ରସୁଲପୁର: ଟ୍ରାକ୍ଟର ପଛକୁ ବୁଲେଟ ଧକ୍କା ଦେଲା, ଏସଓଜି ଜବାନ ଗୁରୁତର

Spread the love

ରସୁଲପୁର,୧୧/୬(ସନ୍ଧାନ ନିୟୁଜ୍/ଗିତାଞ୍ଜଳୀ ପତି) ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଂଚାୟତର ୧୬ନଂ ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନ ୩ଟା ସମୟରେ ଏକ ସଡକ ଦୁର୍ଘଟଣାରେ ଜଣେ ଏସଓଜି ଜବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ କେନ୍ଦୁଝର ଜିଲା ଆନନ୍ଦପୁର ଅଂଚଳର ସରୋଜ କୁମାର ବିଶ୍ୱାଳ(୨୬) ବୋଲି ଜଣାପଡିଛି । ଯୁବକ ଜଣକ କଟକରେ ଏସ୍ଓଜି ଯବାନ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଛୁଟିରେ ସାଙ୍ଗ ସହ ଘରକୁ ଫେରୁଥିବା ବେଳେ ଏହି ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣାରେ ଗୁରୁତର ଆହତ ଯୁବକର ବାମଗୋଡରେ ଶକ୍ତ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଆହତ ଯବାନକୁ ଏକ ଘରୋଇ ଗାଡିରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ କଟକ ବଡ ଡାକ୍ତରଖାନକୁ ସ୍ଥାନାନ୍ତର କରିଛନ୍ତି ।


ଘଟଣାରୁ ପ୍ରକାଶ ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରାକ୍ଟର ଜାରକାରୁ କୁଆଖିଆ ଆଡକୁ ଯାଉଥିଲା । ଟ୍ରାକ୍ଟର ଚାଳକ ବାରବାଟୀ ଛକ ନିକଟରେ ଗାଡିଟିକୁ ରାସ୍ତା ମଝିରେ ହଠାତ୍ ଅଟକାଇ ଦେଇଥିôଲା । ପଛରୁ ଯବାନ ଜଣକ ଏକ ବୁଲେଟ୍ରେ ଦ୍ରୁତ ଗତିରେ ଆସୁଥିଲେ । ଟ୍ରାକ୍ଟରର ଗତିବିଧିକୁ ଠଉରାଇ ନପାରି ପଛରେ ପିଟି ଦେଇଥିଲେ । ସେ ହେଲେମେଂଟ ପିନ୍ଧି ଥିବାରୁ ମୁଣ୍ଡରେ ଆଘାତ ଲାଗି ନଥିବା ବେଳେ । ଯବାନଙ୍କ ଗୋଡ, ଛାତିରେ ଗଭୀର ଆଘାତ ଲାଗିଛି । ଏ ସଂପର୍କରେ ଖବର ପାଇଁ ଧର୍ମଶାଳା ଥାନା ପୋଲିସ ଘଟଣା ସ୍ଥôଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରାକ୍ଟରକୁ ଜବତ କରିଛି । ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲସି ଏ ନେଇ ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment