ଚଣ୍ଡିଖୋଲ, ୧୪/୦୬ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ସାହିତ୍ୟ ମଞ୍ଚ ଆନୁକୁଲ୍ୟାରେ ରଜ ପର୍ବ ଅବସରରେ ଆଜି ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ କବିତା ପାଠୋ ଉତ୍ସବ ଅନୁଷ୍ଟିତ ହୋଇଥିଲା । କବି ପ୍ରଭାକର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ସମ୍ମାନୀତ ଅତିଥି ଭାବେ ମନୋରମା ଆଚାର୍ଯ୍ୟ, ଅକ୍ଷୟ କୁମାର ଦାସ, ଅକ୍ଷୟ କୁମାର ବିଟ୍ ପ୍ରମୁଖ ଯୋଗ ପାଶ୍ଛ୍ୟତା ଶିକ୍ଷା ଓ ସଂସ୍କୃତି ପ୍ରଭାବରେ ଓଡ଼ିଆ ଭାଷା ସଂସ୍କୃତି ର ଅବକ୍ଷୟକୁ ଉଜିବିତ କରିବାରେ କବିମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସମ୍ପାଦକ ପ୍ରଦୀପ୍ତ କୁମାର ପରିଡ଼ା ବିବରଣୀ ପାଠ ପ୍ରଦାନ କରିଥିଲା ବେଳେ ଶିଶୁ ସାହିତ୍ୟିକ ଅଭିମନୁ୍ୟ ଧଳ ସ୍ୱଗତ ଭାଷଣ , ଅନିଲ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସନ୍ତୋଷ କୁମାର ମହାପାତ୍ରଙ୍କ ରଚିତ ଓଡ଼ିଶାର ସାସ୍ତ୍ରୀୟ ନାଟକ, ପାଲା ପୁସ୍ତକ, ଅକ୍ଷୟ କୁମାର ଦାସଙ୍କ ରଚିତ ପୁସ୍ତକ “ଗପଆଇନ” ଡ଼ଃ କୁମର ବର ନାୟକଙ୍କ ରଚିତ ପୁସ୍ତକ ଏ ନୁହେଁ କାହାଣୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା । କବି ପ୍ରମଦା ମଞ୍ଜରୀ ବଳ ଓ ମିହିର ପ୍ରତାପ ଦାସଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋ ଉତ୍ସବରେ ଦୃବ ଚରଣ ପ୍ରଧାନ, ଗୟାଧର ମହାପାତ୍ର, କୂଳମଣୀ ସାମଲ, ରୁଦ୍ର ନାରାୟଣ ଦାସ, ଅକ୍ଷୟ କୁମାର ଦାସ, ନେରେନ୍ଦ୍ର ପ୍ରତାପ, ଡ଼ଃ କୁମରବର ନାୟକ, ପ୍ରଶାନ୍ତ କୁମାର ଜେନା , ପ୍ରମିଳା ପ୍ରତାପ , ଡ଼ଃ ବିଶ୍ୱଜିତ ମହାପାତ୍ର , ପ୍ରମୁଖ ନିଜସ୍ୱ ରଚିତା କବିତା ପାଠ କରିଥିଲେ । ଶେଷରେ ପ୍ରସନ୍ନ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।
ରଜ ଅବସରରେ କବିତା ପାଠୋ ଉତ୍ସବ
|
June 14, 2018 |
