ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ

Spread the love

ବାଣପୁର,୧୨/୦୬ (ସନ୍ଧାନ ନିଉଜ) : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଦେଓଗାଁ ରେ ବଧୂ ହତ୍ୟା ଅଭିଯୋଗ l ଯୌତୁକ ଦାବିରେ ଶାଶୁଘର ଲୋକେ ବୋହୁକୁ ପୋଡି ମାରିଦେଇଥିବା ଅଭିଯୋଗ ରହିଛି l ଅଭିଯୋଗ ଅନୁସାରେ 9 ବର୍ଷ ତଳେ ଦୋଳମୁଣ୍ଡେଇ ର ଅହଲ୍ୟା ସ୍ୱାଇଁ, ଦେଓଗାଁ ର ପ୍ରମୋଦ ଛାଟୋଇଙ୍କୁ ବିବାହ କରିଥିଲେ l ବିବାହ ପର ଠାରୁ ଶାଶୂଘର ଲୋକେ ଅହଲ୍ୟାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ l ତେବେ 11 ତାରିଖ ଗୁରବାର ସନ୍ଧ୍ୟା ରେ ଅଧିକ ଯୌତୁକ ଦାବି କରି ଅହଲ୍ୟାଙ୍କୁ କିରୋସିନ ଢାଳି ହତ୍ୟା କରାଯାଇଥିବା ତାଙ୍କର ବାପା ଅଭିଯୋଗ କରିଛନ୍ତି l

ଖୋର୍ଦ୍ଧା ଜିଲ୍ଲା ବାଣପୁର ରୁ
ପ୍ରଦୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ

Related Posts

About The Author

Add Comment