ଯାଜପୁର, ଧର୍ମଶାଳା ୭/୧(ସନ୍ଧାନ ନିୟୁଜ/ମାନସ କୁମାର ରାଉତ) ୧୯୫୯ ମସିହାରୁ କଦଳା ହରିଦାସପୁର ଠାରେ ପ୍ରତିଷ୍ଠିତ ଥିବା ରାମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବହେଳା ଉପରେ ସ୍ଥାନୀୟ ଅଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ସୂଚନା ମୁତାବକ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ହରିଦାସପୁର (କଦଳା) ଠାରେ ୧୯୫୯ ମସିହାରେ ବିଶିଷ୍ଠ ମହିୟସୀ ମହିଳା ରମ୍ଭାଦେବୀ ଏହି ଅଂଚଳର ଏବଂ ଆଖପାଖ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ ନେଇ ଗ୍ରାମରୁ ଗ୍ରାମ ବୁଲି ଟଙ୍କା ଚାଉଳ ମାଗି ସେବାସମିତି ନାମରେ ଏକ ଡାକ୍ତରଖାନା ଖୋଲିଥିଲେ । ସେବେଠାରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଅଂଚଳବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ମାଧ୍ୟମ ପାଲଟିଥିଲା । ଏଠାରେ ସେତେବେଳେ ୪ଜଣ ଡାକ୍ତର ସହ ୩୫ରୁ ଉର୍ଦ୍ଧ କର୍ମଚାରୀ ରହି ରୋଗୀ ମାନଙ୍କୁ ସେବା ଯୋଗାଇଦେଉଥିଲେ । ସେହି ସମୟରେ ପ୍ରସୁତି ପାଇଁ କୈଣସି ସୁବନେ୍ଦାବସ୍ତ ନଥିବା ହେତୁ ପ୍ରସୁତି କ୍ଷେତ୍ରରେ ଏହା ଏକ ମାଇଲଖୁଂଟ ଭଳି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଡେଙ୍କାନାଳ, କେନ୍ଦୁଝର ସହ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଛତିତଗଡ ଆଦି ଅଂଳଚରୁ ପ୍ରସୁୁତି ମହିଳା ମାନେ ଆସି ପ୍ରସବ କାଳୀନ ସେବା ପାଉଥିଲେ । ସେହି ସମୟରେ ଏଠାରେ ୩୫ଗୋଟି ପ୍ରସବ ବେଡ୍ ବି ନିଅଂଟ ହେଉଥିଲା । ରୋଗୀ ମାନେ ବାରଣ୍ଡା ସମେତ ପ୍ରସବ ଗୃହର ଅନ୍ୟସ୍ଥାନ ମନଙ୍କର ସେବା ନେଉଥିଲେ । ଆହୁରି ମଧ୍ୟ ଏକ୍ସରେ ମେସିନ, ଅତ୍ୟାଧୁନିକ ରଶ୍ଚିରଂଜନ ମେସିନ୍ ଗୁଡିକ ରହିଥିବା ବେଳେ ଏବେ ତାହା ନଷ୍ଟ ହୋଇଗଲାଣି । ଘର ଗୁଡିକରୁ ଛାତ ଭାଙ୍ଗି ତେଳେ ପଡୁଥିବା ବେଳେ ବର୍ତମାନ କାର୍ଯ୍ୟରତ ଜଣେ ଆୟୁସୁ ଡାକ୍ତର ୫ଜଣ ଷ୍ଟାପ୍ ବିପଦ ଆଶଙ୍କା ଅବସ୍ଥାରେ ରହୁଛନ୍ତି । ସେମାନେ ମଧ୍ୟ ଡାକ୍ତରଖାନାକୁ ଆସୁନାହାନ୍ତି । ଅନେକ ସମୟ ଧରି ଡାକ୍ତରଖାନା ଭିତରେ ନରହି ବାହାରେ ରହୁଛନ୍ତି । ଡାକ୍ତର କୁ୍ୟାଟ୍ରକଥା ନକଲେ ଭଲ । ଡାକ୍ତର ଖାନାର ପାଚେରୀ ନନଥିବାରୁ ଯିଏବି ରହିବ ଚୋରୀ ଡକାୟତର ଭୟରେ ଡରି ଡରି ରହିବାକୁ ପଡିବ । ଏହି ଡାକ୍ତରଖାନାଟି ୫ଏକର ପରମିତି ଜମିରେ ହୋଇଥିବା ବେଳେ ୧୯୯୯ ମସିହାରେ ଏହାକୁ ଯାଜପୁର ଜିଲ୍ଳାର ୧ନଂ ମାନ୍ୟାତା ଦେବା ସହିତ ସମସ୍ତ ଡାକ୍ତରୀ ସୁବିଧା ଦେବାର ପ୍ରତିଶ୍ରୁତି ଦେଇ ସରକାର ହାତକୁ ନେଈଥିଲେ । ସେହି ସମୟରେ ଏହି ୫ଏକର ଜମି ସମେତ ସମସ୍ତ ଯନ୍ତ୍ରପାତି ଓ ଘର ଷ୍ଟାପ ମାନଙ୍କୁ ସରକାରୀଙ୍କୁ ସେବା ସମିତି ଅର୍ପଣ କରିଥିଲା । ପରେ ତାହାକୁ ରାମ୍ଭାଦେବୀ ରେଫରାଲ ସ୍ୱାସ୍ଥକେନ୍ଦ୍ର ଘୋଷଣା କରାଯାଇଥିଲା ।
ହେଲେ ସରକାର ଅଦ୍ୟବିଧି ଏହାର ଜମିକୁ ନିଜ ନାଁକୁ ନନେଇଥିବା ବେଳେ ଅଧିକ ମାତ୍ରାରେ ଡାକ୍ତର ଷ୍ଟାପ ଓ ଯନ୍ତ୍ରପାତି ଯୋଗାଇବ କଣ ବରଂ ଯେତିକି ଯନ୍ତ୍ରପାତି ଗୃହ ଥିଲା ତାହାକୁ ନଷ୍ଟ ହେବା ପାଇଁ ଛାଡିଦେଲା । ଏହାର ଅଫେରସନ ଥିଏଟର (ଓଟି) ରୁମ ଭର୍ତମାନ ଭୂତ କୋଠିରେ ପରିଣତ ହୋଇଛି । ତେଣୁ ଏହାର ତୁରନ୍ତ ବିକାଶ ଦାବି କରି ସମାଜସେବୀ ମାନସ କୁମାର ରାଉତଙ୍କ ନେତୃତ୍ୱରେ ମହିଳା ମହାସଂଘ, ଯୁବକସଂଘ ପକ୍ଷରୁ ଏକଦୀବସୀୟ ଗଣଧାରଣ ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ହେଲେ ସରକାର ଏହା ପ୍ରତି ଅଦ୍ୟବିଧି ଉଦାସୀନତା ରହି ଏହାକୁ ଧ୍ୱଂସ ହେବା ପାଇଁ ଛାଡିଦେଇଛନ୍ତି । ନିକଟରେ ଏଠାକୁ କୌଣସି କର୍ମଚାରୀ ଡାକ୍ତର ରହୁନଥିବା ବେଳେ ଏବେ ଡାକ୍ତରଖାନାର ମାର୍ବଲ ପକାଯାଉଥିବା ଦେଖିବାକୁ ମିଳିଛି । ତେବେ ଏସୁବୁ କାହା ପାଇଁ କରାଯାଉଛି ବୋଲି ଅଂଚଳବାସୀ ପ୍ରଶ୍ନ କରିବା ସହିତ ଏହାର ଅର୍ଥ ପାଣିରେ ପଡିବ ଏବଂ ଠିକାଦାରଙ୍କ ଅର୍ଥନୈତିକ ଲାଳାସା ପୂର୍ଣ୍ଣ କରିବ ଏଥିରେ ସନେ୍ଧହ ନାହିଁ । ସରକାରଙ୍କ ପାଖରେ ଏହାର ବିକାଶ କରିବା ସହ ୫ଜଣ ସ୍ଥାୟୀ ଡାକ୍ତର ନିଯୁକ୍ତ କରିବା, ଆବଶ୍ୟକେୟ େଓ÷ାଷଧ୍ୟ ଯୋଗାଇଦେବା, ଡାକ୍ତରଖାନର ନୂତନ ଗୃହ ନିର୍ମାଣ ଓ ପୁରୁଣା ଗୃହର ମରାମତି କରିବା ସହ ଆବଶ୍ୟକେୟ କର୍ମଚାରୀ ଯୋଗାଇଦେବା ପାଇଁ ପତିବାଦ ସଭାରେ ଦାବି କରାଯାଇଥିଲା । ଏହି ଅଂଳଚ ଦେଇ ୫ନଂ ଜାତୀୟ ରାଜପଥ ଯାଇଥିବାରୁ ବାରମ୍ବାର ଦୃର୍ଘଟଣା ଘଟିଥାଏ ।
ଏହି ରୋଗୀଙ୍କୁ ୯ କିମ ଦୂର ବଡଚଣା ନଚେତ ଧର୍ମଶାଳା ମେଡିକାଲକୁ ନେବା ସମୟରେ ଅନେକ ଲୋକଙ୍କର ଜୀବନ ଯାଇଥାଏ । ଏହାର ବିକାଶ ହୋଇପାରିଲେ ଏଠାରେ ଦୃର୍ଘଟଣା ରୋଗୀ ମାନେ ଆସି ତୁରନ୍ତ ପ୍ରାଥମିକ ଚିକିସôା ପାଇପାରନ୍ତେ ବୋଲି ଲୋକମାନେ ମତ ପ୍ରକାଶ ପାଇଥିଲା । ଆହୁରି ମଧ୍ୟ ଏହି ଅଂଚଳରେ ଅଧିକ ଗରିବ, ଖଟିଖିଆ, ଆଦିବାସୀ ଶ୍ରେଣୀର ଲୋକମାନେ ରହୁଥିବାରୁ ଟଙ୍କା ଅଭାବରୁ ମେଡିକାଲ ଯାଇପାରୁନାହାନ୍ତି । ଫଳରେ ଅନେକ ରୋଗରେ ଆକ୍ରାନ୍ତ ହୋଇ ପଡି ପଡି ନିଜର ଜୀବନ ହାରିବାକୁ ପଡୁଛି । ତୁରନ୍ତ ଏହି ମେଡିକାଲର ପୁନÿଃଉଦ୍ଧାର କରିବା ସହିତ ଦାବି ଗୁଡିକ ପୂରଣ କରିବା ପାଇଁ ମହିଳା ମହାସଂଘ, ଯୁବକ ସଂଘ, ସେବାସମିତ ବିକାଶ ପରିଷଦ ଦାବି କରିଛନ୍ତି । ନଚେତ୍ ଆଗମୀ ଦିନରେ ନିର୍ବାଚନରେ ଭୋଟ୍ ବର୍ଜନ କରିବା ସହିତ ଜାତୀୟ ରଜପଥ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।