ରସୁଲପୁର ବ୍ଲକ ଅଂଚଳରେ ମହାସମାରୋହରେ ଶାରଦୀୟ ଦୁର୍ଗାପୂଜା ପାଳିତ

Spread the love

ରସୁଲପୁର,ସନ୍ଧାନ ନ୍ୟୁଜ: ରସୁଲପୁର ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି । ଉକ୍ତ ପୂଜା କେତେକ ସ୍ଥାନରେ ମା’ ଦୁର୍ଗା,ହରପାର୍ବତୀ, ରାମଦୁର୍ଗା ଓ ଅନ୍ନପୂର୍ଣ୍ଣା ମେଢ଼ କରାଯାଇ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି । ରସୁଲପୁର ପଂଚାୟତର ସୁଆଁସାହି(ନୂଆପାଟଣା), ଖୋସାଲପୁର,ରାହାମ୍ବା ପଂଚାୟତର ମିର୍ଜାପୁର, ବାରବାଟୀ ବଜାର, ପହଙ୍ଗା, ଲକ୍ଷ୍ମୀନଗର, ଶ୍ରୀବନ୍ତପୁର ପଂଚାୟତର ଭଗତଭଗବାନ, ବଡକଇଁଚି ପଂଚାୟତର ଗୋପିନାଥପୁରର (ବାରିକ ସାହି)ରେ ମା ଦୁର୍ଗା, ପାଂଚଗୋଛିଆରେ ହରଗୌରୀ, ନରସିଂହପୁର ପଂଚାୟତରେ ହରିପୁର, ବାହାଦଲାପୁର ପାଂୟତର ପରିଡାବାଦ, କଲଣ ପଂଚ।।ୟତର କଲଣ ଉପରସାହିରେ ମା ଦୁର୍ଗା ଓ କଲଣ ବଜାରରେ ହରପାର୍ବତୀ, ପ୍ରଥମଖଣ୍ଡ ପଂଚାୟତର ମହାରଣାସାହି, ବଉଳମୂଳ ସାହି, ହିଙ୍ଗୁଳା ସାହି ଓ ଚକଗୋପାଳପୁର ପାଟଣାସାହି, ଓଡିଶୋ ପଂଚାୟତର ମାନପୁର, ମେଳକ, କରଞ୍ଜିଆରୀରେ ମା ଦୁର୍ଗା, ଓଡିଶୋ-ଅଣ୍ଡେଇଗୋଡାରେ ହରପାର୍ବତୀ, ରାଜେନ୍ଦ୍ରପୁର ପଂଚାୟତର କରଜଙ୍ଗା ଦଳେଇ ସାହି, ଅତଲାପୁର ପଂଚାୟତର ପଟଣାରେ ରାମଦୁର୍ଗା, ଦଶଘରସାହିରେ ବନଦୁର୍ଗା, ସାମନ୍ତରାପୁର ପଂଚାୟତ କୁଳଗାଁରେ ଅନ୍ନପୂର୍ଣ୍ଣା ଓ ଓ ମା ଦୁର୍ଗା ,ଦଳେଇ ସାହିରେ ଅନ୍ନପୂର୍ଣ୍ଣା , କୂଳଗାଁ ଷାଠିଏ ଘରିଆ ସାହିରେ ମା ଦୁର୍ଗା ସମେତ ଆଦି ଅନ୍ୟକେତେକ ସ୍ଥାନରେ ମା’ ଦୁର୍ଗାଙ୍କ ମୃଣ୍ମୟ ମୁର୍ତି କରାଯାଇ ପାରମ୍ପରିକ ଭାବେ ରୀତିନୀତି ଅନୁସାରେ ଉତ୍ସାହ ଉଦ୍ଦିପନା ସହକାରେ ପୂଜା ଚାଲିଛି । ଏଥିସହିତ ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାରୋଇ ଛକ ଠାରେ ଚୂଡାଖିଆ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ମା’ ଦୁର୍ଗାଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହେଉଛି । ଏତତବ୍ୟତିତ ରାଜେନ୍ଦ୍ରପୁର ଗ୍ରାମର ଚୌଧୁରୀ ସାହି, ନରସିଂହପୁର ଦାସ ସାହି ପୀଠଦେବୀ, ବାରବାଟୀ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ପୀଠଦେବୀ ମା’ ଦୁର୍ଗା ଦେବୀଙ୍କ ମନ୍ଦିରରେ ମନ୍ଦିର ଟ୍ରଷ୍ଟବୋର୍ଡ଼, ମା’ ଦୁର୍ଗା ଆଞ୍ଚଳିକ ଉନ୍ନୟନ କମିଟି ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ô ଅନୁଷ୍ଠିତ ହେଉଛି । ଏଥିସହିତ ଏହି ବ୍ଲକର ବ୍ରହ୍ମବରଦା, ବନ୍ଧଡ଼ିହ, ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମଧ୍ୟ ଯଥାବିଧି ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ଚଳିତବର୍ଷ ବିଭିନ୍ନ ପୂଜା ମଣ୍ଡପରେ ବେଶ ଆକର୍ଷଣୀୟ ତୋରଣ ସାଙ୍ଗକୁ ସାଜ୍ଜସଜ୍ଜା କ଼ରାଯାଇଛି । ପୂଜା ମଣ୍ଡପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହେଉଛି ।

Related Posts

About The Author

Add Comment