ଯୋଡ଼ା ୧୮/୦୧- ଯୋଡ଼ା ଖଣି ଅଞ୍ଚଳ ଲୋକ ମାନଙ୍କର ମୁଖ୍ୟ ମୋନରଞ୍ଜନ ର ମାଧ୍ୟମ ଯୋଡ଼ା ମହୋତ୍ସବ ହୋଇ ଥିବା ବେଳେ, ଆଉ ଗୋଟିଏ ଦିନ ପରେ ଅର୍ଥାତ ଜାନୁଆରୀ ମାସ କୋଡିଏ ତାରିଖ ରୁ ଏହା ଆରମ୍ଭ ହେବାକୁ ଯାଉଥିବା ଜଣା ପଡିଛି | ଯୋଡ଼ା ମହୋତ୍ସବ ଚଳିତ ମାସ ଜାନୁଆରୀ କୋଡିଏ ତାରିଖ ରୁ ଆରମ୍ଭ ହୋଇ ବାଈଶ ତାରିଖ ରେ ସମାପନ ହେଉଥିବା ଜଣା ପଡିଛି |ଚଳିତ ବର୍ଷ ଯୋଡ଼ା ମହୋତ୍ସବ କୁ ଅଧିକ ସୁନ୍ଦର, ଆକର୍ଷଣୀୟ କରିବା ପାଇଁ ମହୋତ୍ସବ କମିଟି ଦିନ ରାତି ଏକ କରି ପ୍ରସ୍ତୁତି ରେ ଲାଗିପଡ଼ି ଥିବା ଦେଖିବାକୁ ମିଳିଛି | ଯୋଡ଼ା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜିତୁ ପଟ୍ଟନାୟକ ମହୋତ୍ସବ କମିଟି ର କାର୍ଯକାରୀ ସଭାପତି ଥିବା ବେଳେ ତାଙ୍କରି ପ୍ରତାକ୍ଷ ତତ୍ଵାବଧାନ ରେ ସବୁକାର୍ୟ୍ଯ ହେଉଥିବା ଜଣା ପଡିଛି | ମହୋତ୍ସବ ର ସମସ୍ତ ଆୟୋଜନ ଯୋଡ଼ା ର କେନ୍ଦ୍ରୀୟ ଖେଳ ପଡିଆ ରେ ହେଉଥିବା ବେଳେ ଟାଟା ଷ୍ଟିଲ ର ସହାୟତା ରେ ସୁନ୍ଦର ତୋରଣ ସାଙ୍ଗକୁ ଷ୍ଟାଲ ନିର୍ମାଣ ଚୂଡାନ୍ତ ପର୍ଯାୟ ରେ ପହଂଚି ଥିବା ଜଣା ପଡିଛି | କୋଡିଏ ତାରିଖ ଅପରାହ୍ନ ରେ ଓଡିଶା ସରକାର ଙ୍କ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ (ମନ୍ତ୍ରୀ ମହିଳା ଓ ଶିଶୁ ବିକାଶ, ଓଡିଶା ସରକାର ) ଯୋଗ ଦେଇ ଯୋଡ଼ା ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି | ସେହି ଦିନ ସନ୍ଧ୍ୟା ରେ ଓଲିଉଡ଼ ହିରୋଇନ ତଥା ଆଇବମ କୁଇନ ଶୀତଲ ପାତ୍ର ଓ ସୋନି ଡ୍ୟାନ୍ସ ଗ୍ରୁପ ମହୋତ୍ସବ ରେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର ସ୍ଥିର ହୋଇ ଥିବା ଜଣା ପଡିଛି | ଯୋଡ଼ା ମହୋତ୍ସବ ର ଦ୍ୱିତୀୟ ଦିନ ସନ୍ଧ୍ୟା ରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘୋଡାଇ (ମନ୍ତ୍ରୀ ଗ୍ରାମ ଉନ୍ୟୟନ ବିଭାଗ, ଓଡିଶା ସରକାର )ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁମ୍ବାଇ ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ବିକ୍ଟର ଦେ ଓ ତାଙ୍କ ଡାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିବାର ସ୍ଥିର ହୋଇ ଥିବା ଜଣା ପଡିଛି | ସେହିଭଳି ମହୋତ୍ସବ ର ଉଦଯାପନୀ ଦିବସ ତେଇଶି ତାରିଖ ସନ୍ଧ୍ୟା ରେ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ (ମନ୍ତ୍ର ଖାଦ୍ୟ ଓ ପ୍ରକ୍ରିୟା କରଣ ବିଭାଗ , ଓଡିଶା ସରକାର )ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ର ବାଦଶାହା ମଣ୍ଟୁ ଛୁରିଆ ଓ ତାଙ୍କ ଡ୍ୟାନ୍ସ ଗ୍ରୁପ ଯୋଡ଼ା ର ମହୋତ୍ସବ ପଡିଆ ରେ ତେହେଲେକା ମୋଚାଇବା ର କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି |ଯୋଡ଼ା ମହୋତ୍ସବ ର ପ୍ରତି ଦିନ ସନ୍ଧ୍ୟା ରେ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଯୋଗ ଦେଇ ମହୋତ୍ସବ କୁ ସଫଳ କରିବେ ବୋଲି ଜଣା ପଡିଛି | ମହୋତ୍ସବ କୁ ଉପଭୋଗ କରିବାକୁ ଯୋଡ଼ାବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ବେଳେ ଜିଲ୍ଲା ଓ ରାଜ୍ୟ ବାହାର ର ଷ୍ଟୋଲ ଗୁଡିକ ରୁ ରୁଚିକର ଖାଦ୍ୟ ଖାଇବା ଓ ଘର କରଣା ଜିନିଷ କ୍ରୟ କରିବାକୁ ଅପେକ୍ଷା କରିଥିବା ଜଣା ପଡିଛି |
ଯୋଡ଼ା ମହୋତ୍ସବ ସାଂସ୍କୃତିକ ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଶୀତଲ ପାତ୍ର , ଭିକ୍ଟର ଦେ ଓ ମଣ୍ଟୁ ଛୁରିଆ
|
January 18, 2023 |