ରସୁଲପୁର ବ୍ଲକ ବନ୍ଧଡ଼ିହ ଗ୍ରାମର ସୁ – ପ୍ରତିଷ୍ଠିତସରସ୍ବତୀ ଶିକ୍ଷା ମନ୍ଦିରରେ 15 ତମ ବାର୍ଷିକ ଉତ୍ସବ

Spread the love

ଯାଜପୁର ସଦର, ୬/୫/୨୬ (ସନ୍ଧାନ ନ୍ୟୁଜ ) : ଓଡ଼ିଶାର ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବନ୍ଧଡ଼ିହ ଗ୍ରାମର ସୁ – ପ୍ରତିଷ୍ଠିତ ସରସ୍ବତୀ ଶିକ୍ଷା ମନ୍ଦିରରେ 15 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଗୁରୁମାଙ୍କ ନେତୃତ୍ୱରେ ଅନିତା ଗୁରୁମା, ସନ୍ଧ୍ୟା ରାଣୀ ଗୁତୁମା, ହରପ୍ରିୟା ଗୁରୁମା,ଅଳକା ଗୁରୁମା,ପୂଜା ରାଣୀ ଗୁରୁମା,ପାୟଲ ପ୍ରିୟଦର୍ଶିନୀ ଗୁରୁମା, ପ୍ରଜ୍ଞା ଗୁରୁମାଙ୍କ ମିଳିତ ସହଯୋଗରେ ସରସ୍ବତୀ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ବେଶ ଉତ୍ସବ ମୁଖର ହୋଇ ଉଠି ଥିଲା |ଆଜିର ଏହି ବର୍ଣ୍ଣ୍ୟାଢ୍ୟ ବାର୍ଷିକ ଉତ୍ସବ ଅବସରରେ ଓଡ଼ିଶାରେ ପରିଚିତ ସଭାପତି ଭାବେ ସମ୍ପାଦକ ବିବେକାନନ୍ଦ ଜ୍ଞାନ ମନ୍ଦିର ବଙ୍ଗାଳି ସାହି କଟକର ଶ୍ରୀଯୁକ୍ତ ତାର କାନ୍ତ ଅଗସ୍ତି, ଉଦ୍ଘାଟକ ରୂପେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ତଥା ସଭାପତି ବିଦ୍ୟା ବିକାଶ ସମିତି ଝାଞ୍ଜରୀ ମଙ୍ଗଳା କଟକର ଡ଼ଃ ରମେଶ ଚନ୍ଦ୍ର ଦାସ, ମୁଖ୍ୟ ଅତିଥିଭାବେ ସମ୍ପାଦକ ବିଦ୍ୟା ବିକାଶ ସମିତି ଝାଞ୍ଜରୀ ମଙ୍ଗଳା କଟକର ଶ୍ରୀଯୁକ୍ତ ଯୋଗେନ୍ଦ୍ର ନାଥ ବସ୍ତିଆ, ବିଶିଷ୍ଟ ଅତିଥିଭାବେ ଭାବେ ଉପସଭାପତି ବିଦ୍ୟା ବିକାଶ ସମିତି ଝାଞ୍ଜରୀ ମଙ୍ଗଲା କଟକର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ଡା, ରାଜ୍ୟ ସମ୍ପାଦକ ହିନ୍ଦ ମଜଦୁର ସଭା, ଯାଜପୁର ଜିଲ୍ଲାର ଶ୍ରୀଯୁକ୍ତ ପ୍ରଦୀପ ଦାସ, ମାନନୀୟ ଅତିଥିଭାବେ ଜିଲ୍ଲାର ସମ୍ପାଦକ ଭାରତୀୟ ଜନତା ପାର୍ଟି ଡ଼ଃ ପ୍ରଫୁଲ ଗିରି, ମାନନୀୟ ଅତିଥିଭାବେ କୁଆଖିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସେଠୀ, ମାନନୀୟ ଅତିଥିଭାବେ ଯୁବ ସଚେତକ ଭାରତୀୟ ଜନତା ପାର୍ଟି ରସୁଲପୁର ବ୍ଲକର ସୌଭାଗ୍ୟ ନନ୍ଦ ମିଶ୍ର ଯୋଗ ଦାନ କରି ଛାତ୍ର ଛତ୍ରୀ ଅବିଭାବିକା ଅଭି- ଭାବକ ମାନଙ୍କୁ ଶିକ୍ଷା,ଶିକ୍ଷାର୍ଥୀ, ଶିକ୍ଷକ, ନୈତିକ ଶିକ୍ଷା ଉପରେ ଆଲୋକ ପାତ କରିଥିଲେ |ସେହିପରି ସଭା କାର୍ଯ୍ୟକ୍ରମ ମଧ୍ୟରେ କୁଆ ଖିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସେଠୀ, ଯୁବ ସଚେତକ ଭାରତୀୟ ଜନତା ପାର୍ଟିର ଶ୍ରୀଯୁକ୍ତ ସୌଭାଗ୍ୟ ନନ୍ଦ ମିଶ୍ର, ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଜେନା, ସମ୍ପାଦକ ଶ୍ରୀଯୁକ୍ତ ଶଙ୍କର ସେଠିଙ୍କୁ ସମ୍ବର୍ଦ୍ଧନା ସହିତ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ କରାଯାଇ ଈଶ୍ୱରଙ୍କ ନିକଟରେ ଦୀର୍ଘ ଯିଵୀ ପାଇଁ ପ୍ରାର୍ଥନା କରାଯାଇଥିଲା |ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କ ମଧ୍ୟରେ ନିରାକର ବେହେରା,ସୁଶାନ୍ତ କୁମାର ବେହେରା, ରଞ୍ଜିତ ଦଳାଇଙ୍କୁ ସରସ୍ବତୀ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଶୁଭ କାମନା ଅର୍ପଣ ପ୍ରଦାନ କରାଯାଇଥିଲା |ମଞ୍ଚ ଆରମ୍ବରୁ ଶେଷ ପର୍ଯ୍ୟନ୍ତ ସଭା କାର୍ଯ୍ୟକ୍ରମ ତୁଲାଉଥିଲେ |ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଜେନାଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକଉତ୍ସବ ବିବରଣୀ ପାଠନ କରିଥିଲେ |ଇଞ୍ଜିନିୟର ମନୋଜ ଦାସ |ପରିଶେଷରେ ସଭାପତି ତଥା ସମ୍ପାଦକ ବିବେକାନନ୍ଦ ଜ୍ଞାନ ମନ୍ଦିର ବଙ୍ଗାଳି ବିଶିଷ୍ଟ ଶିକ୍ଷା ବିତ୍ତ ଶ୍ରୀଯୁକ୍ତ ତାରାକାନ୍ତ ଅଗସ୍ତି ସଭା କାର୍ଯ୍ୟ ସାଙ୍ଗ କରିଥିଲେ |ସେହିପରି ସରସ୍ବତୀ ଶିକ୍ଷା ମନ୍ଦିରର ପ୍ରଧାନ ସମ୍ପାଦକ ଶ୍ରୀଯୁକ୍ତ ଶଙ୍କର ସେଠୀଙ୍କ ଧାରା ବିବରଣୀ ପ୍ରଦାନ କରିବା ସହିତ ଧନ୍ୟ ବାଦ ଅର୍ପଣ କରିଥିଲେ |ବାର୍ଷିକ ଉତ୍ସବରେ ବହୁ ସଂଖ୍ୟାରେ ପିତା ମାତା ଗ୍ରାମବାସୀ ଏବଂ ବିଭିନ୍ନ ଗ୍ରାମରୁ ମାନ୍ୟ ଗଣ୍ୟ ଅତିଥି ଯୋଗଦାନ କରି ବାର୍ଷିକ ଉତ୍ସବକୁ ସଫଳ ରୂପ ଦେଇଥିଲେ |

Related Posts

About The Author

Add Comment