ଯୁବ ସମାଜ ରାଷ୍ଟ୍ର ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସୁଚ୍ଥନ୍ତି: ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ

Spread the love

ଯାଜପୁର, ତା ୧୨ା୦୧ : ଯୁବକମାନେ ସତ୍ ମାର୍ଗରେ, ସତ୍ କର୍ମରେ ଚାଲିଲେ ସାମାଜିକ ଜୀବନ ସୁଖମୟ ହେବା ସହ ଯୁବକ ମାନଙ୍କ କର୍ତ୍ତବ୍ୟ,ତ୍ୟାଗ ଓ ସେମାନେ ମହାମନିଷୀ ମାନଙ୍କ ଆଦର୍ଶରେ ଅନୁକରଣୀୟ ପ୍ରତିଭା ରାଷ୍ଟ୍ର ନିର୍ମାଣରେ ନିର୍ଣ୍ଣାୟକ ସୂଚୀତ ହେବ ବୋଲି ଆଜି ପୂର୍ବାହ୍ନାରେ ନେହେରୁ ଯୁବ କେନ୍ଦ୍ର, ଯାଜପୁର ଆନୁକୂଲ୍ୟରେସ୍ଥାନୀୟ ଗଣେଷ ମଣ୍ଡପ ଠାରେ ତ୍ରିଦିବସୀୟ ଜାତୀୟ ଯୁବ ଦିବସ ଉପଲକ୍ଷେ ଅନୁଷ୍ଠିତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକ ଯୋଗଦେଇ ଉପରୋକ୍ତ ବିଷୟପ୍ରକାଶ କରିଚ୍ଥନ୍ତି । ମୁଖ୍ୟ ବକ୍ତା ଭାବେ କାହ୍ନୁ ଚରଣ ଜୁନିୟର କଲେଜ, କୋରାଇର ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଦାମୋଦର ବେହେରା ଯୋଗଦେଇ ଯୁବ ଦର୍ଶନ ଓ ଯୁବ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ନେହେରୁ ଯୁବ କେନ୍ଦ୍ର , ଯାଜପୁରର ଯୁବ ଅଧିକାରୀ ବାସୁଦେବ ଦାସ ଅତିଥି ପରିଚୟ, ସ୍ୱାଗତ ଭାଷଣ ଏବଂ ଯୁବ ଶିବିର ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର, ଯାଜପୁର ଦ୍ୱାରା ମହାଲକ୍ଷ୍ମୀ ନ୍ୟୁ କ୍ଳବ, ଦେବୀଦ୍ୱାର ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉ କି, ଯୁବ ଦିବସ ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୪ ଘଣ୍ଟା ରୁ ୫ ଘଣ୍ଟା ମଧ୍ୟରେ ଯୁବ ଦିବସରେ ଯୁବକ ମାନଙ୍କୁ ପ୍ଳାଜମା ଟିଭି ସିଧା ପ୍ରସାରଣରେ ଯୁବକ ମାନଙ୍କ ନିମନ୍ତେ ନିଜର ବାର୍ତ୍ତା ପ୍ରଦାନକରିଥିବା ଜଣାଯାଇଚ୍ଥି ।

Related Posts

About The Author

Add Comment