ୍ୟାଳୟ ତରଫରୁ କୃଷି ସଚେତନତା ରଥ ଶୁଭାରମ୍ଭ

Spread the love
  •  
  •  
  •  
  •  
  •  

ରାଇରଙ୍ଗପୁର-୧୯/୩/୨୦୨୧(ସନ୍ଧାନ ନ୍ୟୁଜ୍/ପରେଶ୍ଚନ୍ଦ୍ର ଷଡଙ୍ଗୀ) କୃଷି ଓ କୃଷକ ଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାର ପ୍ରଣୟନ କରିଛନ୍ତି।କୃଷକ ମାନଙ୍କୁ ଶସକ୍ତ କରଣ ପାଇଁ ସରକାର ମାଳ ମାଳ ଯୋଜନା ଓ ଆର୍ଥିକ ସହାୟତା ପ୍ରଣୟନ କରିଛନ୍ତି। ରାଇରଙ୍ଗପୁର ବ୍ଲକ କୃଷି କାର୍ଯ୍ୟାଳୟ ଆନୁ କୁଲ୍ୟରେ ଆଜି ଗ୍ରାମାଞ୍ଚଳରେ କୃଷକ ମାନଙ୍କୁ ସଚେତନତା କରାଇବା ପାଇଁ କୃଷି ରଥର ଶୁଭାରମ୍ଭ କରିଛନ୍ତି ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରି କିଷୁନ ମୁର୍ମୁ।ସେ କୃଷି ରଥକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ।ଏହି କୃଷି ରଥକୁ ରାଇରଙ୍ଗପୁର ବ୍ଲକ ର ସମସ୍ତ ଗ୍ରାମ କୁ ସାତ ଦିନ ଧରି ପରି କ୍ରମଣ କରିବା ସହ ଲୋକ ମାନଙ୍କୁ କୃଷି ସମ୍ବନ୍ଧୀୟ ସୂଚନା ପତ୍ର ବଣ୍ଟନ, ଡ଼ାକବାଜି ଦ୍ବାରା କୃଷି ସଚେତନତା ବାର୍ତ୍ତା ଜଣାଯିବ ବୋଲି ରାଇରଙ୍ଗପୁର ବ୍ଲକ ର ସହକାରୀ କୃଷି ଅଧିକାରୀ ବିଶ୍ବଜିତ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରତେକ ପଞ୍ଚାୟତ ରକୃଷି କର୍ମଚାରୀ ଏବ°କୃଷକ ସାଥୀ ସାମିଲ ହୋଇ ଲୋକ ମାନଙ୍କୁ ସଚେତନ ବାର୍ତ୍ତା ଜଣାଇବେ। କୃଷି ସଚେତନତା ରଥ ସୁଭାରମ୍ଭ ରେ କୃଷି ଅଧି ଦର୍ଶକ ମକର ଚାନ୍ଦ ମହାନ୍ତ,ବିଟିଏମ ସ୍ମିତା ମହାନ୍ତ ଏବ°ବ୍ଲକ ର ସମସ୍ତ କୃଷି କର୍ମଚାରୀ ସାମିଲ ହୋଇଥିଲେ।

Related Posts

About The Author

Add Comment